୨୬ ତାରିଖ ପର୍ଯ୍ୟନ୍ତ ବଢିଲା ନବୀନ କାର୍ଡ ପଞ୍ଜିକରଣ ଅବଧ

0 87

ଭୁବନେଶ୍ୱର, ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ପାଇଁ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଜି ଅର୍ଥାତ୍ ୧୬ ତାରିଖ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ୨୬ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଚାଲିବ ବୋଲି   ଘୋଷଣା ହୋଇଥିଲା । ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି ଆଜି  ଅପରାହ୍ନ ୨ଟା ସୁଦ୍ଧା ସମୁଦାୟ ୩,୪୬,୨୯୪ଟି ପରିବାରଙ୍କର ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି । ଏହି ପଞ୍ଜୀକୃତ ଦରଖାସ୍ତରେ ୯.୭୦ ଲକ୍ଷରୁ ଉର୍ଦ୍ଧ ସଦସ୍ୟଙ୍କର ନାମ ରହିଛି । ସର୍ବାଧିକ ଗଞ୍ଜାମ ଜିଲାରୁ ୪୮,୫୦୦ ; ଖୋର୍ଦ୍ଧା ଜିଲ୍ଲାରୁ ୨୬,୮୨୫ ; କଟକରୁ ୨୮,୭୯୪ ;
ଭଦ୍ରକରୁ ୨୩,୦୪୨ ଏବଂ ବାଲେଶ୍ୱର ଜିଲ୍ଲାରୁ ୨୨,୫୭୦ ଦରଖାସ୍ତ ମିଳିଛି । ପୁର ଜିଲ୍ଲାରୁ ୨୦,୭୪୪ ଦରଖାସ୍ତ ମିଳିଥିବା ବେଳେ କେନ୍ଦ୍ରାପଡାରୁ ୧୯,୫୭୮ ଓ ନୟାଗଡରୁ ୧୪,୯୪୭ ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି । ଜଗତସିଂହପୁରରୁ ୧୫,୨୪୮, ଯାଜପୁରରୁ ୧୪,୦୬୧, ବରଗଡ଼ରୁ ୧୪,୫୬୯, ସୁନ୍ଦରଗଡ଼ରୁ ୧୨,୩୪୯, ଅନୁଗୋଳରୁ ୧୨,୩୯୭ ଏବଂ ଢେଙ୍କାନାଳରୁ ୧୧,୮୮୦ ଦରଖାସ୍ତ ମିଳିଛି । ୩୦ଟି ଯାକ ଜିଲ୍ଲାରୁ ଜିଲ୍ଲା ପିଛା ହାରାହାରି ୧୧,୫୦୦ରୁ ଉର୍ଦ୍ଧ ଦରଖାସ୍ତ ପଞ୍ଜୀକୃତ ହୋଇଛି । ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଆଜି ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଏକ
ସ୍ୱତନ୍ତ୍ର ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି । ବିଏସ୍କେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ପରିବାରମାନେ ଚଳିତ ବର୍ଷ ମେ ମାସ ଠାରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କରେ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇବେ ।

 

Leave A Reply

Your email address will not be published.