ଦେଶରେ ୯.୪% ବିଜୁଳି ବ୍ୟବହାର ବୃଦ୍ଧ

0 67

ନୂଆଦିଲ୍ଲୀ: ଦେଶରେ ବଢ଼ିଛି ବିଜୁଳି ବ୍ୟବହାର । ଚଳିତ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା, ଅର୍ଥାତ୍ ଏପ୍ରିଲ୍- ଅକ୍ଟୋବର ମଧ୍ୟରେ ଦେଶରେ ବିଜୁଳି ବ୍ୟବହାର ୯.୪ ପ୍ରତିଶତ ବଢ଼ି
୯୮୪.୩୦ ବିଲିୟନ ୟୁନିଟ୍ହୋ ଇଛି । ଯେତେବେଳେକି ଗତଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ବିଜୁଳି ବ୍ୟବହାର ୮୯୯.୯୫ ବିଲିୟନ ୟୁନିଟ୍ ରହିଥିଲା । ତେବେ
ଆର୍ଥିକ ଗତିବିଧି ଏବଂ ପାଣିପାଗ ସ୍ଥିତି କାରଣରୁ ବିଜୁଳି ବ୍ୟବହାର ବଢ଼ିଛି । ବିଜୁଳି ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ୨୦୨୩ ଏପ୍ରିଲ-ଅକ୍ଟୋବର ମଧ୍ୟରେ
ପ୍ରାୟ ୨୪୨ ଗିଗାୱାଟ ଖର୍ଚ୍ଚ ହୋଇଛି ।ଯେତେବେଳେକି ଗତ ବର୍ଷରେ ଏହି ସମୟରେ ଏହା ୨୧୫.୮୮ ଗିଗାୱାଟ ରହିଥିଲା । ତେବେ କେବଳ ଅକ୍ଟୋବରରେ ଦେଶରେ ବିଜୁଳି
ବ୍ୟବହାର ପ୍ରାୟ ୨୨ ପ୍ରତିଶତ ବଢ଼ି ୧୩୮.୯୪ ଆରବ ୟୁନିଟ୍ ହୋଇଛି ।ଏହାର କାରଣ ପାର୍ବଣ ସହ ଆର୍ଥିକ ଗତିବିଧି ବଢ଼ିବା ରହିଛି । ତଥ୍ୟଅନୁଯାୟୀ, ଗତ ବର୍ଷର ସମାନ
ମାସରେ ବିଜୁଳି ବ୍ୟବହାର ୧୧୩.୯୪ ବିଲିୟନ ୟୁନିଟି ରହିଥିଲା । ସେହିଭଳି ୨୦୨୧ରେ ୧୧.୭୯ ଆରବ ୟୁନିଟ୍ ରହିଥିଲା । ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିୁ୍ୟସନ ଲିମିଟେଡର ପ୍ରବକ୍ତା କହିଛନ୍ତି, “ଗତଦୁଇ ମାସରେ ବିଜୁଳି ବ୍ୟବହାରରେ ଦ୍ରୁତ ବୃଦ୍ଧି ହୋଇଛି । ମୁଖ୍ୟ ଭାବରେ ଚଳିତ ବର୍ଷ ବିଳମ୍ବରେ ଶୀତ, ଅକ୍ଟୋବରରେ ପାର୍ବଣରେ ମଧ୍ୟ ଅଧିକ ଚାହିଦା ରହିଥିଲା ଫଳରେ ବ୍ୟବହାରବୃଦ୍ଧି ହୋଇଛି । ସେ ଆହୁରି କହିଛନ୍ତି “ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହାଲୁକା ଗରମ ଫଳରେ ବିଜୁଳି ବ୍ୟବହାର କମ୍ ରହିଥିଲେବି, ଅତ୍ୟଧିକ ଆର୍ଦ୍ର ସ୍ଥିତି କାରଣରୁ
ଜୁଲାଇରେ ବିଜୁଳି ବ୍ୟବହାର ବଢ଼ିଥିଲା । ବିଜୁଳି ମନ୍ତ୍ରାଳୟ ମଧ୍ୟ ଅନୁମାନ କରିଥିଲା ଯେ, ଗ୍ରୀଷ୍ମଋତୁରେ ବିଜୁଳି ଆବଶ୍ୟକତା ୨୨୯ ଗିଗାୱାଟ ହୋଇପାରେ । ଅଦିନିଆ ବର୍ଷା କାରଣରୁ ଏପ୍ରିଲ-ଜୁଲାଇରେ ଚାହିଦା ଆନୁମାନିକ ସ୍ତରରେ ପହଞ୍ଚିନଥିଲା ।

Leave A Reply

Your email address will not be published.