ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭାବ-ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର

0 34

ପୁରୀ, ଝଲସୁଛି ଶ୍ରୀକ୍ଷେତ୍ର । ଭାବ ଭକ୍ତିରେ ଉଛୁଳୁଛି ଚଉଦିଗ । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ।ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଆସନ୍ତାକାଲି ୧୭ ତାରିଖ ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଜ୍ଞର ମନ୍ତ୍ରଧ୍ୱନି ସାଙ୍ଗକୁ ଋକ୍, ସାମ୍, ଯଦ୍ରୁ ଓ ଅଥର୍ବ ବେଦ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ । ଭକ୍ତମାନେ ଏକତ୍ରିତ ହୋଇ ବେଶ ଆନନ୍ଦର ସହ ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣ କରୁଛନ୍ତି । ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଶ୍ରୀକ୍ଷେତ୍ରକୁ ଛୁଟିବାରେ ଲାଗିଛି ଭକ୍ତ ଓ ଶ୍ରାଦ୍ଧଳୁଙ୍କ ସ୍ରୋତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ଯଜ୍ଞ ମଣ୍ଡପରେ ଆର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ଲୋକାର୍ପିତ ହେବାକୁ ଥିବା ପରିକ୍ରମା ମାର୍ଗର ଚତୁଃପାର୍ଶ୍ୱକୁ ଶୋଧ କରାଯାଇଛି । ଆଜି ପୌଷ ଶୁକ୍ଳ ଷଷ୍ଠୀ ତିଥିରେ ସକାଳ ସାଢେ ୭ଟାରୁ ସୂର୍ଯ୍ୟପୂଜା,
ଧରିତ୍ରୀ ପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତୀ ଓ ପୁଷ୍ପାଞ୍ଜଳି ପରେ ବ୍ରାହ୍ମଣମାନେ ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ପ୍ରଦକ୍ଷିଣ କରି ଶୋଧ କରିଥିଲେ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ । ଆସନ୍ତାକାଲି ପୌଷ ଶୁକ୍ଳ ସପ୍ତମୀ ତିଥିରେ ଅପରାହ୍ନ ୧.୧୫ରୁ ସାଢେ ଗୋଟାଏ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସାଢେ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୁତି ସହ ପୁଷ୍ପାଞ୍ଜଳି ଦିଆଯିବ । ମଧ୍ୟାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃପ୍ରଦକ୍ଷଣ ପଥରେ ନାମ ସଂକୀର୍ତ୍ତନ ସାଙ୍ଗକୁ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୨ଟା ୩୦ରୁ ୩ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାଗୃହରେ ପହଞ୍ଚି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏଥି ପ।ଇଁ ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ଗୋଟାଏ ମଧ୍ୟରେ ଯଜ୍ଞର ପୂର୍ଣ୍ଣାହୁତି ପାଇଁ ସମସ୍ତ ପୂଜାବିଧି ଯେଭଳି ସମ୍ପନ୍ନ ହୋଇପାରିବ ସେଥିଲାଗି ଆଚର୍ଯ୍ୟ ଓ ରାଜଗୁରୁଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଆଲୋଚନା କରିଛନ୍ତି । ଲୋକାର୍ପଣ ଉତ୍ସବ କିଭଳି ସଫଳ ହୋଇପାରିବ ସେଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଆଜି ସୁଦ୍ଧା ନିମନ୍ତ୍ରିତ ସମସ୍ତ ଅତିଥି ପୁରୀରେ ପହଞ୍ଚିଯିବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅତିଥିମାନଙ୍କ ରହଣୀ ଓ ସେମାନଙ୍କ ଆତିଥ୍ୟତାରେ ଯେଭଳି କୌଣସି ଉଣା ନ ରୁହେ ସେଦିଗରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି । ମୁଖ୍ୟନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ସମୀକ୍ଷା ହୋଇଛି । ଶ୍ରୀସେତୁ ହେଲି ଶ୍ରୀମାର୍ଗ ଦେଇ ଯଜ୍ଞସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାର କାରକେଡ଼ ରିହରସେଲ କରାଯାଇଛି । ଟ୍ରାଫିକ୍ ସୁ ରିଚାଳନା, ଭକ୍ତଙ୍କ ସୁରକ୍ଷା, ଭିଭିଆଇପିଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏହି ବ୍ୟବସ୍ଥାରେ ୧୦୦ଜଣ ସୁ ରିଭାଇଜିଂ ଅଧିକାରୀ, ୨୫୦ ସବ୍ଇନ୍ସିପେକ୍ଟର ଓ ଏଏସ୍ଆଇ ଏବଂ ୮୦  ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.