ଲାପଟପ୍-ଟାବଲେଟ୍ ଆମଦାନୀ ପାଇଁ ୧୧୦ ଆବେଦନକୁ ଅନୁମତି

0 62

ନୂଆଦିଲ୍ଲୀ: ଗତ ମାସରେ ସରକାରଲାପଟପ୍ ଏବଂ କମ୍ପୁ୍ୟଟର ଆମଦାନୀଉପରେ ରୋକ୍ ନିୟମରେ
ପରିବର୍ତ୍ତନ ନେଇ ଘୋଷଣାକରିଥିଲେ । ଯାହାପରେ କେବଳଅଥରାଇଜେସନ ଆଧାରରେ
ବିଦେଶରୁ ଆମଦାନୀ କରିବାରଅନୁମତି ଦିଆଯାଇଛି । ଆମଦାନୀକାରୀଙ୍କୁ କେବଳ ସଂଖ୍ୟା ଏବଂ
ମୂଲ୍ୟର ଖୁଲାସା କରିବାକୁ ହେବ ।ଏହି କ୍ରମରେ, ଲାପ୍ଟପ୍, କମ୍ପ୍ୟୁଟରଏବଂ ଅନ୍ୟ ଆଇଟି ଉପକରଣ
ଆମଦାନୀ କରିବା ପାଇଁ ସରକାରଙ୍କୁ୧୧୧ ଆବେଦନ ମିଳିଥିଲା ।ଯେଉଁଥିରୁ ସରକାର ୧୧୦
ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ।ଏହି ନୂଆ ପ୍ରକ୍ରିୟା ଦ୍ୱାରା ସରକାରଙ୍କଉଦେ୍ଦଶ୍ୟ ହେଉଛି ଲାପଟପ୍,
ଟାବ୍ଲେଟ୍ ଏବଂ କମ୍ପୁ୍ୟଟରରଦେଶକୁ ହେଉଥିବା ଆମଦାନୀରନିରୀକ୍ଷଣ କରିବା । ତେବେ ଆମଦାନୀ
ପାଇଁ ଅନୁମତି ପାଇଥିବାକମ୍ପାନୀଗୁଡିକ ମଧ୍ୟରେ ରହିଛନ୍ତି,ଡେଲ ଇଣ୍ଟରନ୍ୟାସନାଲ ସର୍ଭିସେସ୍
ଇଣ୍ଡିଆ, ଆପଲ୍ ଇଣ୍ଡିଆ, ଏଚପିଇଣ୍ଡିଆ ସେଲ୍ସ ପ୍ରାଇଭେଟ ଲି, ବଷ୍ଲିମିଟେଡ୍ ଇତ୍ୟାଦି । ପ୍ରକୃତରେ
ସରକାର ଲାପଟପ୍, ପର୍ସନାଲକମ୍ପୁ୍ୟଟର, ଟାବଲେଟରଆମଦାନୀ ଉପରେ ରୋକ୍
ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ।ସରକାର ଯୁକ୍ତି ଦର୍ଶାଇଥିଲେ ଯେ,ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ
ଦେବା ଦରକାର । କିନ୍ତୁହାର୍ଡେଓୟାର କମ୍ପାନିମାନେ ଏହିନିଷ୍ପତ୍ତିର ବିରୋଧ କରିଥିଲେ ।
ଫଳରେ ଦେଶରେ ଯୋଗାଣକୁନେଇ ଅସୁବିଧା ଉତ୍ପନ୍ନ ହୋଇଥିଲାଯାହା ପରେ ସରକାର ଏହିac
ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ ।

Leave A Reply

Your email address will not be published.