ଅକ୍ଟୋବରରେ ୧୧୪୧ କୋଟିରେ ୟୁପିଆଇ ଟ୍ରାଞ୍ଜାକ୍ସନ

0 59

ନୂଆଦିଲ୍ଲୀ: ବଢୁଛି ୟୁପିଆଇପେମେଣ୍ଟର ଲୋକପ୍ରିୟତା । ରେକର୍ଡକଲା ୟୁପିଆଇ କାରବାର ।ଅକ୍ଟୋବରରେ ପ୍ରଥମ ଥର ୧୧୪୧
କୋଟିରେ ପହଞ୍ଚିଲା ଟ୍ରାଞ୍ଜାକ୍ସନ ।ଏନପିସିଆଇ ତରଫରୁ ଜାରିହୋଇଥିବା ତଥ୍ୟ ଅନୁଯାୟୀ,ଅକ୍ଟୋବରରେ ୟୁପିଆଇରେ
୧୭.୧୭ ଲକ୍ଷ କୋଟି ଟଙ୍କାରନେଣଦେଣ ହୋଇଛି । ଏହିନେଣଦେଣ ୧୧୪୧ କୋଟିଟ୍ରାଞ୍ଜାକ୍ସନରେ ହୋଇଛି । ଏହା ସହ
ଲଗାତାର ତୃତୀୟ ମାସରେୟୁପିଆଇ ଦ୍ୱାରା ୧୦୦୦ କୋଟିରୁଅଧିକ ଥର ଟ୍ରାଞ୍ଜାକ୍ସନ ହୋଇଛି ।ଏହାପୂର୍ବରୁ, ସେପ୍ଟେମ୍ବରରେ
ୟୁପିଆଇରେ ୧୫.୮ ଲକ୍ଷ କୋଟିଟଙ୍କା ମୂଲ୍ୟର ୧,୦୫୬ କୋଟିଟ୍ରାଞ୍ଜାକ୍ସନ ହୋଇଥିଲା । ସେହିଭଳି
ଅଗଷ୍ଟରେ ୧୦୫୮ କୋଟି ଏବଂଜୁଲାଇରେ ୯୯୬ କୋଟି ଥରଟ୍ରାଞ୍ଜାକ୍ସନ ହୋଇଥିଲା । ସେହିଭଳିଆର୍ଥିକ ବର୍ଷ ୨୦୨୩ରେ ୟୁପିଆଇ
ପ୍ଲାଟଫର୍ମ ସମୁଦାୟ ୧୩୯ ଲକ୍ଷକୋଟି ଟଙ୍କା ମୂଲ୍ୟର ସମୁଦାୟ୮,୩୬୬ କୋଟି ଥର ଟ୍ରାଞ୍ଜାକ୍ସନହୋଇଥିଲା । ଏହାର ଗୋଟିଏ ବର୍ଷ
ପୂର୍ବରୁ ଅର୍ଥାତ୍ ୨୦୨୨ ଆର୍ଥିକବର୍ଷରେ ୮୪ ଲକ୍ଷ କୋଟି ଟଙ୍କାର୪୫୯୭ କୋଟିର ନେଣଦେଣହୋଇଥିଲା । ଏନପିସିଆଇ ଆଗାମୀ
ଦୁଇରୁ ତିନି ବର୍ଷରେ, ଏକ ମାସରେପ୍ରାୟ ତିନି ହଜାର କୋଟି ନେଣଦେଣକିମ୍ବା ଗୋଟିଏ ଦିନରେ ୧୦୦
କୋଟିର ୟୁପିଆଇ ଟ୍ରାଞ୍ଜାକ୍ସନର ଲକ୍ଷ୍ୟରଖିଛି । ପିଡବ୍ଲୁସି ଇଣ୍ଡିଆର ଏକରିପୋର୍ଟରେ କୁହାଯାଇଛି ଯେ,ଆର୍ଥିକ ବର୍ଷ ୨୦୨୭ ପର୍ଯ୍ୟନ୍ତ
ବେଳକୁ ୟୁପିଆଇ ମାଧ୍ୟମରେନେଣଦେଣ ପ୍ରତିଦିନ ୧୦୦ କୋଟିପାର କରିବା ଆଶା ରହିଛି । ରିପୋର୍ଟରେଅନୁମାନ କରାଯାଉଛି ଯେ,
ସେତେବେଳକୁ ୟୁପିଆଇ ଦ୍ୱାରାଡିଜିଟାଲ ଦେୟ ୯୦ ପ୍ରତିଶତ ରହିବ ।

Leave A Reply

Your email address will not be published.