ବାୟୁ ପ୍ରଦୂଷଣ : ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ

0 58

ନୂଆଦିଲ୍ଲୀ,୨ା୧୧ : ଦିଲ୍ଲୀରେ ପ୍ରଦୂଷଣରୋକିବାକୁ ପଦକ୍ଷେପ ନେଲେସରକାର । ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗିକାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଏ ବାବଦରେ ଏକ ନିଦେ୍ର୍ଦଶ ଜାରିକରାଯାଇଛି । ନିୟମ ପାଳନ କରାଯିବାନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । କେବଳ
ରେଳ, ଏୟାରପୋର୍ଟ, ହସ୍ପିଟାଲରେନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।ସୂଚନା ଅନୁଯାୟୀ, ଲଗାତର ଭାବେ ଷଷ୍ଠଦିନରେ ପହଞ୍ଚିଛି ପ୍ରଦୂଷଣ । ବାୟୁର
ଗୁଣବତ୍ତା ୪୨୦କୁ ପାର ହୋଇଛି ।ସେହିପରି ଆନନ୍ଦ ବିହାରରେ ୪୧୬,ପଞ୍ଜାବୀ ବାଗରେ ୪୧୬, ୱାଜିରପୁରରେ୪୦୮ ରହିଛି । ଯାହାକି ଚିନ୍ତାର ବିଷୟ
ପାଲଟିଛି । ଏହାର ଭିତରେ ଏକସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀବାୟୁର ଗୁଣବତ୍ତା ଖରାପ ହେବାରେପଞ୍ଜାବ ଦାୟୀ । ପଞ୍ଜାବ କ୍ଷେତରେ ନିଆଁ
ଲାଗିବା କାରଣରୁ ବଢି·ଲିଛି ପ୍ରଦୂଷଣ ।ଦିନକରେ ୨୦୦୦ କ୍ଷେତରେ ଫସଲଅବଶେଷରେ ଲଗାଯାଉଛି ନିଆଁ ।ବୁଧବାର ଦିନ ପଞ୍ଜାବରେ ନିଆଁ ଲାଗିବା
ଘଟଣା ସଂଖ୍ୟା ୧୯୨୧ ରହିଛି ।ସେହିପରି ମଙ୍ଗଳବାର ଦିନ ୧୩୮୯ ଏବଂସୋମବାର ଦିନ ୧୦୩୦ ରହିଥିଲା ।ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀର
ବାୟୁମଣ୍ଡଳ ଉପରେ ପଡୁଛି । ବାୟୁରଗୁଣବତ୍ତା ୩୬୪ ଥିବା ବେଳେ, ମଙ୍ଗଳବାରଦିନ ୩୫୯, ବୁଧବାର ଦିନ ପଞ୍ଜାବୀ ବାଗ,ମୁଣ୍ଡକା ଏବଂ ଆନନ୍ଦ ବିହାରରେ ବାୟୁରଗୁଣବତ୍ତା ୪୦୧ରୁ ୫୦୦ ଶ୍ରେଣୀରେପହଞ୍ଚିଛି । ସେପଟେ ପର୍ଯ୍ୟବେକ୍ଷଣ ମନ୍ତ୍ରୀଦିଲ୍ଲୀରେ ହଟସ୍ପଟ ପାଲଟୁଥିବା ସ୍ଥାନରେଗୋଟେ ସପ୍ତାହ ବାୟୁ…ପର୍ଯ୍ୟନ୍ତ ଗ୍ରାଫ-୨ ନିୟମ ଲାଗୁ କରିଛନ୍ତି । ଏଥି ସହିତ ସମସ୍ତ ନିର୍ମାଣଧୀନକାର୍ଯ୍ୟକୁ ସାମୁୟିକ ଭାବେ ବନ୍ଦ ରଖିଛନ୍ତି । ସଫର ଏଜେନ୍ସିଂଙ୍କ ମୁତାବକନଡା ଜାଳିବା ଦ୍ୱାରା ୧ ନଭେମ୍ବରରେ ବାୟୁର ଗୁଣବତ୍ତା ୧୨.୯୬% ଥିବା
ବେଳେ ୨୭ ଅକ୍ଟୋବରରେ ବୃଦ୍ଧି ଘଟି ୨୩.୪୮%ରେ ପହଞ୍ଚିଛି । ବର୍ତ୍ତମାନରାଜ୍ୟରେ ପ୍ରଭାବିତ ହେଉଥିବା ଉତ୍ତର ପଶ୍ଚିମ ମୌସୁମୀ ବାୟୁ କାରଣରୁ
ଫସଲର ଅବଶେଷ ଜଳାଯିବା ଫଳରେ ସେଥିରୁ ବାହାରୁଥିବା ଧୂଆଁର ପ୍ରଭାବସିଧାସଳଖ ଦିଲ୍ଲୀ ଉପରେ ପଡୁଛି । ବର୍ତ୍ତମାନ ଦିଲ୍ଲୀ ପ୍ରଦୂଷଣ ମାତ୍ରାକୁଦେଖିଲେ ସ୍ଥିତିରେ ସୁଧାର ଆସିବା ନିମନ୍ତେ ଏକ ବର୍ଷ ସମୟ ଲାଗିବବୋଲି ଆକଳନ କରିଛନ୍ତି ଆଇଏମଡି ଡିଜି ।

Leave A Reply

Your email address will not be published.