ଫିଟ୍ ପରେ ଟିମରେ ସାମିଲ ହେବେ ପାଣ୍ଡ୍ୟା

0 56

ମୁମ୍ବାଇ, ୧ା୧୧: ଗୋଇଠିରେ ବଲ୍ବାଜିବାରୁ ଦୁଇଟି ମ୍ୟାଚରେଖେଳିପାରି ନଥିବା ଅଲରାଉଣ୍ଡର୍ହାର୍ଦ୍ଦିକ ପାଣ୍ଡ୍ୟା ସେମିଫାଇନାଲ୍ ପୂର୍ବରୁଦଳକୁ ଫେରିବା ଆଶା କରାଯାଉଛି ।
ହେଲେ ତାଙ୍କ ଅନୁପସ୍ଥିତିରେ ଦଳକୁପ୍ରତ୍ୟାବର୍ତ୍ତନ କରିଥିବା ମହମ୍ମଦ ସାମିଓ ସୂର୍ଯ୍ୟକୁମାର ଯାଦବ ଏବେ ଭଲଲୟରେ ଅଛନ୍ତି । ତେଣୁ ଥରେ ସେସୁସ୍ଥ ହୋଇ ଦଳକୁ ଫେରିଲେ କାହା
ସ୍ଥାନ ନେବେ ତାହାକୁ ନେଇ ଏବେତର୍ଜମା ·ଲିଛି । ସାମି ପ୍ରଥମ ୪ମ୍ୟାଚରେ ଖେଳି ନଥିଲେ । ହେଲେନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗମିଳିବାରୁ ୫ ୱିକେଟ୍ ସଫଳତା
ପାଇଥିଲେ ଓ ମ୍ୟାଚର ଶ୍ରେଷ୍ଠ ଖେଳାଳିପୁରସ୍କାର ହାତେଇଥିଲେ । ଇଂଲଣ୍ଡବିପକ୍ଷ ପରବର୍ତ୍ତୀ ମ୍ୟାଚରେ ସେ ୪ୱିକେଟ୍ ପାଇଥିଲେ । ସେହିପରି ସୂର୍ଯ୍ୟମଧ୍ୟ ଇଂଲଣ୍ଡ ବିପକ୍ଷରେ କିଛି ଭଲ
ସଟ୍ ଖେଳିଥିଲେ । ବିପର୍ଯ୍ୟୟରେପଡ଼ିଥିବା ଭାରତୀୟ ଦଳକୁ ସେ ଉଦ୍ଧାରକରିଥିଲେ । ଅର୍ଦ୍ଧଶତକ କରିପାରିନଥିଲେ ମଧ୍ୟ ରୋହିତ ଶର୍ମାଙ୍କ ପରେସୂର୍ଯ୍ୟଙ୍କ ଅବଦାନ ବହୁତ ବଡ଼ ଥିଲା ।
ପୂର୍ବତନ ଅଲରାଉଣ୍ଡର ମଦନ ଲାଲ୍ଙ୍କମତରେ, ଭାରତ ପାଖରେ ୫ ବୋଲରଅଛନ୍ତି ଏବଂ ସମସ୍ତେ ଭଲ ପ୍ରଦର୍ଶନଦେଉଛନ୍ତି । ହାର୍ଦ୍ଦିକ ଷଷ୍ଠ ବୋଲର
ଭୂମିକା ନିର୍ବାହ କରୁଥିଲେ । ସେ ବ୍ୟାଟିଂମଧ୍ୟ ଭଲ କରୁଛନ୍ତି । ଗତ କିଛି ବର୍ଷହେବ ହାର୍ଦ୍ଦିକ ନିଜ ପ୍ରତିଭା ବଳରେଭାରତୀୟ ଦଳର ପ୍ରମୁଖ ଅଙ୍ଗ ପାଲଟି
ଯାଇଛନ୍ତି । ଭାରତୀୟ ଦଳକୁ ସେଉଚିତ ସନ୍ତୁଳନ ପ୍ରଦାନ କରୁଛନ୍ତି । ସେକେବେବି ଅଧିନାୟକଙ୍କୁ ନିରାଶକରିନାହାନ୍ତି । ଅଧିନାୟକ ·ହିଲେ ୫ବୋଲର ଓ ୫ ବ୍ୟାଟରଙ୍କୁ
ନେଇପାରିବେ ଏବଂ ପାଣ୍ଡ୍ୟା ଉଭୟବ୍ୟାଟିଂ ଓ ବୋଲିଂ କରିପାରିବେ ତେଣୁ ସେ ଯଦି ଦଳକୁ ଆସନ୍ତି,ତା’ହେଲେ ଶ୍ରେୟସ ଆୟରଙ୍କୁବିଶ୍ରାମ ଦିଆଯାଇପାରେ ବୋଲି
ମଦନ ଲାଲ ଅନୁମାନ କରିଛନ୍ତି ।ଶ୍ରେୟସ ବିଶ୍ୱକପରେ ସେଭଳିପ୍ରଦର୍ଶନ ଦେଇପାରି ନାହାନ୍ତି । ସର୍ଟପିଚ୍ ବଲରେ ଯେଉଁଭଳି ଭାବେସେ ଆଉଟ୍ ହେଉଛନ୍ତି, ତାହା ଭଲ
ଲାଗୁନି । ତାଙ୍କୁ ବାହାରେ ବସାଇସୂର୍ଯ୍ୟକୁମାରଙ୍କୁ ୫ ନମ୍ବର ଓପାଣ୍ଡ୍ୟାଙ୍କୁ ୬ ନମ୍ବର ସ୍ଥାନରେବ୍ୟାଟିଂ ଦେଲେ ଠିକ୍ ରହିବ ବୋଲିମଦନ ଲାଲ୍ କହିଛନ୍ତି ।

Leave A Reply

Your email address will not be published.