ଗଜଲକ୍ଷ୍ମୀ ଭଷାଣୀ ଉସôବ: ସିଂହ ବାଜାରେ ଦୁଲୁକିଲା କେନ୍ଦ୍ରାପଡ଼ା

0 78

ଦୂଷିତ ନଳକୂପ ପାଣି ପିଉଛନ୍ତି ଲୋକେନାଉଗାଁ, (ଡି କେ ନୁ୍ୟଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକକାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେରହିଛି ଏକ ନଳକୂପ । ଏହି
ନଳକୂପର ଚତୁଃପାଶ୍ୱର୍ର ପ୍ଳାଷ୍ଟରଛାଡି ଯାଇଥିବା ବେଳେ ନଳକୂପମୂଳରେ ପାଣି ଜମିବା ସହିତଅନାବନା ଗଛରେ ଭର୍ତି ହୋଇଛି ।ଏହି ନଳକୂପର ରକ୍ଷଣାବେକ୍ଷଣା
ଦାୟିତ୍ୱରେ ଗ୍ରାମ୍ୟ ଜଳ ଯୋଗାଣଓ ପରିମଳ ବିଭାଗ ରହିଥିବାବେଳେ ବ୍ଳକ କାର୍ଯ୍ୟାଳୟ ଠାରୁମାତ୍ର ୧୦ମିଟର ଦୁରରେ ଏହି ନଳକୂପଟି ଅବସ୍ଥିତ । ନଳକୂପ
ନିକଟରେ ତିହୁଡା -୧ ଅଙ୍ଗନଓାର୍ଡୀ କେନ୍ଦ୍ର ରହିଥିବାବେଳେ ଉକ୍ତ କେନ୍ଦ୍ର ପାଇଁ ବ୍ୟବହୃତ ହେଉଥିବା ପାଣି ବିଶେଷ କରି ଏହି ନଳକୂପରୁ ହିଁ ଯାଇଥାଏ । କେବଳ ଅଙ୍ଗନଓାର୍ଡୀ
କେନ୍ଦ୍ର ନୁହେଁ ବ୍ଳକ, ଉଦ୍ୟାନ ବିଭାଗ, ପଶୁ ଚିକିତ୍ସାଳୟ, ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଦି ଏହି ସ୍ଥାନରେ ଅବସ୍ଥିତ । ତେଣୁ ବିଭିନ୍ନ ପଂଚାୟତରୁ ଜନସାଧାରଣମାନେ ଭିନ୍ନ ଭିନ୍ନ
କାର୍ଯ୍ୟ ପାଇଁ ବିଭିନ୍ନ କାର୍ଯ୍ୟାଳୟକୁଆସିଥାନ୍ତି । ଖରା ଦିନେ ପ୍ରାୟତଃଜନସାଧାରଣ ଏହି ନଳକୂପ ଉପରେ ପିଇବା ପାଣି ପାଇଁ ନିର୍ଭର କରିଥାନ୍ତି । ସେହିପରି ବ୍ଳକ କାର୍ଯ୍ୟାଳୟ
ନିକଟରେ ରହୁଥିବା କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ନଳକୂପର ପାଣିବ୍ୟବହାର କରିଥାନ୍ତି । ନଳକୂପର ଚତୁଃପାଶ୍ୱର୍ ଆବର୍ଜନା ହେବା ସହିତ ଅଧିକ ଦିନ ପାଣି ଜମି ରହିବା
ଫଳରେ ସେଠାରେ ଏକ ପ୍ରକାର ଦୁର୍ଗନ୍ଧ ବାହାରୁଛି । ଉକ୍ତ ନଳକୂପରୁପାଣି ବ୍ୟବହାର କଲେ ବଳକା ପାଣି ବାହାରକୁ ନିଷ୍କାସିତ ହୋଇପାରୁନାହିଁ ।
ଯାହାଫଳରେ ଉକ୍ତ ପାଣି ନଳକୂପ ମୂଳରେ ଜମି ରହୁଛି । ପାଣି ଜମି ରହୁଥିବା ସ୍ଥାନରେ ପୋକ,ମଶା,ମାଛି ଆଦି ଭାସୁଥିବାର ଦେଖିବାକୁ ମିଳିଛୁ ।
ସେହି ନଳକୂପ ପାଣିକୁ ଜନସାଧାରଣ ପାନୀୟ ରୂପେ ବ୍ୟବହାର କରୁଛନ୍ତି ।ଏହି ପାଣିକୁ ବ୍ୟବହାର କଲେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି । ବାଲିକୁଦା-ନାଉଗାଁ, ତିହୁଡା-ବ୍ଳକଛକସଂଯୋଗୀକରଣ ରାସ୍ତା ପାଶ୍ୱର୍ରେ ଉକ୍ତ ନଳକୂପଟି ରହିଥିବା ବେଳେ ବିଭାଗ ପକ୍ଷରୁ ମରାମତି ପାଇଁ କୌଣସି
ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଅପରପକ୍ଷେ ସରକାରଙ୍କ ପକ୍ଷରୁ ନଳକୂପ ଚତୁଃପାଶ୍ୱର୍ରେ ପ୍ଳାଟଫର୍ମ ନିର୍ମାଣ କରାଯିବା ସହିତନଳକୂପରୁ ବାହାରୁ ଥିବା ପାଣିକୁ
କିପରି ସୋକ୍ ପିଟ୍ ନିର୍ମାଣ କରାଯାଇ ଜଳକୁ କିପରି ସରଂକ୍ଷଣ କରାଯିବା ପାଇଁ ଅର୍ଥ ଯୋଗାଇ ଦିଆଯାଉଥିବା ବେଳେ ଉକ୍ତ ନଳକୂପଟି ସେଥିରୁ ବାଦ ପଡିଛି ।
ତେଣୁ ଉକ୍ତ ନଳକୂପର ଚତୁଃପାଶ୍ୱର୍କୁ ମରାମତି କରିବା ସହିତ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବାକୁ ଜନସାଧାରଣ
ଦାବି କରିଛନ୍ତି । ଏସଂପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ.ରଶ୍ମିରଂଜନ ଦାସଙ୍କୁ
ପଚାରିବାରେ-ଉକ୍ତ ନଳକୂପର ପ୍ଳାଟଫର୍ମ ଓ ସୋକପିଟ ନିର୍ମାଣ କରିବା ପାଇଁ ସ୍ଥାନର ଅଭାବ ରହିଛି । ଯେଉଁ ସ୍ଥାନ ଅଛି ତାହା
ଅଙ୍ଗନଓାର୍ଡୀ କେନ୍ଦ୍ରର । ତେଣୁ ଅଙ୍ଗନଓାର୍ଡି କେନ୍ଦ୍ରର କର୍ମୀଙ୍କ ସହ କଥା ହୋଇ ପ୍ଳାଟଫର୍ମ ଓ ସୋକ୍ପି ଟ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.