ମାଞ୍ଜାସୂତା ଲାଗି ୨ ବାଇକ ଆରୋହୀ ଆହତ

0 35

କଟକ, ସରକାରଙ୍କ କଟକଣା ପରେ ମଧ୍ୟ ମାଞ୍ଜାସୂତା ବ୍ୟବହାରରେ ରୋକ ଲାଗି ପାରିନାହିଁ । ଫଳରେ ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି । ୨ ଯୁବକଙ୍କ ଘର ନିଆଳିରେ ହୋଇଥିଲା ବେଳେ ବାଇକ ଯୋଗେ କଟକ ଆସିବା ସମୟରେ ଅଘଟଣ ଘଟିଛି । ଏଥିରେ ଜଣେ ଯୁବକଙ୍କ ବେକରେ ଲାଗିଲା ସୁତା ଲାଗିଥିବା ବେଳେ ଅନ୍ୟ ଜଣଙ୍କ ପାପୁଲି ରକ୍ତାକ୍ତ ହୋଇଥିବା ସୂଚନା ମିଳିଛି । ଓଡ଼ିଆ ସଂସ୍କୃତିର ମହାନ୍ ପର୍ବ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି । ଏହି ଉପଲକ୍ଷେ ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ଗୁଡ଼ି ଯୁବବର୍ଗଙ୍କୁ ଆକୃଷ୍ଟ କରୁଛି । କାହା ଗୁଡ଼ି କେତେ ଉଚ୍ଚକୁ ଯିବ ତାହାକୁ ନେଇ ପ୍ରତିଯୋଗିତା ଗୁଡ଼ି ଉଡ଼ାଇବାବେଳେ ଅନ୍ୟ ଜଣଙ୍କର ଗୁଡ଼ିକୁଯଦି କାଟି ଦିଆଯାଇପାରେ ତା’ହେଲେ ସିଏ ନେବ ଜିତାପଟ । ଏହି ପ୍ରତିଯୋଗିତାରେ  ମୁଖ୍ୟ କାର୍ପଟଦାର ହେଲା ଗୁଡ଼ି ଉଡ଼ାରେ ବ୍ୟବହୃତ ମାଞ୍ଜାସୂତା । ପ୍ରତିବର୍ଷ ମାଞ୍ଜାସୂତା ଲାଗି ଲୋକଙ୍କ ବେକ ଓ ଅନ୍ୟାନ୍ୟ ଅଙ୍ଗ କଟି ଯାଉଥିବାବେଳେ
ପ୍ରାଣହାନିର ଆଶଙ୍କା ରହିଛି । ଏହାକୁ ନେଇ କମିଶନରେଟ ପୋଲିସ ପୂର୍ବରୁ ଏହା ଉପରେ କଟକଣା ଜାରି କରିଛି । ପ୍ରତିବର୍ଷ ମାଞ୍ଜାସୂତାଜନିତ ଅଘଟଣ ଘଟୁଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି । ଫଳରେ ନିରୀହ ଲୋକଙ୍କ ଜୀବନ ସଙ୍କଟରେ ପଡୁଛି । ଏଥର ବି ଅନୁରୂପ ଘଟଣା ଘଟିସାରିଲାଣି ।

 

Leave A Reply

Your email address will not be published.