ପାହାଡ଼ରୁ ପଥର ଖସି ଶ୍ରମିକଙ୍କ ମୁତ୍ୟୁ

0 87

କୋରାପୁଟ, ଜିଲ୍ଲା ଲକ୍ଷ୍ମୀପୁର ବନ୍ୟାଞ୍ଚଳ ଅଧୀନରେ ଥିବା ମଶାଣି ଝୋଲ୍ଲା ପାହାଡ଼ ତଳେ ବନ ବିଭାଗ ଦ୍ୱାରା ଗଳି କଂଟ୍ରୋଲ କରିବା ନିମନ୍ତେ ପଣସପୁଟ ଗ୍ରାମ ପ୍ରାୟ ୧୫/୨୦ ଜଣ ଶ୍ରମିକମାନଙ୍କୁ ନେଇ ପାହାଡ଼ ଉପରେ ଥିବା ପଥର ତଳକୁ ଖସେଇ ଗଳି କଂଟ୍ରୋଲ ନିର୍ମାଣ କରୁଥିବା ସମୟରେ ପାହାଡ଼ ଉପରୁ ଗୋଟିଏ ପଥର ଖସି ତଳେ ଗଳି କଂଟ୍ରୋଲ ତିଆରି କରୁଥିବା ବିଟୁ ହିଡ଼୍ରେକାଙ୍କ ଉପରେ ପଡ଼ିଥିଲା । ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସାଥୀରେ ଥିବା ଅନ୍ୟ ଶ୍ରମିକ ମିଶି ବିଟୁ ହିଡ଼୍ରେକାଙ୍କୁ ଲକ୍ଷ୍ମୀପୁର ମେଡିକାଲ ଆଣିଥିଲେ ସୁଦ୍ଧା ଲକ୍ଷ୍ମୀପୁର ଡାକ୍ତର ବିଟୁ ହିଡ଼୍ରେକାଙ୍କୁ ମୁତ୍ୟୁ ଘୋଷଣା କରିଥିଲେ । ତେବେ ଏଠାରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କି ବନ ବିଭାଗ ଅଧିକାରୀମାନଙ୍କୁ କ’ଣ ଆଉ କେହି ଶ୍ରମିକ ମିଳୁନଥିଲେ ନାଁ କ’ଣ ୬୫/ ୭୦ ବର୍ଷ ବୁଢ଼ା ଲୋକଙ୍କୁ ନେଇ ଏଭଳି ଏକ ପାହାଡ ତଳେ କଠିନ ପରିଶ୍ରମ କରାଉଥିଲେ । ଯାହା ଫଳରେ ଏଭଳି ଘଟଣା ଘଟିଗଲା । ଏଥି ।ଇଁ କିଏ ଦାୟୀ ? ବନ ବିଭାଗର ନାଁ ଦଇବ ବିଧାତା ।ମୁତ୍ୟୁ ପରିବାରକୁ କ୍ଷତି ପୂରଣ ଦେବ କିଏ ସରକାର ନାଁ ବନ ଅଧିକାରୀ ।

Leave A Reply

Your email address will not be published.