ବଜ୍ରପାତ କ୍ଷତି ରୋକିବ ତାଳଗଛ

Palm Tree will prevent lightning damage

0 58

ଭୁବନେଶ୍ୱର,: ବଜ୍ରପାତ ଜନିତ କ୍ଷତି ରୋକିବ ତାଳ ଗଛ । ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ତାଳ ଗଛ ରୋପଣ କରାଯିବ । ବଜ୍ରପାତ ଜନିତ କ୍ଷତି ରୋକିବା ସହ ଜଙ୍ଗଲ ପରିସୀମାକୁ ସୁରକ୍ଷା ଦେବାରେ ସହଯୋଗ କରିବ । ଆଗାମୀ ୨୦୨୪-୨୫ ଓ ୨୦୨୫-୨୬ ରୌପଣ ବର୍ଷରେ ପାଖାପାଖି ୭.୫ କୋଟି ଟଙ୍କା ବ୍ୟୟ କରି ପ୍ରାୟ ୧୯ ଲକ୍ଷ ତାଳ ଗଛ ରୋପଣ କରାଯିବ । ରାଜ୍ୟରେ ୪ହଜାର ୪୭୯ଟି ବିଜ୍ଞାପିତ ଜଙ୍ଗଲ ବ୍ଲକ ଓ ୩୯ହଜାର୬୭୧ ବର୍ଗ କିଲୋମିଟର ବାଉଣ୍ଡରୀ ଲାଇନ୍ ରହିଛି । ଏହି ଜଙ୍ଗଲ ବ୍ଲକରେ ୪୮ହଜାର ୨୦୭ଟି ବାଉଣ୍ଡରୀ ପିଲର୍ ରହିଛି । ପ୍ରତି ସ୍ତମ୍ଭ ପାଖରେ ୪ଟି ତାଳଗଛ ରୋପଣ କରାଯିବ । ଏନେଇ ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ପରିସୀମାରେ ବ୍ୟାପକ ତାଳଗଛ ରୋପଣ କରିବା ନେଇ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.