ପୁଣି ଦ୍ୱିତୀୟ କୋଣାର୍କ ପ୍ରସଙ୍ଗ: ନୂଆ ମନ୍ଦିର ପାଇଁ ୪୦୦ କୋଟି ଅଟକଳ

0 56

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଓଡ଼ିଶାରେ ଦ୍ୱିତୀୟକୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ ପୁଣି ଉଜ୍ଜୀବିତହୋଇଛି । ଓଡ଼ିଶା କଳାଭାସ୍କର୍ଯ୍ୟର ଅନନ୍ୟ
ସ୍ୱାକ୍ଷର ତଥା ପ୍ରସ୍ତର କଳାର ଆଶ୍ଚର୍ଯ୍ୟଜନକସ୍ଥାପତ୍ୟ “କୋଣାର୍କ ସୂର୍ଯ୍ୟମନ୍ଦିର’କୁ ଉତ୍ତରପିଢିପାଇଁ ସଂରକ୍ଷଣ କରିବା ଉଦେ୍ଦଶ୍ୟରେ କିଛି
ଐତିହ୍ୟ ସଂରକ୍ଷକ ସମସ୍ତ ଗବେଷଣା ସାରିପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ସହ ସାମ୍ନାକୁ ଆସିଛନ୍ତି ।ପୂର୍ବରୁ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ
ବିଭିନ୍ନ ବ୍ୟକ୍ତିବିଶେଷଙ୍କ ତରଫରୁ ଉଦ୍ୟମହୋଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଏହା ସଫଳହୋଇପାରିନାହିଁ । ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ
ବିଶିଷ୍ଟ ପ୍ରସ୍ତରଶିଳ୍ପୀ ରଘୁନାଥ ମହାପାତ୍ରଙ୍କଜୀବନର ସବୁଠାରୁ ବଡ଼ ସ୍ୱପ୍ନ ଥିବା ବେଳେକରୋନାରେ ତାଙ୍କ ଅକାଳ ମୃତ୍ୟୁ ପରେ ଏଥିରେ
ଏକପ୍ରକାର ଯବନିକା ପଡ଼ିଯାଇଥିଲା । କିନ୍ତୁଏବେ ଓଡ଼ିଶାରେ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣପ୍ରସଙ୍ଗରେ ଇନଟାକ୍ ଓ କଳିଙ୍ଗ ହେରିଟେଜ୍
ପ୍ରିଜର୍ଭେସନ୍ ଟ୍ରଷ୍ଟ୍ (କେଏଚପିଟି) ପକ୍ଷରୁ ପୁଣିଥର ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଉଭୟସଂଗଠନର ୪୦ଜଣ ସଦସ୍ୟଙ୍କ ସ୍ୱାକ୍ଷରିତ ଏକ
ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେଦିଆଯାଇଛି । ୧୦ ବର୍ଷ ଧରି କେଏଚପିଟିସୂର୍ଯ୍ୟମନ୍ଦିର ଉପରେ ଅନୁସନ୍ଧାନ କରୁଥିବା
ବେଳେ ଏକ “ବୈଶ୍ୱିକ ସୂର୍ଯ୍ୟମନ୍ଦିରରପରିକଳ୍ପନା’ କରିଛି । ଏଥିପାଇଁ ୪୦୦ କୋଟିଟଙ୍କା ଖର୍ଚ୍ଚ ହେବ ବୋଲି ଟ୍ରଷ୍ଟ ପକ୍ଷରୁ
କୁହାଯାଇଛି । ତେବେ ରାଜ୍ୟ ସରକାରଙ୍କସହଯୋଗ ବିନା ଏହା ସମ୍ଭବ ନଥିବାରୁମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
କେଏଚପିଟିର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଅନିଲଦେ କହିଛନ୍ତି, କେବଳ ସୁନ୍ଦର ପଥର ମୂର୍ତ୍ତି ପାଇଁକୋଣାର୍କ ମହାନ ନୁହେଁ; ପଥର କଳାରେ ଏହାର
ଅନେକ ଅଜ୍ଞାତ ଐତିହ୍ୟ ଉପସ୍ଥାପିତ ହୋଇଛି ।ଏହି ପରିଚିତ ତଥା ଅପରିଚିତ ଐତିହ୍ୟ ଏକନୂତନ ରୂପରେ ସଂରକ୍ଷିତ ହେବା ଯୋଗ୍ୟ ।
କାରଣ ସେଗୁଡ଼ିକ ସମସାମୟିକ ସମାଜ ପାଇଁଗୁରୁତ୍ୱପୂର୍ଣ୍ଣ । ପ୍ରସ୍ତାବିତ ମନ୍ଦିର ବିଦ୍ୟମାନମନ୍ଦିରର କାର୍ବନ କପି ନ ହୋଇ ସମସାମୟିକ
ଜଗତ ପାଇଁ ଏହା ଏକ ଆଧୁନିକ ମନ୍ଦିର ଭାବରେପରିକଳ୍ପନା କରାଯାଇଛି । ଏହି ନୂତନ ମନ୍ଦିରଓଡ଼ିଶାର କଳା, ସ୍ଥାପତ୍ୟ ଏବଂ ଏହାର
ଆଇକନୋଗ୍ରାଫି ପ୍ରଦର୍ଶନ କରିବ ।ଅଯୋଧ୍ୟାରେ ଥିବା ରାମ ମନ୍ଦିର ସଫଳତାରସହିତ ସମ୍ପନ୍ନ ହୋଇଛି, କାରଣ ଏହା ଜାତୀୟ
ଗର୍ବର ବିଷୟ । ସୂର୍ଯ୍ୟ ମନ୍ଦିର ମଧ୍ୟ ଆମ ପାଇଁସାରା ବିଶ୍ୱରେ ଗର୍ବର ପ୍ରତୀକ ଭାବେ ଠିଆହେବ । ଇନଟାକ ଓଡ଼ିଶାର ଆବାହକ ଅମୀୟ
ଭୂଷଣ ତ୍ରିପାଠୀ କହିଛନ୍ତି, ଗତ ଦଶନ୍ଧିରେଉଭୟ ଇନଟାକ୍ ଓ କେଏଚପିଟି କୋଣାର୍କମନ୍ଦିର ଓ ଏହାର ସଂରକ୍ଷଣ ପ୍ରସଙ୍ଗରେଅନେକ ବୈଠକ ତଥା ଆଲୋଚନାଚକ୍ର
କରିଛନ୍ତି । ରାଜ୍ୟର ଏକମାତ୍ର ୟୁନେସ୍କୋ ବିଶ୍ୱଐତିହ୍ୟ ସ୍ଥାନ ହୋଇଥିବା ବେଳେ ବର୍ତ୍ତମାନକୋଣାର୍କ ଏକ ଗୌରବମୟ ଧ୍ୱଂସାବଶେଷରେ
ପରିଣତ ହେବାକୁ ଯାଉଛି । ସମୟ ଓ ପ୍ରକୃତିରକ୍ଷତି ହେତୁ ଏବଂ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତପଦକ୍ଷେପ ନ ଥିବାରୁ ନିକଟ ଭବିଷ୍ୟତରେ
କୋଣାର୍କ ଆକୃତିହୀନ ପଥର ସ୍ତୁପରେପରିଣତ ହୋଇପାରେ ବୋଲି ସେ ଆଶଙ୍କାପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପ୍ରାୟ ୯
ବର୍ଷ ତଳେ ୨୦୧୩ ମସିହାରେ ରଘୁନାଥମହାପାତ୍ର ଦ୍ୱିତୀୟ କୋଣାର୍କ ପ୍ରକଳ୍ପସଂକ୍ରାନ୍ତରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ
ଦେଇଥିଲେ । ତାଙ୍କର ଯୁକ୍ତି ଥିଲା, ଏଇ ମାଟିରପୂର୍ବ ପୁରୁଷମାନେ କୋଣାର୍କର ସୂର୍ଯ୍ୟ ମନ୍ଦିର
ପରି ଏକ ବିଶ୍ୱପ୍ରସିଦ୍ଧ ସ୍ଥାପତ୍ୟ ଗିଥିଲେ । କିନ୍ତୁଏବେ ତାହାର କିଛି ଅଂଶ ରହିଛି । ସମ୍ପୂର୍ଣ୍ଣମନ୍ଦିରଟି ଥିଲେ ଉକ୍ରଳର ଚମକ୍ରାର କଳା,
ଭାସ୍କର୍ଯ୍ୟକୁ ବିଶ୍ୱବାସୀ ଆହୁରି ଭଲ ଭାବେଦେଖିପାରିଥା’ନ୍ତେ । ସେ ଏହି ପ୍ରସ୍ତାବିତମନ୍ଦିରକୁ “ଆଦିତ୍ୟ ନାରାୟଣ ମନ୍ଦିର’ନାମରେ ନାମିତ କରିଥିଲେ । ଭୁବନେଶ୍ୱର-
ପୁରୀ ମଝିରେ ୧୦୦ ଏକର ଜାଗାରେ ସେଏହି ମନ୍ଦିରର ନକ୍ସା ଆଙ୍କିଥିଲେ । ଏଥି ପାଇଁଉଭୟ ସରକାରୀ ଓ ବେସରକାରୀ ସ୍ତରରେ
ସେ ସହଯୋଗ ଲୋଡ଼ିଥିଲେ । ତେବେ ସ୍ୱପ୍ନତାଙ୍କର ଅଧୁରା ରହିଗଲା । ଓଡ଼ିଶାର ସମୃଦ୍ଧଭାସ୍କର୍ଯ୍ୟକୁ ବିଶ୍ୱବାସୀ ଆଉଥରେ ଦେଖିବାଆଗରୁ ଶ୍ରୀ ମହାପାତ୍ର ଆରପାରିକୁ ·ଲିଗଲେ

Leave A Reply

Your email address will not be published.