ପାରା ଆଥଲେଟଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0 90

ଭୁବନେଶ୍ୱର,୩ା୧୧(ଡିକେ ନୁ୍ୟଜ): ସଦ୍ୟସମାପ୍ତ ହାଙ୍ଗଝୁ ପାରା ଏସୀୟ କ୍ରୀଡାରେଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରା ଆଥ୍ଲେଟ
ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଅର୍ଥପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରା
ସଟଲର ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କା ପୁରସ୍କାର ଦିଆଯାଇଥିବା ବେଳେ ଦୃଷ୍ଟିବାଧିତ ଚେସ ତାରକା ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଦେଢ
କୋଟି ଟଙ୍କା ପୁରସ୍କାର ଦିଆଯାଇଛି । ପାରା ଏସୀୟ କ୍ରୀଡା ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଉଲ୍ଲେଖନୀୟ ସଫଳତା ହାସଲ
କରିଥିଲେ । ଗୋଟିଏ ସ୍ୱର୍ଣ୍ଣ ସହ ତିନିଟି ପଦକ ଜିତିଥିଲେ ଭଗତ । ଚେସରେ ସୌନ୍ଦର୍ଯ୍ୟ ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ
ପଦକ ହାସଲ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ପାରା ଆଥଲେଟଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ଉଚ୍ଚ ପ୍ରଶଂସା କରିବା
ସହ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ପ୍ରଦର୍ଶନରେ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ପ୍ୟାରିସ ପାରା ଅଲିମ୍ପିକ୍ସ
ପ୍ରସ୍ତୁତି ପାଇଁ ପ୍ରମୋଦ ଭଗତଙ୍କୁ ସମସ୍ତ ସହାୟତା ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ମଧ୍ୟ ଆଗକୁ ସରକାର ସହାୟତା ଯୋଗାଇ
ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୁଇ ପାରା ଆଥଲେଟଙ୍କୁ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶା
ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଦୁଇ ଆଥଲେଟଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ । ସହାୟତା ଓ ପ୍ରୋତ୍ସାହନ ପାଇଁ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନ
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.