ସତର୍କତା ସପ୍ତାହ ପାଳନ ଉପଲକ୍ଷେ ନାଲକୋ ପକ୍ଷରୁ ଗଣପଦଯାତ୍ରା

Public walk by Nalco to mark Awareness Week

0 74

ନାଲକୋ ନଗର : ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋର ସେଲ୍ଟର ଓ ପାୱାର କମ୍ପେ୍ଲକ୍ସ ଠାରେ ଅକ୍ଟୋବର ୩୧ରୁ ନଭେମ୍ବର ୫ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଭିଜିଲାନ୍ସ ସତର୍କ୍‌ତା ସପ୍ତାହ ପାଳିତ କହାଇର୍ୟାଇଛି । ଏହି ସତକ୍‌ତା ସପ୍ତାହ ପାଳନର ଶେଷ ପର୍ଯ୍ୟାୟରେ ଗଣ ୱାକଥନ (ଗଣପଦଯାତ୍ରା) ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନାଲକୋ ସେଲ୍ଟର ଓ ପାୱାର କମ୍ପେ୍ଲକ୍ସର ସମସ୍ତ ଉଚ୍ଚ ପଦାଧିକାରୀଗଣ, ଜିଜିଏମ, ଡିଜିଏମ, କମ୍‌ର୍ଚାରୀ, ସମସ୍ତ ୟୁନିୟନ ଓ ଆସୋସିଏସନର କର୍ମକର୍ତ୍ତାଗଣ, ସିଆଇଏସଏଫ ଯବାନ ତଥା ଅଧିକାରୀଗଣ ଓ ଡ଼ିପିଏସ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଭାରପ୍ରାପ୍ତ କାର୍ଯ୍ୟନିବ୍‌ାହୀ ନିର୍ଦେଶକ ଅଶୋକ କୁମାର ଦାସ ପତାକା ଦେଖାଇ ଗଣପଦଯାତ୍ରାର (ୱାକଥନ)ର ଶୁଭାରମ୍ଭ କରିଥିଲେ । ସପ୍ତାହ ବ୍ୟାପୀ ଏହି ସତର୍କତା ସପ୍ତାହ ପାଳନ ଉପଲକ୍ଷେ ଏସଆଣ୍ଡପି କମ୍ପେ୍ଲକ୍ସର ଭିଜିଲାନ୍ସ ବିଭାଗ ତରଫରୁ ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ସତର୍କତା ସମ୍ବନ୍ଧୀୟ ସେମିନାର ଓ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମନରେ ଭିଜିଲାନ୍ସ କାର୍ଯ୍ୟାବଳୀ ସମ୍ପର୍କରେ ବିଭିନ୍ନ ପ୍ରତିଯୋଗୀତା ଯେପରିକି ଡ୍ରଇଂ, ବକୃତା, ରଚନା ଲିଖନ ଇତ୍ୟାଦି ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀମାନଙ୍କ ପାଇଁ ମଧ୍ୟ ସ୍ଲୋଗାନ ଲିଖନ ଓ ରଚନା ଇତ୍ୟାଦି ଆୟୋଜନ କରାଯାଇଥିଲା । ପାଶ୍ୱର୍ବର୍ତ୍ତି ସ୍କୁଲ ଓ କଲେଜ ମାନଙ୍କରେ ମଧ୍ୟ ଏହି ସବୁ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.