ଦିଲ୍ଲୀ ପବନରେ ବିଷ ୧୦ ଯାଏ ପ୍ରାଥମିକ ସ୍କୁଲ ବନ୍ଦ

0 97

ବିଷ ବଳୟରେ ରହିଛି । ଏଠାକାର ବାୟୁକ୍ରମାଗତ ଭାବେ ବିଷାକ୍ତ ହେବାରେଲାଗିଛି । ଶନିବାର ବାୟୁ ମାନକ ସୂଚକାଙ୍କ (ଏକ୍ୟୁଆଇ) ଗୁରୁତର ଶ୍ରେଣୀରେ ରହିଛି । ଦିଲ୍ଲୀର ଏକ୍ୟୁଆଇ ୫୦୦ ପାର୍ କରି ୫୦୪ ରହିଛି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହା ୫୭୧,ଧିରପୁରରେ ୫୪୨ ଏବଂ ନୋଏଡ଼ାରେ ୫୭୬ ରହିଛି । ସ୍ଥିତି ବିପଦଜନକ ସ୍ତରରେ ଥିବାରୁ ପ୍ରାଥମିକ ସ୍କୁଲ ଗୁଡିକୁ ନଭେମ୍ବର୧୦ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ଲାଇନ୍ରେ କ୍ଲାସ କରାଯିବା ପାଇଁ ଅପସନ ଦିଆଯାଇଛି । ଶିକ୍ଷାମନ୍ତ୍ରୀ ଅତିଶ କହିଛନ୍ତି, ବାୟୁ ପ୍ରଦୂଷଣ ପିଲାମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଏଥିପାଇଁ ୧୦ ତାରିଖପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅତିଶ କହିଛନ୍ତି । ଏବେ ଦିଲ୍ଲୀର ବାୟୁ ୨୫-୩୦ଟିସିଗାରେଟର ଧୂଆଁ ସମାନ ହୋଇଯାଇଛି ବୋଲି ମେତାନ୍ତା ହସ୍ପିଟାଲର ଡ. ଅରବିନ୍ଦ କୁମାର କହିଛନ୍ତି । ସବୁ ବର୍ଗର ଲୋକଙ୍କ
ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି । ଗର୍ଭବତୀଙ୍କ ପେଟରେ ବଢୁଥିବା ଶିଶୁ ଉପରେ ଏହାର କୁପ୍ରଭାବ ପଡ଼ିବ । ଅନ୍ୟପକ୍ଷରେ ଦିଲ୍ଲୀ ସରକାର ପ୍ରଦୂଷଣ ସ୍ଥିତିକୁ ଦେଖି ଜରୁରୀ ବୈଠକ ଡକାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲିଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରୀ ତୁରନ୍ତ ୫ ରାଜ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣା ପରିବେଶ ମନ୍ତ୍ରୀଙ୍କ ସହ ବୈଠକ କରିବା ଉଚିତ । ଏନ୍ସିଆରରେ କମିଶନ ଅଫ୍ ଏୟାରକ୍ୱାଲିଟି ମ୍ୟାନେଜମେଣ୍ଟ ନିୟମର ଉଲ୍ଲଙ୍ଘନ ହେଉଛି । ଅନ୍ୟପକ୍ଷରେ ପ୍ରଦୂଷଣକୁ ନେଇ ପ୍ରଭାବିତ ରାଜ୍ୟର ମୁଖ୍ୟ ସଚିବଙ୍କୁନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ଜବାବ ମାଗିଛନ୍ତି ।

Leave A Reply

Your email address will not be published.