ଘରୋଇ ବ୍ୟାଙ୍କରୁ ଚାକିରି ଛାଡ଼ୁଛନ୍ତି କର୍ମଚାରୀ: ଆରବିଆଇ

0 62

ମୁମ୍ବାଇ: କେତେକ ଘରୋଇବ୍ୟାଙ୍କରୁ ବହୁ ସଂଖ୍ୟାରେକର୍ମଚାରୀ ଚାକିରି ଛାଡ଼ୁଛନ୍ତି ।ତାହାକୁ ନେଇ ଭାରତୀୟ ରିଜର୍ଭ
ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଚିନ୍ତା ପ୍ରକଟ କରିଛନ୍ତି । ସେକହିଛନ୍ତି ଯେ ଏହି ଘଟଣା ଉପରେରିଜର୍ଭ ବ୍ୟାଙ୍କ ତୀକ୍ଷ୍ଣ ନଜର
ରଖିଛି । କିଛି ଘରୋଇ ବ୍ୟାଙ୍କରେଚାକିରି ଛାଡ଼ୁଥିବା କର୍ମଚାରୀ ହାର୩୦ ପ୍ରତିଶତରୁ ଅଧିକ ରହିଛି ।ଏହି ସମସ୍ୟାର ସମାଧାନ କରିବା
ଲାଗି ବ୍ୟାଙ୍କଗୁଡ଼ିକ ଏକ ଟିମ୍ଗଠନ କରିବା ଦରକାର ବୋଲିସେ କହିଛନ୍ତି । ତେବେ ଶକ୍ତିକାନ୍ତଏହା ମଧ୍ୟ କହିଛନ୍ତି ଯେ ଚାକିରି
ବଦଳାଇବା ନେଇ ଯୁବପିଢ଼ିଙ୍କଆଭିମୁଖ୍ୟରେ ପରିବର୍ତ୍ତନହୋଇଛି । ସେମାନେ ଏବେ ଭିନ୍ନଭାବନା ରଖି ଚାକିରି
ବଦଳାଉଛନ୍ତି । କ୍ୟାରିୟରକୁଦୃଷ୍ଟିରେ ରଖି ସେମାନେ ଚାକିରିବଦଳାଇବା ଭଳି ନିଷ୍ପତ୍ତିନେଉଛନ୍ତି ।ଏହି ଅବସରରେ
ଦେଶର ଅର୍ଥନୀତି ସମ୍ପର୍କରେ ସେକହିଛନ୍ତି ଯେ ଅର୍ଥନୀତିର ଗତିବହୁତ ଭଲ ରହିଛି । ଚଳିତ ବର୍ଷର
ଜୁଲାଇ-ସେପ୍ଟେମ୍ବରର ଅଭିବୃଦ୍ଧିତଥ୍ୟ ସମସ୍ତଙ୍କୁ ଚକିତ କରିବ ।ତେବେ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଭୂରାଜନୈତିକ ସଙ୍କଟ
ଦେଶର ଅର୍ଥନୀତି ଲାଗି ସବୁଠୁବଡ଼ ବିପଦ ବୋଲି ସେ କହିଛନ୍ତି ।ତେବେ ସେଭଳି ସଙ୍କଟର ଉଚିତମୁକାବିଲା କରିବା ଲାଗି ଭାରତ
ବହୁତ ଭଲ ସ୍ଥିତିରେ ଥିବା ସେକହିଛନ୍ତି । ଜେପି ମୋର୍ଗାନ ବଣ୍ଡ୍ସୂଚୀରେ ଭାରତ ସାମିଲ ହେବାସମ୍ପର୍କରେ ସେ କହିଛନ୍ତି ଯେ ଏହା
ଦୁଇ ପାଶ୍ୱର୍ର ଧାର ଥିବା ଖଣ୍ଡାଭଳି । ଅବଶ୍ୟ ଭାରତୀୟ ଅର୍ଥନୀତିଓ ଆର୍ଥିକ ବଜାର ପ୍ରତି ଭରସାବଢ଼ାଇବାରେ ଏହା ସହାୟକ
ହେବ ।ଏହାର ଭଲ ଦିଗଟି ହେଉଛିଭାରତ “ଓଜନିଆ’ ବର୍ଗରେ ଥିବାବେଳେ ପାଙଋି ଆସିବ, କିନ୍ତୁ
କୌଣସି କାରଣରୁ ଅବନତିଘଟିଲେ ପାଙଋି ବାହାରକୁଚାଲିଯିବ । ତେବେ ସେଭଳିଘଟଣା ଘଟିଲେ ତାହାର କିଭଳି
ମୁକାବିଲା କରାଯିବ ସେଥିପାଇଁରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ଥିବା ସେକହିଛନ୍ତି । ଗତବର୍ଷ ରୁଷ୍-ୟୁକ୍ରେନଯୁଦ୍ଧ ବେଳେ ସେଭଳି ଘଟଣା
ଘଟିଥିଲା । ରିଜର୍ଭ ବ୍ୟାଙ୍କସଫଳତାର ସହ ତାହାର ମୁକାବିଲାକରିଥିଲା । ଯୁଦ୍ଧ ଆରମ୍ଭ ହେବାପୂର୍ବରୁ ଆସିଥିବା ପାଙଋିକୁ ନେଇ
ଆମେ ଏକ ବୃହତ ଭଣ୍ଡାର ସୃଷ୍ଟିକରିପାରିଥିଲୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.