ଠାକୁରଗଡ ସ୍ୱାସ୍ଥ୍ୟକେନ୍ଦ୍ର ନିଜେ ଅସୁସ୍ଥ

Thakurgarh health center itself is sick

0 91

ଆଠମଲ୍ଲିକ, : ଆଠମଲ୍ଲିକ ଉପଖଣ୍ଡର ଠାକୁରଗଡ଼ ଠାରେ ଥିବା ଏକ ମାତ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି । ଏଠାରେ କାର୍ଯ୍ୟରତ ଜଣେ ଡାକ୍ତର, ଜଣେ ଫର୍ମରିଷ୍ଟ ଓ ଷ୍ଟାଫ୍‌ ନର୍ସ ମାନେ ବିଳମ୍ବରେ ପହଞ୍ଚୁ ଥିବା ଦେଖାଯାଉଛି । ରୋଗୀ ମାନେ ନିର୍ଦ୍ଧାରିତ ସମୟରେ ଡ଼ାକ୍ତର ଖାନରେ ଚିକିତ୍ସା ପାଇଁ ପହଞ୍ଚୁ ଥିବା ବେଳେ କେବଳ ଝାଡୁଦାର ଉପସ୍ଥିତ ଥିବା ଦେଖାଯାଉଛି । ଫଳରେ ଲୋକେ ସ୍ୱାସ୍ଥ୍ୟ ସେବା ନ ପାଇ ଘରୋଇ କ୍ଲିନିକ୍‌ରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି । ଷୋଳପଦା ଅଞ୍ଚଳ ର ପ୍ରାୟ ଦଶ ହଜାର ଲୋକ ଏହି କେନ୍ଦ୍ର ଉପରେ ନିର୍ଭରଶୀଳ ଥିବା ବେଳେ ଡ଼ାକ୍ତରଖାନା କର୍ମଚାରୀଙ୍କ ବେପରୁଆ ମନୋଭାବ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଆମ୍ଭେ ଉପକ୍ଷଣ୍ଡ ଚିକିତ୍ସା ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲୁ । ସଂପୃକ୍ତ ଡାକ୍ତର ଅମିୟ ମହାନନ୍ଦଙ୍କୁ ବିଳମ୍ବରେ କାହିକି ଡାକ୍ତରଖାନା ପହଂଚିଛନ୍ତି ବୋଲି ପଚାରିବାରୁ ସେ କିଛି ନ କହି ଚାଲି ଯାଇଥିଲେ ।

Leave A Reply

Your email address will not be published.