୨ ହଜାର ଟଙ୍କିଆ ବଦଳ ନେଇ ଲୋକଙ୍କଠୁ ତଥ୍ୟ ନେଲେ ଇଓଡବ୍ଲୁ ଓ ଇଡି

0 58

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ରିଜର୍ଭବ୍ୟାଙ୍କ (ଆରବିଆଇ)ରେ ଦୁଇ ହଜାରଟଙ୍କିଆ ନୋଟ ବଦଳ କରୁଥିବା
ଲୋକଙ୍କ ତଥ୍ୟ ସଂଗ୍ରହ କରିଛି ରାଜ୍ୟସରକାରଙ୍କ ତଦନ୍ତକାରୀ ସଂସ୍ଥାଅର୍ଥନୈତିକ ଅପରାଧ ଶାଖା
(ଇଓଡବ୍ଲୁ) ଓ କେନ୍ଦ୍ର ସରକାରଙ୍କଅଧିନସ୍ଥ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡି) । କିଏ କେତେଥର ଟଙ୍କା
ବଦଳ କରିଛନ୍ତି ସେ ତଥ୍ୟ ନେଇଛନ୍ତିଉଭୟ ତଦନ୍ତକାରୀ ସଂସ୍ଥାୟଆରବିଆଇ ଇଡି ଓ ଇଓଡବ୍ଲୁକୁ ତଥ୍ୟ
ଦେଇଥିବା ସୂଚନା ମିଳିଛି । ଭାରତୀୟରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦୁଇ ହଜାରଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନରେ
ଠିଆ ହୋଇଥିଲେ ଅନେକ ଲୋକେ ।ଏହା ଜଣାପଡ଼ିବା ପରେ ବୁଧବାରହଠାତ ପହଞ୍ଚି ତନାଘନା ଆରମ୍ଭ
କରିଥିଲେ ଇଓଡବ୍ଲୁ ଓ ଇଡି ଟିମ୍ ।ମିଳିଥିବା ସୂଚନା ଅନୁସାରେ, ଲୋକଙ୍କଆଧାରକାର୍ଡ ଯାଞ୍ଚ ସହ ଟଙ୍କାର ଉତ୍ସ
ବୁଝିଥିଲେ ଟିମ୍ । ପ୍ରଥମେ ଇଓଡବ୍ଲୁ ଓପରେ ଇଡିର ସ୍ୱତନ୍ତ୍ର ଟିମ୍ କରିଥିଲାଛାନଭିନ୍ । ତେବେ ଘଟଣା ସମ୍ପର୍କରେ
ସୂଚନା ପାଇବା ପରେ ଏବେ ଏହିକାରବାରରେ ସଂପୃକ୍ତ କିଛି ଦଲାଲଗାୟବ ହୋଇଯାଇଥିବା ଜଣାପଡ଼ିଛି ।
ଗତ ୫ ଦିନର ସିସିଟିଭି ଫୁଟେଜନେଇଛନ୍ତି ଦୁଇ ତଦନ୍ତକାରୀ ସଂସ୍ଥା ।ଏପଟେ ଲାଇନକୁ ଆସି ଗୁରୁବାର
ଲୋକଙ୍କୁ ସଚେତନ କରାଇଛନ୍ତିଆରବିଆଇ ଆଞ୍ଚଳିକ ନିଦେ୍ର୍ଦଶକସାରଦା ପ୍ରସନ୍ନ ମହାନ୍ତି । ଟଙ୍କା ବଦଳ
ଲାଗି ଆକାଉଣ୍ଟ ଡିପୋଜିଟ କରିବାକୁସଚେତନ କରାଇଛନ୍ତି । ବର୍ତ୍ତମାନସୁଦ୍ଧା ୯୭ ପ୍ରତିଶତ ନୋଟଫେରିଲାଣି ବୋଲି ସେ କହିଛନ୍ତି ।
ଲୋକ ବଢ଼ିଲେ ଟଙ୍କା ଆହୁରି ଅଧିକଫେରିବ । ବୁଧବାର ଅପେକ୍ଷାଗୁରୁବାର କମ ଲୋକ ଅଛନ୍ତି ।ବିଶେଷକରି ଆକାଉଣ୍ଟରେ ଡିପୋଜିଟ
ପାଇଁ ଲୋକଙ୍କୁ ଅପିଲ କରାଯାଉଛି ।ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାକରାଯାଇଛି । ଆକାଉଣ୍ଟ ଡିପୋଜିଟପାଇଁ ଅଲଗା ଲାଇନ କରାଯାଇଛିବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.