ୟୁଜି ଓ ପିଜି ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ୧୭ରେ ପ୍ରକାଶ ପାଇବ ମେଧା ତାଲିକା

0 66

ଭୁବନେଶ୍ୱର,୨ା୧୧(ଡିକେନୁ୍ୟଜ): ସ୍ନାତକ ଓସ୍ନାତକୋତ୍ତରରେ ତୃତୀୟପର୍ଯ୍ୟାୟ ନାମଲେଖା ପାଇଁଉଚ୍ଚଶିକ୍ଷା ବିଭାଗ ପକ୍ଷରୁ
ବୁଧବାର ବିଜ୍ଞପ୍ତି ପ୍ରକାଶପାଇଛି । ବିଜ୍ଞପ୍ତି ଅନୁଯାୟୀସ୍ନାତକ(+୩) ପାଇଁ ଆସନ୍ତା
୪ତାରିଖରୁ ଓ ସ୍ନାତକୋତ୍ତର(ପିଜି) ପାଇଁ ୭ତାରିଖରୁ ସାମସ୍ ୱେବସାଇଟ୍ରେ ଛାତ୍ରଛାତ୍ରୀମାନେ
ଆବେଦନ କରିପାରିବେ । ଉଭୟ ବିଭାଗ ପାଇଁ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
୧୭ ତାରିଖରେ ପ୍ରଥମ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବ । ସୂଚନା ଅନୁଯାୟୀ, +୩
ନାମଲେଖା ପାଇଁ ୧୮ ରୁ ୨୦ତାରିଖ ପର୍ଯ୍ୟନ୍ତ ନାମଲେଖା ଫି’ ଦାଖଲ କରିବା ସହ ତଥ୍ୟ
ଅପଲୋଡ୍ କରିବେ । ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀ ୨୧ ଓ ୨୨ ତାରିଖରେ ସମସ୍ତ
କାଗଜପତ୍ର ସହିତ ସେହି କଲେଜରେ ରିପୋଟିଂ କରିବେ । ୱେଟିଂ ମେଧା ତାଲିକା ୨୫
ତାରିଖରେ ପ୍ରକାଶ ପାଇବ । ୨୮ ଓ ୨୯ ତାରିଖରେ ସେମାନେ ନାମଲେଖାଇ ପାରିବେ ।
ସେହିପରି ପିଜି ପାଠ୍ୟକ୍ରମ ପାଇଁ ୨୦ ଓ ୨୧ ତାରିଖରେ ନାମଲେଖା ଫି’ ଦାଖଲ କରିବା ସହ
ତଥ୍ୟ ଅପଲୋଡ୍ କରିବେ । ୨୨ ଓ ୨୩ ତାରିଖରେ ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀ ସେହି
କଲେଜରେ ରିପୋଟିଂ କରିବେ । ୨୮ ତାରିଖରେ ୱେଟିଂ ମେଧା ତାଲିକା ପ୍ରକାଶ ପାଇବ । ୨୯
ତାରିଖରେ ସେମାନେ ନାମ ଲେଖାଇ ପାରିବେ । ଉଭୟ ପାଠ୍ୟକ୍ରମର ନାମଲେଖା ତଥ୍ୟ ୩୦
ତାରିଖରେ ୱେବସାଇଟ୍ରେ ଅପଡେଟ୍ କରାଯିବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି । ଚଳିତ
ଶିକ୍ଷାବର୍ଷରେ ୟୁଜି ଓ ପିଜି ପାଠ୍ୟକ୍ରମରେ ପ୍ରାୟ ୯୦ ହଜାର ସିଟ୍ ଖାଲି ରହିଛି ।

Leave A Reply

Your email address will not be published.