୩୨ ବର୍ଷ ପରେ ଏକାଠି ନଜର ଆସିବେ ଅମିତାଭ-ରଜନୀକାନ୍ତ

0 57

ମୁମ୍ବାଇ, ୧ା୧୧: ବଲିଉଡ୍ ସେହନସାହଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡହେଉ ଅବା ସାଉଥ୍ ଇଣ୍ଡଷ୍ଟ୍ରୀରେ ଦବ୍ଦବା ରହିଛି ।
ଏହି ଦୁଇ ଭେଟୋରାନ୍ ଅଭିନେତାଙ୍କର ଦେଶଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ।ଦୁହେଁ ଏକାଠି “ହମ’, “ଅନ୍ଧା କାନୁନ’ ଏବଂ”ଗିରଫଦାର୍’ ଆଦି ଫିଲ୍ମରେ କାମ କରିଥିଲେ ।
ଏହି ଯୋଡ଼ିଙ୍କ ଶେଷ ଫିଲ୍ମ ଥିଲା ୧୯୯୧ର”ହମ୍’ । ଏବେ ଏହି ଦୁଇ ଅଭିନେତା ପୁଣିଏକାଠି ବଡ଼ ପରଦାକୁ ଫେରିବେ । ୩୨ ବର୍ଷପରେ ଏହି ଦୁଇ ସୁପରଷ୍ଟାର୍ ଏକାଠି
“ଥଲାଇଭର୍ ୧୭୦’ ଫିଲ୍ମରେ କାମ କରିବାକୁଯାଉଛନ୍ତି । ଏହି ଫିଲ୍ମରେ ବିଗ୍ ବିଙ୍କୁ ଏକଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।ଏବେ ଏହି ଦୁଇ ଭେଟେରାନ୍ ଅଭିନେତା ଏହାର
ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ବିଗ୍ ବି’ଇନ୍ଷ୍ଟାଗ୍ରାମରେ ଏକ ଫଟୋ ସେୟାର୍କରିଛନ୍ତି । ଫଟୋରେ ସେ ପାଉଁଶିଆ ରଙ୍ଗରଏକ ସୁଟ୍ ପିଦ୍ଧି ଏକ ଲେନ୍ସ ହାତରେ ଧରିଥିବାର
ଦେଖାଯାଇଛି । ଫଟୋର କ୍ୟାପସନରେ ସେଲେଖୀଛନ୍ତି, “ଏହି ମୁହୂର୍ତ୍ତକୁ ବଡ଼ କରିବା ପାଇଁଚେଷ୍ଟା କରୁଛି । ୩୨ ବର୍ଷ ପରେ ରଜନୀକାନ୍ତସାରଙ୍କ ସହ କାମ କରିବାର ପ୍ରଥମ ଦିନ ।’
ଏହାସହ ବିଗ୍ ବି’ ରଜନୀକାନ୍ତଙ୍କ ସହିତ ଏକ ଫଟୋ ସେୟାର୍ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.