ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ

0 53

କୋଲକାତା,୫ା୧୧ : କୋଲକାତାର ଐତିହାସିକ ଇଡେନଗାଡେନ୍ସଠାରେ •ଲିଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହାସହିତ ଚଳିତ ବିଶ୍ୱକପରେ ନିଜର ଅପରାଜେୟ ଧାରା ଜାରିରଖିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନରଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ତେବେ ପୁଣି ଥରେ ନିଜର ଘାତକବୋଲିଂର ପ୍ରଦର୍ଶନ କରି ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାଟମକୁ ଧୂଳି ଚଟାଇଥିଲେ । ଦକ୍ଷିଣ ଆଫ୍ରିକା ମାତ୍ର ୮୩ ରନରେଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନକ୍ରିଜରେ ତିଷ୍ଠି ପାରିନଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତିପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା୪୦ ରନ ଓ ଶୁଭମନ ଗିଲ୍ ୨୩ ରନ କରି ଆଉଟ ହେବାପରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଏକଭଲ ପାର୍ଟନରସିପ୍ ଭାରତର ସ୍କୋରକ ଦ୍ରୁତ ଗତିରେ ଆଗେଇ ନେବାରେ ସହାୟକ ହୋଇଥିଲା । ଶ୍ରେୟସ ଆୟର ୭୭ରନରେ ଆଉଟ ହେବା ପରେ କେଏଲ ରାହୁଲ ମାତ୍ର ୮ ରନରେ ଆଉଟହୋଇଥିଲେ । ତେବେ ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କସହ ଉପଯୋଗୀ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ରନରେ ପହଞ୍ଚାଇଥିଲେ ।

Leave A Reply

Your email address will not be published.