ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ-ଲାବନ୍ୟା

0 59

ମୁମ୍ବାଇ, ୨ା୧୧: ଦକ୍ଷିଣ ଚଳଚ୍ଚିତ୍ରଇଣ୍ଡଷ୍ଟ୍ରିର ଲୋକପ୍ରିୟ ଦମ୍ପତି ବରୁଣତେଜ ଏବଂ ଲାବନ୍ୟା । ଦୁହେଁ ୧
ନଭେମ୍ବରରେ ଇଟାଲୀରେ ବିବାହକରିଥିଲେ । ବିବାହରେ ପରିବାର ଏବଂଘନିଷ୍ଠ ବନ୍ଧୁ କେବଳ ଉପସ୍ଥିତି ଥିଲେ ।
ଇଟାଲୀର ବୋର୍ଗୋ ସେନ୍ ଫେଲିସରେହିନ୍ଦୁ ରୀତିନୀତି ଅନୁଯାୟୀ ସାତଫେରାନେଇଥିଲେ । ଦକ୍ଷିଣ ସୁପରଷ୍ଟାର ରାମ
ଚରଣ ଏବଂ ଅଲୁ ଅର୍ଜୁନ ମଧ୍ୟ ଏହିବିବାହରେ ଯୋଗ ଦେଇଥିଲେ । ଏବେଏହି ନୂଆ କପଲଙ୍କ ବିବାହର ପ୍ରଥମ
ଫଟୋ ସାମ୍ନାକୁ ଆସିଛି । ତେଲୁଗୁଅଭିନେତା ତଥା ନିର୍ମାତା ନାଗା ବାବୁକୋନିଡେଲା ବରୁଣ ତେଜ ଏବଂ
ଲାବନ୍ୟାଙ୍କ ବିବାହର ପ୍ରଥମ ଫଟୋସେୟାର କରିଛନ୍ତି । ସେ ଲେଖିଛନ୍ତି ଯେନବ ବିବାହିତ ଦମ୍ପତି ବରୁଣ ତେଜ
ଏବଂ ଲାବନ୍ୟା ପାଇଁ ତୁମର ଆଶୀର୍ବାଦଦରକାର । ତାଙ୍କର ଏହି ବିଶେଷଦିନରେ ବରୁଣ ଏମ୍ବ୍ରୋଡୋରୀ
ଶେରୱାନି ସହିତ ଲାବନ୍ୟା ଲାଲ୍ ଶାଢୀପିନ୍ଧିଥିବାର ଦେଖିବାକୁ ମିଳିଥିଲା ।ବରୁଣ ତେଜ ସୋସିଆଲ ମିଡିଆରେ
ତାଙ୍କ ବିବାହର ଅନେକ ଫଟୋ ମଧ୍ୟସେୟାର କରିଛନ୍ତି । ଫଟୋ ଗୁଡ଼ିକରେବର ଏବଂ ବର କ୍ୟାମେରା ପାଇଁ
ଅନେକ ପୋଜ୍ ଦେଉଥିବାର ନଜରଆସିଛନ୍ତି । ଏହା ସହ କ୍ୟାପସନରେବରୁଣ ଲେଖିଛନ୍ତି ମାଇଁ ଲଭ୍ ।
ଏହାପୂର୍ବରୁ ମେହେନ୍ଦିର ଫଟୋଦେଖିବାକୁ ମିଳିଥିଲା । କୁହାଯାଉଛି ଯେବରୁଣ ଦୁଇଟି ରିସେପ୍ସନ୍ ଆୟୋଜନ
କରିବାକୁ ଯୋଜନା କରୁଛନ୍ତି ।ଗୋଟିଏ ହାଇଦ୍ରାବାଦରେ ଏବଂଅନ୍ୟଟି ଦେହରାଡୁନରେ । କହିବାକୁ
ଗଲେ ଯେ ବରୁଣ ତେଜ ହେଉଛନ୍ତିଭେଟେରାନ ଅଭିନେତା ଚିରଞ୍ଜୀବୀଏବଂ ପୱନ କଲ୍ୟାଣଙ୍କ ପୁତୁରା ।
ଅଭିନେତା ରାମ ଚରଣ, ଅଲୁଅର୍ଜୁନ, ଅଲୁ ସିରିଶ, ସାଇ ତେଜଏବଂ ପାଞ୍ଜା ବୈଷ୍ଣବ ତେଜ ତାଙ୍କର
ସମସ୍ତ ସମ୍ପର୍କୀୟ । ସମସ୍ତେ ବରୁଣଏବଂ ଲାବନ୍ୟାଙ୍କ ବିବାହ ଉତ୍ସବରେଯୋଗ ଦେଇଥିଲେ । ନବ ବିବାହିତ
ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଚିରଞ୍ଜୀବୀ ମଧ୍ୟ ବିବାହର ଏକଫଟୋ ସେୟାର କରିଛନ୍ତି ।

Leave A Reply

Your email address will not be published.