ଭଙ୍ଗା କୁଡ଼ିଆ ଓ ବାରଣ୍ଡାରେ ପିଲାଙ୍କ ଭବିଷ୍ୟତ

0 85

ପାରଳାଖେମୁଣ୍ଡି,(ଡିକେ ନୁ୍ୟଜ):ଆଦିବାସୀ ବହୁଳ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର
ବିକଳ ଚିତ୍ର ଦେଖାଦେଇଛି । ବିଦ୍ୟାଳୟ ରହିଛି ହେଲେ ଆବଶକ୍ୟୟ ଶ୍ରେଣୀ ଗୃହ ନାହିଁ । ତେଣୁଛାତ୍ରଛାତ୍ରୀମାନଙ୍କୁ ବାରଣ୍ଡାରେ ଭାଙ୍ଗ
ଦଦରା କୁଡ଼ିଆରେ ପାଠ ପଢାଯାଉଛି । ଏଭଳି ଘଟଣା ଗଜପତିଜିଲ୍ଲାର ରାୟଗଡ ବ୍ଲକର ତାଲାସାହିଗ୍ରାମର ପ୍ରାଥମିକ ବିଦ୍ୟାଳୟରେ
ଦେଖାଦେଇଛି । ସଭିଏଁ ପଢ଼ନ୍ତୁ ସଭିଏଁବଢ଼ନ୍ତୁ । କୋମଳମତି ପିଲାମାନେଏକ ସୁସ୍ଥ ବାତାବରଣ ଓ ନିରାପଦଶ୍ରେଣୀ ଗୃହରେ ବସି ପାଠ ପଢ଼ି ନିଜ
ବିଦ୍ୟା ଅର୍ଜନ କରନ୍ତୁ । ସେମାନେ ସ୍ମାର୍ଟଶ୍ରେଣୀରେ ବସିପାଠ ପଢ଼ି ସ୍ମାର୍ଟ ହୁଅନ୍ତୁବୋଲି “୫-ଟି’ ଜରିଆରେ ଅନେକଶିକ୍ଷା ଅନୁଷ୍ଠାନର ଚିତ୍ର ବଦଳାଇ
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରୁଛନ୍ତି । ହେଲେ କିଛି ବିଦ୍ୟାଳୟଏବେ ବି ଅବହେଳିତ ହୋଇ ରହିଛି ।ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ
ଯୋଗୁଁ ଛାତ୍ରଛାତ୍ରୀ ବସିବାକୁ ଜାଗା ନାହିଁ । କିଏ କୋଠାରୀରେ ବସୁଛନ୍ତି ତଆଉ କିଏ ପିଣ୍ଡାରେ । ସେହିପରି କିଏଭଙ୍ଗା କୁଡ଼ିଆରେ ବସି ପଢୁଛନ୍ତି ପାଠ ।
ବର୍ଷା ହେଲେ ପାଠ ପଢ଼ା ବନ୍ଦ ।ଆଦିବାସୀ ଅଧ୍ୟୁ୍ୟଷିତ ଅଞ୍ଚଳରେ ଶିକ୍ଷାପ୍ରତି ପିଲାମାନଙ୍କ ଆଗ୍ରହ ସୃଷ୍ଟିକରାଯାଉଛି । କିପରି ଅଧିକରୁ ଅଧିକ
ପିଲା ଶିକ୍ଷିତ ହୋଇପାରିବେ ଏନେଇପ୍ରଶାସନିକ ସ୍ତରରେ ସଚେତନତାକରାଯାଉଛି । ଏପଟେ ଶିକ୍ଷାବ୍ୟବସ୍ଥାର ଏଭଳି ବିକଳ ଚିତ୍ର
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଲୋବାପଞ୍ଚାଯତ ତାଲାସାହି ସରକାରୀପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁମିଳିଛି । ବିଦ୍ୟାଳୟକୁ ଦେଖିଲେ ତାହାପୁରାତନ କାଳର ମୁନି ଋଷିଙ୍କଆଶ୍ରମକୁ ଶିକ୍ଷା
ଗ୍ରହଣ କରିବାକୁପିଲାମାନେ ଆସିଥିବା ଭଳି ଅନୁମାନହେଉଛି । ଶ୍ରେଣୀ ଗୃହ ନ ଥିବାରୁପିଲାମାନେ ଗାଁ ଲୋକଙ୍କ ଦ୍ୱାରା ନିର୍ମିତଝାଟିମାଟି ଘରେ ବସି ପାଠ ପଢୁଛନ୍ତି ।
ପ୍ରକାଶ ଯେ, ୧୯୫୯ ମସିହାରେ ତାଲାସାହି ଗ୍ରାମରେ ଏହି ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଭ୍ରମରସିଂ, ତମରେଙ୍ଗ, ମାଧେପୁର ଏବଂ ତାଲାସାହି ଆଦି ଗ୍ରାମର
ଛାତ୍ରଛାତ୍ରୀ ଉକ୍ତ ବିଦ୍ୟାଳୟରେ ପାଠ ପଢୁଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୮ ଜଣ ଛାତ୍ରଛାତ୍ରୀଅଧ୍ୟୟନ କରୁଥିବା ବେଳେ ୮ ଜଣଶିକ୍ଷକ, ଶିକ୍ଷୟିତ୍ରୀ ପାଠ ପଢ଼ାଇବାକୁ
ନିୟୋଜିତ ହୋଇଛନ୍ତି । ତେବେ ପିଲାମାନେ ବସି ପାଠ ପଢ଼ିବାକୁ ଗୋଟିଏ ମାତ୍ର ଶ୍ରେଣୀ ଗୃହ ରହିଛି । ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି ।
ଦୀର୍ଘ ବର୍ଷ ହେବ ଏପରି ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପାଞ୍ଚଟି
ଶ୍ରେଣୀକୁ ଗୋଟିଏ କୋଠରୀ ଥିବାବେଳେ ପାଠପଢ଼ା ପାଇଁ ଶିକ୍ଷକ ସ୍କୁଲ ପିଣ୍ଡା ଓ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଝାଟିମାଟି ନଡ଼ାରେ ନିର୍ମିତ କୁଡ଼ିଆକୁଶ୍ରେଣୀ ଗୃହ ଭାବେବ୍ୟବହାର କରି ଆସୁଛନ୍ତି ।
ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ବହୁ ବାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ହେଁ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାରମ୍ବାର
ଅଭିଯୋଗ ପରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗ୍ରାମବାସୀ ବାଧ୍ୟହୋଇ ନିଜେ ଶ୍ରମଦାନ କରି ଏକ ·ଳ ଛପର କୁଡିଆ ଘର ନିର୍ମାଣ କରିଥିବା
କହିଛନ୍ତି । ଏଥିସହ ବିଦ୍ୟାଳୟର ସୁରକ୍ଷା ପାଚୋରୀ ନାହିଁ, ଶୌ·ଳୟ ମଧ୍ୟ ଭାଙ୍ଗି ରୁଜି ଯାଇଥିବାରୁ ବିପଦ ସଂକୁଳ ଅବସ୍ଥାରେ ରହିଛି । ତୁରନ୍ତଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା
ସମସ୍ୟାର ସମାଧାନ କରିବା ପାଇଁ ପଦ୍ମଚରଣ ଭୂୟାଁ, ଲୋଚନ ମଣ୍ଡଳ, ବାଲାଜୀ ଗମାଙ୍ଗ, ମଞ୍ଜୁଳା ମଣ୍ଡଳ,ମମତା ଭୂୟାଁଙ୍କ ସମେତ ଗ୍ରାମବାସୀଦାବି କରିଛନ୍ତି । ଏ ସଂକ୍ରାନ୍ତରେ ବ୍ଲକଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସହଯୋଗାଯୋଗ କରାଯିବାରୁ ଉକ୍ତ ସମସ୍ୟା ଆଜି ପର୍ଯ୍ୟନ୍ତ ତାଙ୍କ ନଜରକୁ ଆସିନାହିଁ । ଅତି ଶୀଘ୍ର ସେଠାରେ ଆଉ ଏକ ଶ୍ରେଣୀ ଗୃହ ନିର୍ମାଣ କରାଯିବ ଏବଂ ଅନ୍ୟ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.