ୱାଙ୍ଖଡ଼େରେ ସଚିନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

0 87

ମୁମ୍ବାଇ, ୨ା୧୧: କିମ୍ବଦନ୍ତି ଭାରତୀୟକ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ଘରୋଇପଡ଼ିଆ ୱାଙ୍ଖଡ଼େ ଷ୍ଟାଡିୟମରେ ତାଙ୍କର ପ୍ରତିମୂର୍ତ୍ତି
ଉନ୍ମୋଚିତ ହୋଇଛି । ମୁମ୍ବାଇ କ୍ରିକେଟ୍ ସଂଘ(ଏମସିଏ) ପକ୍ଷରୁ ନିର୍ମାଣ କରାଯାଇଥିବା ଏହିପ୍ରତିମୂର୍ତ୍ତିକୁ ପୂର୍ବରୁ ସଚିନଙ୍କ ୫୦ତମ ଜନ୍ମଦିନ(ଏପ୍ରିଲ)ରେ ଉନ୍ମୋଚନ ହେବାର ଥିଲା ।
ହେଲେକାମ ସରି ନଥିବାରୁ ସ୍ଥଗିତ ରହିଥିଲା । କାମସଂପୂର୍ଣ୍ଣ ହେବା ପରେ ବୁଧବାର ଉନ୍ମୋଚିତହୋଇଛି । ଏହି ଉନ୍ମୋଚନ ଉତ୍ସବରେ ମହାରାଷ୍ଟ୍ର
ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ, ଉପମୁଖ୍ୟମନ୍ତ୍ରୀଦେବେନ୍ଦ୍ର ଫଡ଼ନାଭିସ, ବିସିସିଆଇ ସମ୍ପାଦକଜୟ ଶାହ, କୋଷାଧ୍ୟକ୍ଷ ଆଶିଷ ସେଲାରଙ୍କ ସହ
ଏମସିଏର ସଭାପତି ଅମୋଲ କାଲେ, ସମ୍ପାଦକଆଜିଙ୍କ୍ୟ ନାଏକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତଥିଲେ । ଏହି ଉତ୍ସବରେ ସଚିନଙ୍କ ସହ ତାଙ୍କ ପତ୍ନୀ
ଅଞ୍ଜଳି ଓ ଝିଅ ସାରା ମଧ୍ୟ ଉପସ୍ଥିତ ଥିଲେ ।ପ୍ରମୋଦ କାମ୍ବଲେଙ୍କ ଦ୍ୱାରା ନିମିତ ଏହିପ୍ରତିମୂର୍ତ୍ତିର ଉଚ୍ଚତା ୨୨ ଫୁଟ ରହିଛି । ଏଥିରେ
ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲୀୟ କିମ୍ବଦନ୍ତିସେନ୍ ୱର୍ଣ୍ଣଙ୍କ ବଲକୁ ସଚିନ ଲେଫ୍ଟଡ ସଟ୍ମାରୁଥିବାର ଦୃଶ୍ୟ ସ୍ଥାନିତ ହୋଇଛି । ବିଶ୍ୱକ୍ରିକେଟ୍ରେ ଅନେକ କୀର୍ତ୍ତିମାନ ବହନ କରୁଥିବା
ସଚିନ ଏହି ଷ୍ଟାଡିୟମରେ ତାଙ୍କର ଶେଷ ଟେଷ୍ଟ୍ମ୍ୟାଚ୍ ଖେଳିଥିଲେ । ୨୦୧୧ ବିଶ୍ୱକପ୍ ବିଜେତାହେବା ପରେ ସଚିନଙ୍କୁ ସମସ୍ତ ଭାରତୀୟ
ଖେଳାଳି କାନ୍ଧରେ ଟେକିନେଇ ୱାଙ୍ଖଡେପଡ଼ିଆରେ ବୁଲାଇଥିଲେ । ୧୫୯୨୧ ଟେଷ୍ଟ୍ରନ୍ ସହିତ ୧୮୪୨୬ ଆନ୍ତର୍ଜାତିକ ଦିନିକିଆ
ରନ୍ କରିଥିବା ସଚିନ ଏବେ ବିଶ୍ୱ କ୍ରିକେଟରବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.