ଯୁକ୍ତ ତିନି କଲେଜରେ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ

0 77

ଭୁବନେଶ୍ୱର,ରାଜ୍ୟର ପ୍ରତି ଯୁକ୍ତ ତିନି କଲେଜରେ ଛାତ୍ରୀମାନଙ୍କ ପାଇଁ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଯେଉଁଥିରେ ୪୩ ସରକାରୀ କଲେଜ ଥିବାବେଳେ ୧୫୨ ଟି ଏଡେଡ କଲେଜ ସାମିଲ ଅଛି । କଲେଜ ଗୁଡ଼ିକରେ ସେଲଫ୍ ଡିଫେନସ୍ କ୍ଲବ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ
କରାଯିବ । ସେଲଫ୍ ଡିଫେନସ୍ କ୍ଲବର ସଂଯୋଜକ ନିଯୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉପ-ସଚିବଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । ଏଥିସହ ସଂଯୋଜକଙ୍କ ନାଁ ସମେତ
କଲେଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆସନ୍ତା ଜାନୁଆରୀ ୨୨ ସୁଦ୍ଧା ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏ ନେଇ ଦ୍ୱନ୍ଦ୍ୱ ଉପୁଜିଲେ, ସେଲଫ୍ ଡିଫେନସ୍ କ୍ଲବ ରାଜ୍ୟ ଉପଦେଷ୍ଟା ଡକ୍ଟର ନିବେଦିତା ଜେନାଙ୍କୁ ଯୋଗାଯୋଗ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

 

Leave A Reply

Your email address will not be published.