ଦୁଇ ଜିଲ୍ଲା ପାଇଁ ବିଜେଡ଼ିର ପର୍ଯ୍ୟବେକ୍ଷକ ନିଯୁକ୍ତ ସଞ୍ଜୟ ଓ ପ୍ରତାପଙ୍କୁ ମିଳିଲା ଦାୟିତ୍ୱ

0 56

ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ): ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଭାବେ ମିଳିଲା ନିଯୁକ୍ତି । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ପାଇଁଦାୟିତ୍ୱ ଦିଆଯାଇଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାପାଇଁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭାବେନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ପର୍ଯ୍ୟବେକ୍ଷକ ନିଯୁକ୍ତି ହେଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମୋତେ ଯେତେବେଳେଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ତାକୁ ନିଷ୍ଠା ଓ ଆନ୍ତରିକତାର ସହନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ୱ ମିଳିଛି, ତାକୁ ପୂର୍ବ ଭଳିମୋର ସାଧ୍ୟମତେ ନିର୍ବାହ କରିବି ମୋ ଉପରେ ଭରସା, ବିଶ୍ୱାସଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି ବୋଲି ସଞ୍ଜୟକହିଛନ୍ତି । ଚାରୋଟି ଦିଗରୁ ସଞ୍ଜୟଙ୍କ ନିଯୁକ୍ତି ବେଶ୍ ଗୁରୁତ୍ୱ ବହନ କରୁଛି ।ଭଦ୍ରକ ଜିଲ୍ଲାରେ ୨୦୨୪ ନିର୍ବାଚନରେ ବିରୋଧୀ ଦଳର ଦୁଇ ହେଭିୱେଟ୍
ନେତାଙ୍କୁ ନିର୍ବାଚନ ମୈଦାନରେ ଦେଖିବାକୁ ମିଳିପାରେ । ଚାନ୍ଦବାଲିନିର୍ବାଚନମଣ୍ଡଳିରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀହୋଇପାରନ୍ତି । ସେହିପରି ଭଣ୍ଡାରୀପୋଖାରୀ ନିର୍ବାଚନମଣ୍ଡଳିରୁ ପୂର୍ବତନ ପିସିସିସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ବଜେଡ଼ି ୨୦୧୯ରେ ଭଦ୍ରକ ଲୋକସଭା ଆସନ ଜିତିଥିଲେ ମଧ୍ୟ ଭୋଟ
ମାର୍ଜିନ ୩୦ ହଜାରରୁ କମ ଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୪ତୁଳନାରେ ୨୦୧୯ ଲୋକସଭା ଆସନରେ ବିଜେଡ଼ିକୁ ୫ ପ୍ରତିଶତ କମ୍ଭୋଟ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନ ପରେ ଏହା ଭିତରେ ୮ଟିଉପ ନିର୍ବାଚନ ହୋଇଛି । କେବଳ ଧାମନଗରକୁ ଛାଡ଼ିଦେଲେ ବାକି ସବୁଥିରେବିଜେଡ଼ି ଜିତିଛି । ସେହି ଦୃଷ୍ଟିରୁ ସଞ୍ଜୟଙ୍କ ପାଇଁ ଭଦ୍ରକ ବଡ଼ ଗୁରୁ ଦାୟିତ୍ୱ
ବୋଲି କୁହାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେବିଧାୟକ ପ୍ରତାପ ଜେନାଙ୍କୁ ଦାୟିତ୍ୱ ମିଳିଛି । ବିଜେଡ଼ିର ଗଡ଼ ଭାବରେ ରହିଆସିଛ କେନ୍ଦ୍ରାପଡ଼ା । ୨୦୧୯ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ଦଳ ।୨୦୨୪ରେ ସେହି ସମାନ ପ୍ରଦର୍ଶନ ବଜାୟ ରଖି ପ୍ରତିଆରା ଜାହିରକରିବାକୁ ଚାହୁଁଛି ଦଳ । ଏଭଳି ସ୍ଥିତିରେ ବିଜେଡ଼ି ସୁପ୍ରିମୋ ବିଧାୟକ ପ୍ରତାପ
ଜେନାଙ୍କ ଉପରେ ଭରସା କରିବା ସହ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ।ପୂର୍ବରୁ କେନ୍ଦ୍ରାପଡ଼ାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ତୁଲାଉଥିଲେବିଧାୟିକା ପ୍ରମିଳା ମଲ୍ଲିକ । ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷ ଖାଲି ପଡ଼ିଥିଲା ।

Leave A Reply

Your email address will not be published.