ଚଳିତ ମାସରେ ବିବାହ କରିବେ ରଣଦୀପ୍ ହୁ‡ା!

0 61

ମୁମ୍ବାଇ, ୫ା୧୧: ଚଳିତ ମାସରେବିବାହ କରିବେ ଲୋକପ୍ରିୟ ଅଭିନେତା ରଣଦୀପ ହୁ‡ା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି ।
କୁହାଯାଉଛି ଯେ, ବଡ଼ ଆକାରରେ ବିବାହ ନକରି ରଣଦୀପ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ ଏବଂ ମୁମ୍ବାଇରେ ତାଙ୍କର ବିବାହ ହେବ ନାହିଁ । ତେବେ
ରଣଦୀପ କେଉଁ ତାରିଖରେ ଏବଂ କେଉଁଠି ବିବାହ କରିବେ ତାହା ଜଣାପଡ଼ିନାହିଁ । ଗଣମାଧ୍ୟମଠାରୁ ନିଜ ବ୍ୟକ୍ତିଗତ ଜୀବନ ଦୂରେଇ ରଖିବାକୁ ·ହୁଥିବାରୁ ରଣଦୀପ ଧୁମଧାମରେ
ବିବାହ କରିବାକୁ ·ହୁନଥିବା ଚର୍ଚ୍ଚା ହେଉଛି । ହେଲେ ଦୁହେଁ ବିବାହକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିବାରୁ ଅଭିନେତା ସତରେ ବିବାହ କରୁଛନ୍ତି
କି ନାହିଁ, ତାହା ଜଣାପଡ଼ିନାହିଁ । ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ସ୍ୱୀକାର କରିନଥିଲେ ବିରଣଦୀପ ଅନେକ ସମୟରେ ଲିନଙ୍କ
ସହ ଫଟୋ ସେୟାର କରନ୍ତି । ୨୦୨୧ରେ ଲିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ ପୋଷ୍ଟ କରିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଏକପ୍ରକାର ସ୍ପଷ୍ଟ ହୋଇଥିଲା ।
ସବୁବେଳେ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହୁଥିବା ରଣଦୀପ କିଛି ଦିନ ତଳେ ଅକ୍ଷୟ କୁମାରଙ୍କୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ରହିଥିଲେ । ସେ
କହିଥିଲେ ଯେ, ୨୦୧୬ ମସିହାରେ ରାଜକୁମାର ସନ୍ତୋଷିଙ୍କ ଫିଲ୍ମ “ବ୍ୟାଟେଲ ଅଫ୍ ସାରାଗି’ ଘୋଷଣାକରାଯାଇଥିଲା । ଏହି ଚଳଚ୍ଚିତ୍ରରେ ମୁଁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲି । ଏହାର କିଛି ବର୍ଷ ପରେ ୨୦୧୮ମସିହାରେ ଅକ୍ଷୟ କୁମାରଙ୍କଫିଲ୍ମ “କେସରୀ’ ଘୋଷଣା କରାଯାଇଥିଲା ଏବଂ ସେହି ବର୍ଷ ଫିଲ୍ମ ମୁକ୍ତିଲାଭ କରିଥିଲା । ଉଭୟ ଫିଲ୍ମର କାହାଣୀ ସମାନ ପ୍ରସଙ୍ଗ ଉପରେଆଧାରିତ ଥିଲା । ତେବେ “କେସରୀ’ ରିଲିଜ୍ ପରେ ଫ୍ଲପ ହେବାରୁ “ବ୍ୟାଟେଲ ଅଫ୍ ସାରାଗି’କୁ ରିଲିଜ୍କ ରାଯାଇନଥିଲା । ଏହି ଫିଲ୍ମ ପାଇଁ ମୁଁ
୩ବର୍ଷ ଦେଇଥିଲି । ଅନେକ ବଡ଼ ବଡ଼ ଫିଲ୍ମକୁ ହାତଛଡ଼ା ମଧ୍ୟ କରିଥିଲି । ହେଲେ ଏହା ରିଲିଜ୍ ନହେବା ପରେ ମୁଁ ଅବସାଦଗ୍ରସ୍ତ ହୋଇଯାଇଥିଲି ।
ଏଭଳି ଲାଗୁଥିଲା, ଯେମିତି କିଏ ଜଣେ ମୋତେ ବହୁତ ବଡ଼ ଧୋକା ଦେଇଛି ।

Leave A Reply

Your email address will not be published.