ବେଦାନ୍ତ ଆଲୁମିନିୟମକୁ ବକ୍ସାଇଟ ବିଶୋଧନ ପ୍ରକ୍ରିୟାରେ ଅଭିନବ ସଫଳତା

Innovative breakthrough in bauxite refining process for Vedanta Aluminium

0 53

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଆଲୁମିନିୟମ ନିର୍ମାତା ବକ୍ସାଇଟ ଅବଶିଷ୍ଟ ଉତ୍ପାଦକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ଏକ ପ୍ରକ୍ରିୟାର ଶୁଭାରମ୍ଭ କରିଛି, ଯାହା ଆଲୁମିନିୟମ ବିଶୋଧନ ପ୍ରକ୍ରିୟାରେ ବକ୍ସାଇଟ ଅବଶିଷ୍ଟାଂଶକୁ ୩୦% ହ୍ରାସ କରିବ । ଏହି ପ୍ରକ୍ରିୟା ଦକ୍ଷତା ଉତ୍ସକୁ ବୃଦ୍ଧି କରିବ ଓ ବିଶୋଧନ ସମୟରେ କମ ଶକ୍ତି ଦରକାର କରିବ । ଏହି ଗବେଷଣା ପ୍ରକଳ୍ପକୁ ବେଦାନ୍ତର ବିଶ୍ୱସ୍ତରୀୟ ଆଲୁମିନା ହାଉସ ଲାଂଜିଗଡ଼ର ସମର୍ଥନ ସହିତ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଖଡ଼ଗପୁରଙ୍କ ସହଯୋଗରେ କମ୍ପାନିର ଗବେଷଣା ଓ ବିକାଶ ବିଭାଗ ଦ୍ୱାରା ପରିଚାଳିତ ହେବ । ଏହା ଗ୍ଲୋବାଲ ଆଲୁମିନିୟମ ଶିଳ୍ପ ଉପରେ ସ୍ଥାୟୀ ପ୍ରଭାବ ପକାଇବ । ଆଲୁମିନିୟମ ପ୍ରସ୍ତୁତି ପାଇଁ ବକ୍ସାଇଟ ହେଉଛି ମୌଳିକ ଧାତୁ ଓ ଏହାକୁ ବିଶୋଧନ କରାଯାଇ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତ କରାଯାଏ । ଏହି ବିଶୋଧନ ପ୍ରକ୍ରିୟାରୁ ବକ୍ସାଇଟର ଅଅବଶିଷ୍ଟାଂଶ ସୃଷ୍ଟି ହୋଇଥାଏ । ଏହି ବହୁମୂଲ୍ୟ ଉପ ଉତ୍ପାଦକୁ ସ୍ଥାୟୀ ଭାବରେ ପରିଚାଳନା କରିବା ଲାଗି ଶିଳ୍ପ ସଂସ୍ଥା ପାଇଁ ଏକ ଆହ୍ୱାନ ଅଟେ । ବେଦାନ୍ତ ଆଲୁମିନିୟମ ବକ୍ସାଇଟ ଅବଶିଷ୍ଟାଂଶକୁ କମ କରିବା ଓ ଏଥିରୁ ମୂଲ୍ୟ ବାହାର କରିବାର ଉପାୟ ଅନୁସନ୍ଧାନରେ ସକ୍ରିୟ ଭାବରେ ଜଡ଼ିତ । କ୍ମପାନି ଏକ ବୈପ୍ଲବିକ ପଦକ୍ଷେପ ଗ୍ରହଣ କରିଛି ଯେଉଁଥିରେ ଏହାକୁ ସଫଳତାର ସହ ପରୀକ୍ଷାଗାର ଦ୍ୱାରା ପେଟେଂଟ ପାଇଁ ବୈଧ ହୋଇଛି । ବର୍ତମାନ କମ୍ପାନି ଏହାର ସମ୍ଭାବ୍ୟ ସୁବିଧା ନିର୍ଣ୍ଣୟ କରିବା ସହିତ ପ୍ରକ୍ରିୟାର କାର୍ଯ୍ୟକାରୀତା ଓ ମୂଲ୍ୟାଙ୍କନ କରିବା ପାଇର୍ ପାଇଲଟ ପ୍ଲାଂଟ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଇଛି । ସଫଳତା ଉପରେ ଶ୍ରୀ ଜି.ଜି.ପାଲ ଡେପୁଟି ସିଇଓ-ଆଲୁମିନା ବ୍ୟବସାୟ, ବେଦାନ୍ତ ଲିଃ କହିଛନ୍ତିଯେ- ବେଦାନ୍ତ ଆଲୁମିନିୟମରେ ସ୍ଥିରତା ହାସଲ କରିବାରେ କାର୍ଯ୍ୟକାରୀ ଦକ୍ଷତା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟ ଉଦ୍ଦେଶ୍ୟରେ ବର୍ତମାନ ଆମେ ଶିଳ୍ପ ସମସ୍ୟାର ସମାଧାନ ପାଇଁ ବୈଷୟିକ ନେତୃତ୍ୱାଧୀନ ଅଭିନବ ସମାଧାନ ଲାଗି ଘରୋଇ ଆର ଆଣ୍ଡଡି ପଦକ୍ଷେପ ଉପରେ ଧ୍ୟାନ ଦେଉଛୁ । ବିକାଶ ଉପରେ ନିଜର ଭାବନା ବ୍ୟକ୍ତ କରି ଡ. ଅମିତ ଚାଟାର୍ଜି, ମୁଖ୍ୟ ଗବେଷଣା ଓ ବିକାଶ ଅଧିକାରୀ ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ବକ୍ସାଇଟର ବଳକା ପଦାର୍ଥର ସଦୁପଯୋଗ ଆମ ପାଇଁ ଏକ ମାଇଲ ଖୁଂଟ ହେବ ଓ ଶକ୍ତି ସଂରକ୍ଷଣ ପାଇଁ ଏକ ପଥ ପ୍ରଦାନ କରିବ ଏବଂ ବିଶ୍ୱର ଆଲୁମିନିୟମ ଶିଳ୍ପକୁ ପୁନଃନିର୍ମାଣ କରିବାରେ ସହାୟକ ହେବ । ଆଇଆଇଟି ଖଡ଼ଗପୁରର ମେଟାର୍ଲଜିକାଲ ଓ ସାମଗ୍ରୀ ଇଂଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡ. ଚେନ୍ନାରାଓ ବୋରା କହିଛନ୍ତିଯେ ସ୍ଥିରତା ଲକ୍ଷ୍ୟ ପାଇଁ ବେଦାନ୍ତ ଆଲୁମିନିୟମ ଆରଏଣ୍ଡଡି ପ୍ରତି ସମର୍ପିତ ହେବା ପ୍ରକୃତରେ ପ୍ରେରଣାଦାୟକ ଅଟେ । ବକ୍ସାଇଟ ବଳକା ପଦାର୍ଥ ହ୍ରାସ ଆଲୁମିନିୟମ ଶିଳ୍ପ ପାଇଁ ଏକ ପ୍ରମୁଖ ଆହ୍ୱାନ ଅଟେ ଯାହାକୁ ବୈଷୟିକୀ ଦ୍ୱାରା ସମ୍ଭବ କରାଯାଇପାରେ । ଆଇଆଇଟି ଖଡ଼ଗପୁର ଓ କମ୍ପାନିର ମିଳିତ ପ୍ରୟାସରେ ବିକଶିତ ହୋଇଥିବା ଏହି ପ୍ରକ୍ରିୟା କେବଳ ବକ୍ସାଇଟ ବଳକା ପରିଚାଳନାରେ ସହାୟତା କରିବ ନାହିଁ ଅନ୍ୟପକ୍ଷରେ କାର୍ବନ ଫୁଟପ୍ରିଂଟକୁ ମଧ୍ୟ ହ୍ରାସ କରିବ । ବେଦାନ୍ତ ଆଲୁମିନିୟମ ହେଉଛି ଦେଶର ପ୍ରଥମ କମ୍ପାନି ଯିଏକି ବକ୍ସାଇଟ ବଳକା ସ୍ଲରୀରୁ ଜଳର ପରିମାଣ ବାହାର କରି ଏହାକୁ ପୁନଃପ୍ରୟୋଗ କରି ଜିରୋ ଲିକୁଇଡ ଡିସଚାର୍ଜ କରିବା ସହ ଜଳ ସଂରକ୍ଷଣ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ବଳକା ବକ୍ସାଇଟକୁ ଶୁଖିଲା ଆକାରରେ ଘନୀଭୂତ କରାଯାଇ ବୈଜ୍ଞାନିକ ଉପାୟରେ ଏହାର ଉପଯୋଗୀତା ବୃଦ୍ଧି କରାଯାଉଛି । ଏହି ପ୍ରକ୍ରିୟା ପାଇଁ କମ୍ପାନି ଦେଶର ବକ୍‌ସାଇଟ ଅବଶିଷ୍ଟାଂଶ ପ୍ରକିୟାକରଣ କାରଖାନା ଭାବରେ ପ୍ରଥମ କମ୍ପାନି । ଅତିରିକ୍ତ ଭାବରେ ବକ୍ସାଇଟ ବଳକା ବ୍ୟବହାର ଲାଗି ଅଭିନବ ପ୍ରଯୁକ୍ତିର ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ଗବେଷଣା ପ୍ରତିଷ୍ଠାନ ଗୁଡ଼ିକ ସହ କାର୍ଯ୍ୟ କରୁଛି । ଏହି ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ବକ୍ସାଇଟ ଅବଶିଷ୍ଟାଂଶରେ ଲୁହା ଆଲୁମିନିୟମ, ଆରସିଇ ଓ ଟିଟାନିୟମ ଡାଇଅକ୍ସାଇଡ ସହ ମୂଲ୍ୟବାନ ଧାତୁ ରହିଥାଏ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍‌ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‍୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‍୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍‌ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave A Reply

Your email address will not be published.