ଏଣିକି ସବୁ ବିଶ୍ୱବିଦ୍ୟାଳୟରେ ମାଗଣା ୱାଇ-ଫାଇ

0 59

ଭୁବନେଶ୍ୱର,୧ା୧୧(ଡିକେ ନୁ୍ୟଜ): ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ରେ ମିଳିବ
ୱାଇଫାଇ ସୁବିଧା । ଏନେଇ ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚ ଶିକ୍ଷା ବିଭାଗ ।
ଅଧିକାଂଶ ପାଠ୍ୟକ୍ରମ ଅନ୍ଲାଇନ୍ ରେ ଥିବାରୁ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା
ବିଭାଗ ପକ୍ଷରୁ ମାଗଣା ୱାଇଫାଇ ଯୋଗାଇ ଦିଆଯିବ । ଏଥିପାଇଁ କେତେ ଖର୍ଚ୍ଚ ହେବ
ଏଷ୍ଟିମେସନ୍ ଦେବାକୁ କୁଳସଚିବଙ୍କୁ ନିଦେ୍ର୍ଦଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ବୁଧବାର ଉଚ୍ଚଶିକ୍ଷା
ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ
ବିଶ୍ୱବିଦ୍ୟାଳୟର କୁଳସଚିବମାନଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ନାୟକ ଚିଠିରେ ଉଲ୍ଲେଖ କରିଛନ୍ତି
ଯେ, ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର ପରିସର ୱାଇଫାଇଯୁକ୍ତ ହେବ । ଏହା
ଦ୍ୱାରା ଛାତ୍ରଛାତ୍ରୀଙ୍କୁ ୱାଇଫାଇ ସୁବିଧା ମିଳିବ ମାଗଣାରେ ମିଳିପାରିବ । ଏହି ସୁବିଧା ମିଳିବା
ଦ୍ୱାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ହେବ । ତେଣୁ ଛାତ୍ରଛାତ୍ରୀଙ୍କ ବୃହତ୍ ସ୍ୱାର୍ଥକୁ ଦୃଷ୍ଟିରେ
ରଖି ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତି ନେଇଛନ୍ତି । ଆଜିର ଦିନରେ ଅଧିକାଂଶ ପାଠ୍ୟ
ପୁସ୍ତକ ଅନ୍ଲାଇନ୍ରେ ଉପଲବ୍ଧ ରହୁଛି । ମାଗଣା ଇଂଟରନେଟ୍ ସୁବିଧା ଦିଆଯିବା ଦ୍ୱାରା
ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ଏହା ସହାୟକ ହେବ, ଯାହା ଫଳରେ ଶୈକ୍ଷିକ ବାତାବରଣରେ
ଉନ୍ନତି ଆସି ପାରିବ । ଏଥିପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ୱାଇଫାଇ ନେଟୱର୍କ ଇଷ୍ଟଲେସନ
ଲାଗି ବ୍ୟୟ ଅଟକଳ ବା ଏଷ୍ଟିମେସନ ପ୍ରସ୍ତାବ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.