ବିସିସିଆଇକୁ ନୋଟିସ ପଠାଇଲା କୋଲକାତା ପୋଲିସ

0 69

ନୂଆଦିଲ୍ଲୀ, ୫ା୧୧: ରବିବାରକୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ ·ଲିଥିବା ବେଳେ ଏବେ ଏହାକୁ ନେଇ ଏକ ଅପଡେଟ ସାମ୍ନାକୁ
ଆସିଛି । ବାସ୍ତବରେ ମ୍ୟାଚକୁ ନେଇ କୋଲକାତା ପୋଲିସ ବିସିସିଆଇ ବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ନୋଟିସ ପଠାଇଛି । ବାସ୍ତବରେ କ୍ରିକେଟ ପ୍ରଶଂସକମାନେ ଟିକେଟ୍
ବିକ୍ରିରେ କଳାବଜାରୀ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଏନେଇ ଅଭିଯୋଗ ପଞ୍ଜୀକୃତ ହେବା ପରେ କୋଲକାତା ପୋଲିସ ବିସିସିଆଇକୁ ନୋଟିସ ଜାରି କରିଛି ।
ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ସମ୍ପର୍କରେ ପୋଲିସ ବିସିସିଆଇରୁ ସୂଚନା ମାଗିଛି । ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରିରେ କଳାବଜାରୀ ହେଉଥିବା ନେଇ କୋଲକାତା
ପୋଲିସ ମାମଲା ରୁଜୁ କରିଛି । ଏହାପରେ ପୋଲିସ ବେଙ୍ଗଲ କ୍ରିକେଟ୍ ଆସୋସିଏସନର ଅଧିକାରୀ ଏବଂ ଟିକେଟ୍ ବୁକିଂ ଅନ୍ଲାଇନ୍ ପୋର୍ଟାଲକୁ ଥାନାକୁ
ଡକାଇଥିଲା । ବାସ୍ତବରେ ବୁଧବାର କୋଲକାତାର ମୈଦାନ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ କ୍ରିକେଟ୍ପ୍ର ଶଂସକମାନେ ଅଭିଯୋଗ
କରିଥିଲେ ଟିକେଟ ବିକ୍ରି ଯେତିକି ହେଉନାହିଁ, ତାହାଠାରୁ ଅଧିକ କଳାବଜାରୀ ହେଉଛି । କ୍ରିକେଟ ପ୍ରଶଂସକମାନେ ଅଭିଯୋଗ କରିଥିଲେ ଯେ ଟିକେଟ୍ ବିକ୍ରି
ପଛରେ ବେଙ୍ଗଲ କ୍ରିକେଟ୍ଆ ସୋସିଏସନ୍ ଏବଂ ବିସିସିଆଇ ଅଧିକାରୀଙ୍କ ସହ ଏକ ଅନଲାଇନ୍ପୋ ର୍ଟାଲ୍ ମଧ୍ୟରେ ଅସାଧୁ କାରବାର ହୋଇଛି । ପୋଲିସକୁ ଦିଆଯାଇଥିବା
ଅଭିଯୋଗରେ କୁହାଯାଇଛି ଯେ ବିସିସିଆଇ ଏବଂ ବେଙ୍ଗଲ କ୍ରିକେଟ ଆସୋସିଏସନର କିଛି ଅଧିକାରୀ ଅନଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲର ସହଯୋଗରେ ବହୁ
ସଂଖ୍ୟାରେ ଟିକେଟ ରିଜର୍ଭ କରି ରଖିଦେଇଥିଲେ । ଏହି କାରଣରୁ ଟିକେଟ ମିଳିନଥିଲା । କିନ୍ତୁ ପର୍ଯ୍ୟାପ୍ତ ସଂଖ୍ୟକ ଟିକେଟ କଳାବଜାରୀ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ
ଅନୁଯାୟୀ, କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ବିସିସିଆଇକୁଏକ ନୋଟିସ ପଠାଯାଇଛି ।ବିସିସିଆଇ ସଭାପତି ରୋଜର ବିନିଙ୍କ ନାମରେ ଏହି ନୋଟିସ ଜାରିକରାଯାଇଛି । ଯେଉଁଥିରେ ଟିକେଟ୍ବି କ୍ରି ସହ ଜଡିତ ଦଲିଲଗୁଡିକମୈଦାନ ପୁଲିସ ଷ୍ଟେସନରେ ଦାଖଲ କରିବାକୁ କୁହାଯାଇଛି । ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଟିକେଟ୍ କଳାବଜାରୀକୁ ନେଇ କୋଲକାତା ପୋଲିସ ଏପର୍ଯ୍ୟନ୍ ୧୯ ଜଣଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୧୦୮ଟି ଟିକେଟ୍ଜ ବତ କରାଯାଇଛି

Leave A Reply

Your email address will not be published.