ଓଡ଼ିଶାରେ କମିଛି ଦାରିଦ୍ର୍ୟ ହାର

0 40

ନୂଆଦିଲ୍ଲୀ,ବହୁମୁଖୀ ଦାରିଦ୍ର୍ୟ ହାର ହ୍ରାସରେ ଓଡିଶାକୁ ବଡ଼ ଉପଲବ୍ଧି । ଗତ ୧୫ ବର୍ଷରେ ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି । ଦାରିଦ୍ର୍ୟ ମୁକାବିଲା ଦ୍ୱାରା ସ୍ଥିତି ସୁଧୁରିଥିବା ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ୯ ବର୍ଷ ମଧ୍ୟରେ ଦେଶରେ ଦାରିଦ୍ର୍ୟ ହାରରେ ୧୭.୮୯ ପ୍ରତିଶତ କମିଥିବା ବେଳେ ରାଜ୍ୟରେ ଗତ ୧୫ ବର୍ଷ ମଧ୍ୟରେ ଏହି ହାର ୪୮.୧୬ ପ୍ରତିଶତ ହ୍ରାସ ପାଇଛି । ବହୁମୁଖୀ ଦାରିଦ୍ର୍ୟ ହାର ବିବେଚନା କରିବା ପାଇଁ ୧୦ଟି ମାନଦଣ୍ଡ ମଧ୍ୟରୁ ତିନିଟି ପ୍ରମୁଖ ଦିଗକୁ ବିର କରି ନୀତି ଆୟୋଗ ଏହି ରିପୋର୍ଟ ପ୍ରକାଶ କରିଛି । ସୁଧୁରିଛି ଜୀବନ ଧାରଣର ମାନ । ଭାରତ ସରକାରଙ୍କ ନୀତି ଆୟୋଗ ଓ ୟୁଏନଡିିର ମିଳିତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ୨୦୧୩-୧୪ ଦେଶରେ ଦାରିଦ୍ର୍ୟ ହାର ୨୯.୧୭ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୧୧.୨୮ ପ୍ରତିଶତକୁ ହ୍ରାସ ପାଇଛି । ୯ବର୍ଷରେ ୨୪କୋଟି ୮୨ ଲକ୍ଷ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି । ଓଡ଼ିଶାରେ ୨୦୦୫-୦୬ରେ ୬୩.୮୪ ପ୍ରତିଶତ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରେ ଥିଲେ । ୨୦୧୫-୧୬ ସୁଦ୍ଧା ଏହି ହାର ୨୯.୩୪ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୧୯- ୨୧ ସୁଦ୍ଧା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି । ଗତ ୧୫ ବର୍ଷ ଭିତରେ ଓଡିଶାର ଏକ କୋଟି ୨ଲକ୍ଷ ଲୋକ
ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । ରିପୋର୍ଟ ଅନୁଯାୟୀ ଯେଉଁ ହାରରେ ଦାରିଦ୍ର୍ୟ ହ୍ରାସ ପାଉଛି, ୨୦୨୫ ସୁଦ୍ଧା ବହୁମୁଖୀ ଦାରିଦ୍ର୍ୟ ହାର ଏକକ ଅଭାକୁ ଖସି ଆସିବ ବୋଲି ଆକଳନ କରାଯାଉଛି । ବୈଶ୍ୟକ ବହୁମୁଖୀ ଦାରିଦ୍ର୍ୟ ହାର ନିରୂ ଣର ୧୦ଟି ମାନଦଣ୍ଡକୁ ବିଚାର କରି ଏହି ତଥ୍ୟ ପ୍ରକାଶ ପାଇଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ କିରି ଲୋକଙ୍କ ସ୍ଥିତି ସୁଧୁରୁଛି ତାହା ଏଥିରେ ଉଲ୍ଲେଖ ହୋଇଛି । ଦାରିଦ୍ର୍ୟ ମୁକାବିଲା ଦ୍ୱାରା ପ୍ରତି ସୁଧୁରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ସର୍ବାଧିକ ଦାରିଦ୍ର୍ୟ ହାର ତାଲିକାର ଶୀର୍ଷରେ ଉତ୍ତର ପ୍ରଦେଶ ରହିଥିବା ବେଳେ ଏହା ପଛକୁ ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ରହିଛନ୍ତି । ଏହି ରାଜ୍ୟ ଗୁଡିକରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ  ମୁକ୍ତ ହୋଇଛନ୍ତି । ଉତ୍ତରପ୍ରଦେଶରେ ସର୍ବାଧିକ ୫ କୋଟି ୯୩ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଥିବା ବେଳେ ବିହାରର ୩ କୋଟି ୭୬ ଲକ୍ଷ, ମଧ୍ୟପ୍ରଦେଶର ୨ କୋଟି ୩୩ଲକ୍ଷ, ପଶ୍ଚିମବଙ୍ଗର ଏକ କୋଟି ୨୨ ଲକ୍ଷ ଓ ମହାରାଷ୍ଟ୍ରର ଏକ କୋଟି ୫୯ଲକ୍ଷ ଲୋକ ଦାରିଦ୍ର୍ୟରୁ ନିସ୍ତାର ପାଇଛନ୍ତି । କିନ୍ତୁ ରାଜ୍ୟର ଲୋକସଂଖ୍ୟାକୁ ବିଚାର କରି ଏହାକୁ ଆକଳନ କଲେ ଦାରିଦ୍ର୍ୟ ହାର ହ୍ରାସ ତାଲିକାରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି ।

 

Leave A Reply

Your email address will not be published.