ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ

0 61

ନୂଆଦିଲ୍ଲୀ,୩ା୧୧: ଦେଶର ରାଜଧାନୀଦିଲ୍ଲୀର ବାୟୁ କ୍ରମାଗତ ଭାବେ ଖରାପହେବାରେ ଲାଗିଛି । ଦିଲ୍ଲୀର ଅନେକଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୪୨୨ରେ ପହଞ୍ଚିଛି ।
ଲୋକମାନେ ବିଷାକ୍ତ ବାୟୁ ନିଃଶ୍ୱାସନେବାକୁ ବାଧ୍ୟ ହେଉଛନ୍ତି । ପ୍ରଦୂଷଣକୁ ଏଡାଇବା ପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେବା ଆରମ୍ଭ କରି ଦେଇଛନ୍ତି । ବିଶେଷକରି ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କୁ ଅଧିକ ସତର୍କ ରହିବାକୁ ନିବେଦନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ଦୁଇ ଦିନ ସ୍କୁଲ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍କ ରି ଏହି ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ଦିଲ୍ଲୀର ଏକ୍ୟୁଆଇ କ୍ରମାଗତ ଭାବରେ ନିମ୍ନ ବର୍ଗରେ ରେକର୍ଡ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଅବସ୍ଥା ଆହୁରି ଖରାପ ହୋଇପଡିଛି । ସବୁ ସ୍ଥାନରେ ଧୂଆଁ । ଗୁରୁବାର ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ସ୍ତର ଅତିକ୍ରମ କରି ଗମ୍ଭୀର ବର୍ଗରେ
ପହଞ୍ଚିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଅପରାହ୍ନ ୪ଟାରେ ୩୯୨ରେ ଏକ୍ୟୁଆଇ ରେକର୍ଡ କରାଯାଇଥିଲା । ଏହି ସଂଖ୍ୟା ଏକ ଘଣ୍ଟା ପରେ ଗମ୍ଭୀର ବର୍ଗରେ
ଆସିଥିଲା । ଯାହା ପରେ ଏହି ସଂଖ୍ୟା ରାତି ୧୦ଟା ସୁଦ୍ଧା ୪୨୨କୁ ବୃଦ୍ଧି ପାଇଲା । ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ “ଭଲ’, ୫୧ ରୁ୧୦୦ “ସନ୍ତୋଷଜନକ’, ୧୦୧ ରୁ ୨୦୦ “ମଧ୍ୟମ’, ୨୦୧ ରୁ ୩୦୦ “ଖରାପ’, ୩୦୧ ରୁ ୪୦୦ “ଅତ୍ୟନ୍ତ ଖରାପ’ ଏବଂ ୪୦୧ ରୁ ୫୦୦ “ଗମ୍ଭୀର’ ଭାବରେ ବିବେଚନା କରାଯାଏ । ସେହିପରି ·ରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ୱାସକ୍ରିୟାରେ ବି କଷ୍ଟ ହେଉଛି । ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଲାଗି ସରକାରୀ ଏବଂ ଘରୋଇ ପ୍ରାଥମିକ
ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ସେହିପରି ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାମ ବ୍ୟାନ୍କ ରାଯାଇଛି । ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ
ରଖିବାକୁ ନିଦେ୍ର୍ଦଶ ଜାରି ହୋଇଛି । କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି । ଏହାସହ ଡିଜେଲ୍ ·ଳିତ ବସ୍ ଓ ଟ୍ରକ୍ ପ୍ରବେଶ
ଉପରେ ମଧ୍ୟ କଟକଣା ଲାଗିଛି । କେନ୍ଦ୍ରୀୟ ବାୟୁର ମାନ ପରି·ଳନା କମିଟି ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଆଗାମୀ ୧୫ ଦିନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀ
ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଏୟାର କ୍ୱାଲିଟି ସିଭିୟର ବା ୪ଶହରୁ ଅଧିକ ଏକୁ୍ୟଆଇ ରେକର୍ଡ ହୋଇଥିବା ଅଞ୍ଚଳରେ ଆଗାମୀ ୫ ଦିନ ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଛି ।ହରିୟାଣାରୁ ଡିଜେଲ୍ ବସ୍ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି । ଇଭି, ସିଏନ୍ଜି ଓ ବିଏସ୍-୬ ବସ୍ ଚଳାଚଳ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ଠିକାରେ ୧ ହଜାର ସିଏନ୍ଜି ବସ୍ ଦିଲ୍ଲୀକୁ ଅଣାଯିବ ବୋଲି ସୂଚନା ମିଳିଛି । ଏଥିସହ ପାଳ ପୋଡ଼ିବା ଉପରେ କଡ଼ା ନଜର ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି ।

Leave A Reply

Your email address will not be published.