ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

0 133

ପୁରୀ,୩ା୧୧(ଡିକେ ନୁ୍ୟଜ): ଶ୍ରୀକ୍ଷେତ୍ର ଇତିହାସରେଯୋଡିହେବ ନୂଆ ଅଧ୍ୟାୟ । ଜାନୁଆରୀ ୧୭ତାରିଖରେହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ଶ୍ରୀମନ୍ଦିରପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟ ପ୍ରଶାସକ ସୂଚନାଦେଇଛନ୍ତି । ସେ କହିଛନ୍ତି ଆଜିର ଆଲୋଚନା ନେଇକାଲିର ପରିଚାଳନା କମିଟି ବୈଠକ ହେବ । କମିଟିରଅନୁମୋଦନ ପରେ ସରକାରଙ୍କ ସ୍ୱୀକୃତି ପାଇଁ ପଠାଯିବ ।
ତ୍ରିଦିନାତ୍ମାକ ଯଜ୍ଞ ହେବା ସହିତ ପ୍ରସ୍ତୁତି ଚାରି ଦିନ ପୂର୍ବରୁକରାଯିବ । ମୋଟ ୭ ଦିନର କାର୍ଯ୍ୟକ୍ରମ ମଧ୍ୟରୁ ତିନିଦିନ କେବଳ ଯଜ୍ଞ ହେବ । ୧୫, ୧୬ ଓ ୧୭ ତାରିଖରେ
ଯଜ୍ଞ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସେ ସୂଚନାଦେଇଛନ୍ତି । ଏଥିସହିତ ଐଶ୍ୱନ୍ୟକୋଣରେ ଯଜ୍ଞସ୍ଥଳ ସବୁଦ୍ୱାରରେ ବେଦପରାୟଣ ଯଜ୍ଞ କରାଯିବ । ଏଥିସହିତ ନାମସଂକୀର୍ତ୍ତନ
ପାଇଁ ବ୍ୟାପକ ଆୟୋଜନ ହେବ । ପରିକ୍ରମା ପ୍ରକଳ୍ପ ଏକ ଡାଇନାମିକ୍ପ୍ରୋଜେକ୍ଟ ଏହାର ଶେଷ ନାହିଁ । ସମୟକ୍ରମେ ଲୋକଙ୍କ ଆଙ୍କାକ୍ଷାକୁ ନେଇ ଏହାର ପରିବର୍ତ୍ତନ ହେବ ବୋଲି ସେ ସୂଚନା
ଦେଇଛନ୍ତି । ଆଜି ଗ୍ରାଉଣ୍ଡ ଜିରୋରେ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତିଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି ଯାତ୍ରୀ ପରିକ୍ରମା ପ୍ରକଳ୍ପଏକ ବିରାଟ କାର୍ଯ୍ୟ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ କରିବା ନେଇଉଦ୍ୟମ ଜାରି ରହିଛି । ସେହିପରି ଶ୍ରୀସେତୁ ପ୍ରକଳ୍ପକୁ ମଧ୍ୟ ବୁଲି ବୁଲିଦେଖିଛନ୍ତି ଗଜପତି ମହାରାଜା । ୨୦୨୧ ନଭେମ୍ବର ୨୪ତାରିଖରେ ଏହିପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରପରିକ୍ରମା ଯୋଜନା ମଡେଲ ଅନାବରଣ କରିବା ସହ ପ୍ରକଳ୍ପ ପାଇଁ ଜମିଦେଇଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ନବୀନ । ଶିଳାନ୍ୟାସ ପରେ ନିର୍ମାଣକାମ ଆରମ୍ଭ କରିଥିଲା ଟାଟା ପ୍ରକଳ୍ପ । ଏହା ପରଠୁ ଶ୍ରୀମନ୍ଦିର ପରିକ୍ରମାପ୍ରକଳ୍ପର ନିର୍ମାଣ କାମ ପ୍ରତି ସପ୍ତାହରେ ଅନୁଧ୍ୟାନ କରିଛନ୍ତି ଫାଇଭ୍-ଟି ଓନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପ୍ରକଳ୍ପ ଶ୍ରୀମନ୍ଦିର ·ରିପାଖସୁରକ୍ଷା କରିଡର ସହ ସୃଷ୍ଟି ହେଉଛି ସବୁଜ ବଳୟ । ·ରିପାଖେ ଥିବା ମଠଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯାଉଛି । ଭକ୍ତଙ୍କ ସାମଗ୍ରୀ ରଖିବାପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର ସହ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ନିର୍ମାଣ କରାଯାଉଛି । ପାନୀୟଜଳ,ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏଟିଏମ୍ ବ୍ୟବସ୍ଥା ବି ହେଉଛି । ଆହୁରିସୁନ୍ଦର ହେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଆଧ୍ୟାତ୍ମିକ ପରିବେଶରେ ଶ୍ରଦ୍ଧାଳୁସାଉଁଟିବେ ନିଆରା ଅନୁଭବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ସାଆନ୍ତେଙ୍କ ପାଇଁସ୍ୱଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପନିର୍ମାଣ ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ମଞ୍ଜୁର ହୋଇଥିଲା ।

Leave A Reply

Your email address will not be published.