ଛୋଟ ପରଦାରୁ ଅଭିଯାନ ଆରମ୍ଭ କରିବେ ରିଦ୍ଧିମା

0 66

ମୁମ୍ବାଇ, ୨ା୧୧: ବଲିଉଡରଲୋକପ୍ରିୟ ଅଭିନେତା ରଣବୀରକପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହନିଅଭିନୟ ଦୁନିଆକୁ ପ୍ରବେଶ କରିବେ
ବୋଲି ଜଣାପଡ଼ିଛି । ତେବେ ସେ ତାଙ୍କଅଭିଯାନ ଛୋଟ ପରଦାରୁ ଆରମ୍ଭକରିବେ । ନେଟଫ୍ଲିକ୍ସର ବାସ୍ତବଧର୍ମୀଧାରାବାହିକ “ଦି ଫାବୁଲସ୍ ଲାଇଭସ
ଅଫ୍ ବଲିଉଡ୍ ୱାଇଭସ’ର ଆଗାମୀସିଜନ୍ ପାଇଁ ରିଦ୍ଧିମା ଅଭିନୟ କରିବାକୁସବୁଜ ସଂକେତ ଦେଇଛନ୍ତି ଏବଂସେଥିଲାଗି ପ୍ରସ୍ତୁତି ଆରମ୍ଭ
କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ,ପ୍ରଖ୍ୟାତ ସିନେନିର୍ମାତା ତଥା ପ୍ରଯୋଜକକରନ ଜୋହର ପ୍ରଯୋଜିତ “ଦିଫାବୁଲସ୍’ରେ ·ରିଜଣ ଗ୍ଲାମରସ୍
ବନ୍ଧୁଙ୍କ ଜୀବନ ପ୍ରଦର୍ଶିତ ହୋଇଛିଯେଉଁଥିରେ ସେମାନେ ବନ୍ଧୁତା,ପରିବାର ଓ କ୍ୟାରିଅରର ଜଟିଳତାଦେଇ ଯାତ୍ରା କରୁଛନ୍ତି । ଏହି
ଧାରାବାହିକର ପୂର୍ବ ଦୁଇଟି ସିଜନରେନୀଲମ୍ କୋଠାରି, ମହୀପ କପୁର,ଭାବନା ପାଣ୍ଡେ ଓ ସୀମା ସଜଦେହଙ୍କଭଳି କଳାକାର ଅଭିନୟ କରି ଦର୍ଶକଙ୍କୁ
ସେମାନଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତଜୀବନର ଏକ ସ୍ୱତନ୍ତ୍ର ଚିତ୍ର ପ୍ରଦାନକରିଥିଲେ । ଏଥର ରିଦ୍ଧିମାଙ୍କ ସହ ଅନ୍ୟଦୁଇଜଣ ଦକ୍ଷ ମହିଳା ଉଦ୍ୟୋଗୀଙ୍କୁ
ସ୍ୱାଗତ କରିବା ପାଇଁ ଧାରାବାହିକପ୍ରସ୍ତୁତ ହୋଇଛି । ମିଳିଥିବାସୂଚନାନୁଯାୟୀ, ଏହି ବହୁ ପ୍ରତୀକ୍ଷିତସିଜନରେ ଶାଳିନୀ ପାଷି ଓ କଲ୍ୟାଣୀ
ଶାହ ·ଲାଙ୍କ ସହ ରିଦ୍ଧିମାଯୋଗଦେବେ । ଏହି ଅବସରରେ “ଦିଫାବୁଲସ୍’ର କାହାଣୀ ମୁମ୍ବାଇରୁ ଦିଲ୍ଲୀକୁଯାତ୍ରା କରିବ । ସେମାନଙ୍କ ମଧ୍ୟରୁ
ଶାଳିନୀ ପାଷି ଜଣେ କଳା ଓ ଡିଜାଇନ୍ସଂଗ୍ରାହିକାୟ ଅଭିନେତା ଶାହରୁଖ ଖାଁଓ ଗୌରୀ ଖାଁଙ୍କ ସହ ତାଙ୍କର ଘନିଷ୍ଠତାରହିଛି । ସେହିପରି କଲ୍ୟାଣୀ ଶାହ
ହେଉଛନ୍ତି ଏକ ବିଳାସପୂର୍ଣ୍ଣ ଗୃହସଜ୍ଜାକମ୍ପାନିର ପ୍ରତିଷ୍ଠାତ୍ରୀ ଓ ସିଇଓ । କରନଜୋହରଙ୍କ ସହ ଏହି ତିନି ଜଣଙ୍କରଭଲ ସମ୍ପର୍କ ରହିଛି ଏବଂ ସେମାନେ
ତାଙ୍କ ସୋ’ରେ ସାମିଲ ହେବା ପାଇଁଉକ୍ରଙଋାର ସହ ହିଁ ବସିଛନ୍ତି ।

Leave A Reply

Your email address will not be published.