ପାଞ୍ଚ ବର୍ଷରେ ବଦଳିଲା ଶ୍ରୀକ୍ଷେତ୍ରର କାୟାକଳ୍ପ

0 39

ଭୁବନେଶ୍ୱର, ପାଞ୍ଚ ବର୍ଷରେ ବଦଳିଲା ଶ୍ରୀକ୍ଷେତ୍ରର ଚେହେରା । ଝଲସିଲା ଶ୍ରୀମନ୍ଦିରର ଚତୁଃପାଶ୍ୱର୍ । କେହି କେବେ ଭାବିନଥିଲେ ଏମିତି ବଦଳିବ ନୀଳାଚଳ ଧାମର କାୟାକଳ୍ପ । ୨୦୧୯ରେ ଫନି ବାତ୍ୟା ମାଡ଼ରେ ଝାରଖାର ହୋଇଯାଇଥିଲା ପୁରୀ । ଧ୍ୱସ୍ତବିଧ୍ୱସ୍ତ ପୁରୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିଲେ ସ୍ଥିତି । ଆଉ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବରେ ଗଢ଼ି ତୋଳିବା ପାଇଁ ନେଇଥିଲେ ନିଷ୍ପତ୍ତି । ସେଇଠୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ଡ୍ରିମ୍  ପ୍ରୋଜେକ୍ଟ । ଶହଶହ ବର୍ଷ ଧରି ମନ୍ଦିର ଚାରି ଟେ ସହର ଓ ଦୋକାନ ବଜାର ମନ୍ଦିର ଆଡ଼କୁ ବଢ଼ିଆସି ଦର୍ଶନରେ ବାଧା ସୃଷ୍ଟି କରୁଥିଲା । ତୀର୍ଥଯାତ୍ରୀଙ୍କ ପାଇଁ ମଧ୍ୟ ଅନେକ ସମସ୍ୟା ଉପୁଜୁଥିଲା । ଏବେ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଶ୍ରଦ୍ଧାଳୁମାନେ ବିନା ଦ୍ୱିଗ୍ଧାରେ ଅନ୍ତଃ ଓ ବାହ୍ୟ ପରିକ୍ରମା କରି ପ।ରିବେ । ଏହି ପ୍ରରିକ୍ରମା ପ୍ରକଳ୍ପ ପାଇଁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବଡ଼ ଭୂମିକା ରହିଛି । ସେ ନିୟମିତ ପୁରୀ ଆସି ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରୁଥିଲେ । ପ୍ରକଳ୍ପକୁ ଅଧିକ ଆକର୍ଷଣୀୟ କରାଯିବା ସହିତ ଧାର୍ଯ୍ୟ ସମୟ ଭିତରେ କାମ ହେବ ସେଥିାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପରିକ୍ରମା ମାର୍ଗର ୭୫ ମିଟର ସୁରକ୍ଷାବଳୟ ମଧ୍ୟରେ ରହିଛି ଅନେକ ବ୍ୟବସ୍ଥା । ଆଜି ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଶ୍ରୀମନ୍ଦିର ଚଉବେଦୀର ନୂଆ ରୂସମସ୍ତଙ୍କୁ ଅବିଭୂତ କରିଛି । ପ୍ରକଳ୍ପର ଶୁଭା
ଲୋକାର୍ପଣ ପୂର୍ବରୁ ଏହାକୁ ନେଇ ଭକ୍ତିୂର୍ଣ୍ଣ ଜଗନ୍ନାଥ ଭଜନ ଗାଇଛନ୍ତି ବଲିଉଡ଼ ସିଙ୍ଗର ଜୁବିନ୍ଦର ଜା । ଏହାର ଭିଡ଼ିଓରେ ଶ୍ରୀମନ୍ଦିରର ଚୁତଃପାଶ୍ୱର୍ର ରୂ ପ।ନ୍ତରଣକୁ ଦର୍ଶାଯାଇଛି । ଲୋକାର୍ପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ବିଭିନ୍ନ ମନ୍ଦିର ପୀଠ ସମେତ ସାରା ଦେଶରୁ ଆସିଛନ୍ତି ଅତିଥି । ପରିକ୍ରମା ପ୍ରକଳ୍ପ ଦ୍ୱାରା ହୋଇଥିବା ସୁବିଧା ଓ ବ୍ୟବସ୍ଥା ଦେଖି ପ୍ରଶଂସାରେ ଶତମୁଖ ସାଧୁସନ୍ଥ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ । ରାଜ୍ୟର କୋଣଅନୁକୋଣୁ ଭକ୍ତଙ୍କ ଭିଡ଼ ଜମିଲାଣି । ଭଜନ-କୀର୍ତ୍ତନରେ କମ୍ପୁଛି ଚଉଦିଗ । ଜୟଜଗନ୍ନାଥ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି । କିଏ କେତେ ବେଶଭୂଷାରେ ଆସି ନିଜର ଭକ୍ତିଅର୍ଘ୍ୟକୁ ମହାପ୍ରଭୁଙ୍କ ସମର୍ପଣ କରୁଛନ୍ତି । ନିଜକୁ ମହାପ୍ରଭୁଙ୍କ ଚରଣରେ ସମର୍ପିତ କରି ଭଜନ-କୀର୍ତ୍ତନରେ ନିଜକୁ ହଜାଇ ଦେଇଛନ୍ତି ଶ୍ରଦ୍ଧାଳୁ ଆଧ୍ୟାତ୍ମିକ ଚେତନାରେ ହଜି ଯାଉଛନ୍ତି ସମସ୍ତେ ।

 

Leave A Reply

Your email address will not be published.