୭ରୁ ଶସ୍ତାରେ ଅଟା ବିକିବେ ସରକାର!

0 54

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ
କେନ୍ଦ୍ର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି । ଗତ ବର୍ଷ
ସରକାର ୨୦୨୩ ଡିସେମ୍ୱର ୩୧ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବାକୁ
ଘୋଷଣା କରିଥିଲେ । ଏହି ସମୟସୀମା ଶେଷ ହେବାକୁ ଯାଉଛି । ଏହାରି ଭିତରେ
ଖବର ଅ ।ସିଛି କି ଡିସେମ୍ବର ୩୧ ପୂର୍ବରୁ ବଜାରରେ ଶସ୍ତା ଅଟା ମିଳିବ । ଏହି
କ୍ରମରେ ଗହମ ସହ ଅଟା ମୂଲ୍ୟ ବୃଦ୍ଧି ମଧ୍ୟରେ ସରକାର ଶସ୍ତାରେ ଅଟା ବିକ୍ରୟ ପାଇଁ
ଯୋଜନା ପ୍ରସ୍ତୁତ କରୁଛନ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସରକାର ଭାରତ କମ୍ପାନି
ଅଧିନରେ କିଲୋଗ୍ରାମ ପିଛା ୨୭.୫ ଟଙ୍କା ମୂଲ୍ୟରେ ଅଟା ବିକ୍ରିୟ କରିବେ । ଆସନ୍ତା
୭ ତାରିଖ ଅର୍ଥାତ ନଭେମ୍ବର ୭ରୁ ଶସ୍ତାରେ ଅଟା ବିକ୍ରି ହେବାର ଆଶା କରାଯାଉଛି ।
ବର୍ତ୍ତମାନ ବଜାରରେ ନାମୀ କମ୍ପାନି ଅଟାର ମୂଲ୍ୟ କିଲୋଗ୍ରାମ ପିଛା ୩୫ ଟଙ୍କାରୁ
୪୦ ଟଙ୍କା ରହିଛି । ଏହା ସହିତ ମଧ୍ୟପ୍ରଦେଶରେ ଗହମରୁ ପ୍ରସ୍ତୁତ ଅଟାର ମୂଲ୍ୟ
କିଲୋଗ୍ରାମ ପିଛା ପ୍ରାୟ ୪୫ ଟଙ୍କା ରହିଥିବା ବେଳେ ସାଧାରଣ ପ୍ୟାକେଟ ବିଶିଷ୍ଟ
୧୦ କିଲୋଗ୍ରାମ ବ୍ରାଣ୍ଡେଡ୍ ଅଟାର ମୂଲ୍ୟ ୩୭୦ ଟଙ୍କା ରହିଛି । ଏପରି ଭାବରେ
ଭାରତ କମ୍ପାନି ଅଟା ୨୭୫ ଟଙ୍କାରେ ଉପଲବ୍ଧ ହେବ ବୋଲି କୁହାଯାଉଛି । ଶସ୍ତାରେ
ଅଟା ବିକ୍ରୟ ପାଇଁ ରାଷ୍ଟ୍ରୀୟ ଉପଭୋକ୍ତ ସହକାରୀ ସଂଘକୁ ନୋଡାଲ ଏଜେନ୍ସି କରାଯିବ ।
ଭାରତୀୟ ଖାଦ୍ୟ ନିଗମ ଭାରତ କମ୍ପାନି ଅଟା ପାଇଁ ପ୍ରାୟ ୨.୫ ଲକ୍ଷ ଟନ୍ ଗହମ
ଆବଣ୍ଟିତ କରୁଛି ବୋଲି ଜଣାପଡ଼ିଛି । ବଜାରରେ ଗହମରୁ ପ୍ରସ୍ତୁତ ଅଟା ୧୦ ଏବଂ
୩୦ କିଲୋଗ୍ରାମ ପ୍ୟାକେଟରେ ଉପଲବ୍ଧ ହେବ । ଏହି ଅଟାର ୧୦ କିଲୋଗ୍ରାମ
ବିଶିଷ୍ଟ ପ୍ୟାକେଟ୍ ପ୍ରାୟ ୨୭୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ନିଷ୍ପତ୍ତି
ନିଅ ।ଯାଇଛି । ବିଗତ କିଛି ଦିନ ମଧ୍ୟରେ ଡାଲି ମୂଲ୍ୟରେ ବ୍ୟାପକ ବୃଦ୍ଧି
ପରେ ଭାରତ କମ୍ପାନି ନାମରେ ଶସ୍ତା ଚଣା ଡାଲି କେନ୍ଦ୍ର ସରକାର ବିକ୍ରୟ
କରୁଛନ୍ତି । ଯାହାର ମୂଲ୍ୟ କିଲୋଗ୍ରାମ ପିଛା ୬୦ ଟଙ୍କା ରହିଛି । ସେହିପରି ୩୦
କିଲୋଗ୍ରାମ ବିଶିଷ୍ଟ ବଡ଼ ପ୍ୟାକେଟର ମୂଲ୍ୟ କିଲୋଗ୍ରାମ ପିଛା ୫୫ ଟଙ୍କା ରହିଛି ।

Leave A Reply

Your email address will not be published.