ଅପରାଜେୟ ଟିମଇଣ୍ଡିଆ ସେମିଫାଇନାଲରେ ଭାରତ

0 59

ମୁମ୍ବାଇ, ୨ା୧୧: ଅପରାଜେୟ ଟିମଇଣ୍ଡିଆ । ୭ ମ୍ୟାଚରୁ ୭ ବିଜୟ ସହଚଳିତ ବିଶ୍ୱକପ ପ୍ରଥମ ଟିମ ଭାବେଭାରତ ବିଧିବଦ୍ଧ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।
ବିଶ୍ୱକପରେ ନିଜର ୭ମ ମ୍ୟାଚରେଟିମ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କାକୁଏକତରଫା ଭାବେ ୩୦୨ ରନରେପରାସ୍ତ କରିଛି । ମହମ୍ମଦ ଶାମି ୫
ୱିକେଟ ନେଇ ବିଜୟର ପ୍ରମୁଖଭୂମିକା ଗ୍ରହଣ କରିଛନ୍ତି । ଏଥିସହମ୍ୟାନ ଅଫ ଦି ମ୍ୟାଚ୍ ବିଭେଚିତହୋଇଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ
କରି ୮ ୱିକେଟ ହରାଇ ୩୫୭ ରନକରିଥିଲା । ଶ୍ରୀଲଙ୍କା ୩୫୮ ରନରଟାର୍ଗେଟ ପାଇଥିବା ବେଳେ ଦଳ୧୯.୪ ଓଭରରେ ମାତ୍ର ୫୫ ରନ
କରି ଅଲଆଉଟ ହୋଇଯାଇଛି ।ବିଶ୍ୱକପ ଇତିହାସରେ ଏହା ଦ୍ୱିତୀୟସର୍ବବୃହତ୍ତ ବିଜୟ । ଗୁରୁବାରରବୃହତ୍ତ ବିଜୟ ପରେ ଭାରତ ୧୪
ପଏଣ୍ଟ ସହ ପଏଣ୍ଟ ଟେବୁଲରଶୀର୍ଷରେ ପହଞ୍ଚି ଯାଇଛି । ସେହିପରିଶ୍ରୀଲଙ୍କା ୭ମ ମ୍ୟାଚରୁ ୫ ପରାଜୟସହ ସେମି ଫାଇନାଲ ଦୌଡ଼ରୁ
ଏକପ୍ରକାରର ବାଦ ପଡ଼ିଛି । ମ୍ୟାଚରେମହମ୍ମଦ ଶାମି ପୁଣିଥରେ ୫ ୱିକେଟନେଇଛନ୍ତି । ଚଳିତ ବିଶ୍ୱକପରେ ସେ୩ଟି ମ୍ୟାଚ୍ ଖେଳିଥିବା ବେଳେ ୧୪
ୱିକେଟ ନେଇ ନିଜର ଜଲୱାଦେଖାଇଛନ୍ତି । ସେହିପରି ଶାମିଭାରତ ପାଇଁ ବିଶ୍ୱକପରେ ସର୍ବାଧିକୱିକେଟ ଦଖଲକାରୀ କ୍ରିକେଟର ମଧ୍ୟ
ବନି ଯାଇଛନ୍ତି । ପୂର୍ବରୁ ୪୪ ୱିକେଟସହ ଜହିର ଖାନ ଓ ଜବାଗଲ ଶ୍ରୀନାଥମିଳିତ ଭାବେ ୧ନଂ ସ୍ଥାନରେରହିଥିଲେ ।
କିନ୍ତୁ ଏବେ ୪୫ ୱିକେଟସହ ଶାମି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.