ରୋଗ ଲୁଚାଇଲେ ଖର୍ଚ୍ଚ ଉଠାଇବନି ସ୍ୱାସ୍ଥ୍ୟ ବୀମା କମ୍ପାନୀ

Health insurance companies will not cover the cost of concealing the disease

0 73

ନୂଆଦିଲ୍ଲୀ: ଯଦି ରକ୍ତଚାପ ଓ ମଧୁମେହ ଭଳି ରୋଗ ଆପଣ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ଲୁଚାଇଛନ୍ତି କିମ୍ବା କୌଣସି ପୁର୍ବ ବେମାରୀ ବା ପ୍ରିଏକଜିଷ୍ଟିଙ୍ଗ ଡିଜିଜ ରହିଛି ତେବେ ସାବଧାନ ହୋଇଯାନ୍ତୁ । କାରଣ ଲୁଚାଇଥିବା ରୋଗ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ସେ ନେଇ ଆପଣଙ୍କୁ କୌଣସି ଚିକିତ୍ସା ଜନିତ ଖର୍ଚ୍ଚ ମିଳିବ ନାହିଁ । ସ୍ୱାସ୍ଥ୍ୟବୀମା ପଲିସି ନେବାର ୪୮ ମାସ ଆଗରୁ ଯଦି ବ୍ୟକ୍ତିଙ୍କୁ କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି କିମ୍ବା କିଛି ଗଭୀର କ୍ଷତ ରହିଛି ତେବେ ଏହାକୁ ପ୍ରି-ଏକଜିଷ୍ଟିଙ୍ଗ ଡିଜିଜ ବୋଲି ଗଣାଯିବ । ପଲିସି ନେଉଥିବା ବ୍ୟକ୍ତିକୁ ବୀମା ବିଭାଗକୁ ନିଜର ଏହି ସବୁ ବେମାରୀ ବିଷୟରେ ଆଗରୁ ଜଣାଇଦେବା ଉଚିତ । ଖାସକରି ଥାଇରଏଡ, ଆସ୍ଥମା, ଟାଇପ-୧, ଟାଇପ-୨ ଡାଇବେଟିସ କିମ୍ବା ହୃଦ୍‌ରୋଗ ଜନିତ କିଛି ଗମ୍ଭୀର ସମସ୍ୟା ରହିଛି ତେବେ ଏ ସମ୍ପର୍କିତ ତଥ୍ୟ ଦେବା ଖୁବ ଜରୁରୀ । କିନ୍ତୁଏ ନେଇ ବୀମା ଧାରକକୁ ଅଧିକ ପ୍ରିମିୟମ ଦେବାକୁ ପଡିଥାଏ । ନିଜ ମେଡିକ୍ଲେମ ଏଜେନ୍ଟିକୁ ଏସବୁ ବିଷୟରେ ଆଗରୁ ଜଣାଇ ନାହାଁନ୍ତି ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ନିଜକୁ ବହନ କରିବାକୁ ପଡିବ । ପ୍ରାୟ ୩ ବର୍ଷ ଯାଏଁ ଏ ସମ୍ପର୍କିତ ମେଡିକାଲ କ୍ଲେମ ସମ୍ଭବ ନୁହେଁ । କେବଳ ସାଂଘାତିକ ରୋଗ ନୁହେଁ ଯଦି ଧୁମ୍ରପାନ ଓ ମଦ୍ୟପାନର ଅଭ୍ୟାସ ରହିଛି କିମ୍ବା ଡ୍ରଗ୍ସ ଆଦିର ସେବନ କରୁଛନ୍ତି କିମ୍ବା ଅସ୍ତୋପଚାର କାରଣରୁ କିଛି ଔଷଧ ସେବନ କରୁଛନ୍ତି ହେଲେ ମଧ୍ୟ ଏ ନେଇ ବୀମା କମ୍ପାନୀକୁ ଜଣାନ୍ତୁ । ଆପଣ ବୀମା କିଣିବା ପରେ କମ୍ପାନୀ ବୀମା ବାବଦରେ ସବିଶେଷ ତଥ୍ୟ ପଢିବାକୁ ୧୫-୨୦ ଦିନ ସମୟ ଦେଇଥାଏ । ଯଦି ପଲିସି ଆପଣଙ୍କୁ ପସନ୍ଦ ନଆସେ ତାହେଲେ ଆପଣ ପିଲିସି ଫେରାଇ ଆଣିପାରିବେ । ସେହି ୱେଟିଂ ପିରିୟଡ ବା ଅପେକ୍ଷା କାଳ ଭିତରେ ଆପଣ କିଛି ଇନସୁରାନ୍ସ କ୍ଲେମ କରି ପାରିବେ ନାହିଁ ସିନା ଯଦି ହଠାତ ଦୁର୍ଘଟଣା ହୁଏ ତାହେଲେ ବୀମାର ସୁବିଧା ନେଇପାରିବେ । କିନ୍ତୁ ଜାଣି ରଖନ୍ତୁ ଏଡସ, ଦନ୍ତ ଚିକିତ୍ସା, ମାନସିକ ରୋଗ, ଲିଙ୍ଗଗତ ତଥା କସମେଟିକ ଅସ୍ତୋପଚାର ତଥା ଆତ୍ମଘାତୀ କାର୍ଯ୍ୟକଳାପ ସମ୍ଭନ୍ଧୀୟ ଚିକିତ୍ସା ଆଦି ପାଇଁ ସଧାରଣ ମେଡିକାଲ ଇନସୁରାନ୍ସ ନିଆଯାଇ ପାରିବ ନାହିଁ । ଆପଣ ଚିକିତ୍ସିତ ହେଉଥିବା ହସ୍ପିଟାଲ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ଜିଲ୍ଲା ନିଗମ ଅଧୀନରେ ରେଜିଷ୍ଟର ହୋଇଥିବା ଆବଶ୍ୟକ ନଚେତ ଏହା ବୀମା ଅନ୍ତର୍ଭୁକ୍ତ ହେବ ନାହିଁଫ ଯଦି ବୀମା କମ୍ପାନୀ କୌଣସି ଅସଙ୍ଗତ କାରଣ ଦେଖାଇ ଆପଣଙ୍କ କ୍ଲେମ ଖାରଜ କରୁଥିବାର ଆପଣ ଜାଣୁଛନ୍ତି ତେବେ ତୁରନ୍ତ ବୀମା କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରନ୍ତୁ । ଏଥିରେ ଅସୁବିଧାର ସମ୍ମୁଖୀନ ହେଲେ ଆପଣ ସିଧା ଆଇଆରଡିଏ କିମ୍ବା ଖାଉଟି ଅଦାଲତ ବିଭାଗରେ ଅଭିଯୋଗ ନେଇଯାଇପାରିବେ ।

Leave A Reply

Your email address will not be published.