କେସିଙ୍ଗାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0 56

କେସିଙ୍ଗା, (ଡି କେ ନୁ୍ୟଜ) :କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ମିନିଷ୍ଟାଡିୟମରେ ପରିସରରେ ହଜାରହଜାର ସଂଖ୍ୟାରେ ମିଶନ ଶକ୍ତି ମା’
ଭଉଣୀ ଓ ଜନସାଧାରଣଙ୍କଉପସ୍ଥିତିରେ ଆମ ଓଡ଼ିଶା ନବୀନଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି । ଏଠାରେ ପ୍ରକାଶ ଥାଉକି ଚଳିତ ୩ ତାରିଖରୁ ସମଗ୍ର
କଳାହାଣ୍ଡି ଜିଲ୍ଲାରେ ୧୫୫ କୋଟିଟଙ୍କା ବ୍ୟୟରେ ୪ ହଜାର ୬୭୮ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରଶୁଭାରମ୍ଭ କରାଯାଇଛି । କେସିଙ୍ଗାରେଅନୁଷ୍ଟିତ ଆମ ଓଡ଼ିଶା ନବୀନ ଓଡ଼ିଶା
କାର୍ଯ୍ୟକ୍ରମରେ ପ୍ରଥମେ ସିର୍ଜାପାଲି ସରପଞ୍ଚ ପ୍ରମୋଦ ଦାସ ନିଜରଅଭିଭାଷଣ ପ୍ରଦାନ କରି କଳାହାଣ୍ଡି ଜିଲ୍ଲାର ଉନ୍ନତିର ସାରଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ
ଭି କେ ପାଣ୍ଡିଆନ ବିଭିନ୍ନ ପ୍ରକଳ୍ପ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ନିଜ ଅଭିଭାଷଣରେ ଆମ ଓଡ଼ିଶା ନବୀନ
ଓଡ଼ିଶା ମାଧ୍ୟମରେ ପ୍ରତି ଗ୍ରାମ ପଂଚାୟତର ଗାଆଁ ଗାଆଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ବିଭିନ୍ନ ଐତିହାସିକ ସ୍ଥଳୀର ବିକାଶ, କ୍ରୀଡାରବିକାଶ, ଶିକ୍ଷାର ବିକାଶ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାମାନଙ୍କ ସଶକ୍ତିକରଣ କରିବା ଏକ ପ୍ରଶଂସନୀୟ ପଦକ୍ଷପ ବୋଲିକହିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ କେସିଙ୍ଗା ବ୍ଲକର ୨୬ ଗୋଟି ଗ୍ରାମ ପଂଚାୟତକୁ ୫୦ ଲକ୍ଷ ଟଙ୍କାଲେଖାଏଁ ସମୁଦାୟ ୧୩ କୋଟି ଟଙ୍କା ପ୍ରଦାନ କରିଥିବାରୁ ମୂଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କେସିଙ୍ଗା ବ୍ଲକ୍ର ୨୬ ଟି ଗ୍ରାମ ପଂଚାୟତର ଜନସାଧାରଣଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଅର୍ପଣକରିଥିଲେ । ଏଥିରେ ୨୬ ଟି ଗ୍ରାମ ପଂଚାୟତର ପ୍ରାୟ ୬ ହଜାର ମିଶନ ଶକ୍ତି ମା’ ଭଉଣୀ ମାନେ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନପାତ୍ର, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ, ବିଜେଡି ନେତାଦୁଷ୍ମନ୍ତ ନାଏକ, ସରପଞ୍ଚ ସଂଘ୍
ସଭାପତି ସୁବୋଧ ରଣା, କେସିଙ୍ଗାବିଜେଡି ନଗର ସଭାପତି ରମେଶପଟ୍ଟନାୟକ, ବ୍ଲକ୍ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ୍ ପ୍ରଶାସନ
ତରଫରୁ ଦିନ ରାତି କାମକରି ଅତିସୁନ୍ଦର ଆୟୋଜନ ଉପସ୍ଥିତ ଜନସାଧାରଣଙ୍କୁ ଆନନ୍ଦିତ କରିଥିବା ଚର୍ଚ୍ଚା ହେଉଛି । ସେହିପରି କେସିଙ୍ଗା
ଆଦର୍ଶ ଥାନା ପକ୍ଷ ରୁ ନିଜେ ଥାନା ଅଧିକାରୀ ଓ ତାଙ୍କ ଟିମ୍ ଉପସ୍ଥିତ ରହି ଅତିସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave A Reply

Your email address will not be published.