ତ୍ରୈୟ ମାସିକରେ ୟୁକୋ ବ୍ୟାଙ୍କର ନେଟ ଲାଭ ୪୦୨ କୋଟ

UCO Bank's net profit for the quarter stood at Rs 402 crore

0 91

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ଦ୍ୱିତୀୟ ତ୍ରୈୟ ମାସିକ ଏବଂ ପ୍ରଥମ ୬ ମାସର ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ୨୦୨୩ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଚଳିତ ଆର୍ôଥକ ବର୍ଷରେ ବ୍ୟାଙ୍କ ଦ୍ୱିତୀୟ ତ୍ରୈୟ ମାସିକରେ ୪୦୨ କୋଟି ଟଙ୍କା ଏବଂ ପ୍ରଥମ ୬ ମାସରେ ୬୨୫ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିପାରିଛି । ଏଥି ସହିତ ବ୍ୟାଙ୍କ ପ୍ରମୁଖ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବ୍ୟାଙ୍କର ଅଣକାର୍ଯ୍ୟକାରୀ ସମ୍ପତ୍ତି ହ୍ରାସ ପାଇ ୨୦୨୩ ସେପ୍ଟେମ୍ବର ସୁଦ୍ଧା ଶତକଡା ୧.୧୧ପ୍ରତିଶତରେ ପହଞ୍ôଚଛି । ବ୍ୟାଙ୍କର ମୋଟ୍‌ ଗ୍ଲୋବାଲ ବ୍ୟବସାୟ ୪,୧୭,ତ୍ରୈୟ ମାସିକରେ ୟୁକୋ ବ୍ୟାଙ୍କର ନେଟ ଲାଭ ୪୦୨ କୋଟ୧୪୫ କୋଟି ଟଙ୍କା ହୋଇଥିବା ବେଳେ ବ୍ୟାଙ୍କ ଏହାର ଅଗ୍ରୀମ ପରିମାଣରେ ପୂର୍ବ ବର୍ଷ ତୁଳନାରେ ଶତକଡା ୧୭.୯୯ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ଏହି ପରିମାଣକୁ ୧,୬୭,୭୩୪ କୋଟି ଟଙ୍କାରେ ପହଞ୍ଚାଇ ପାରିଛି । ପରିଚାଳନା ଲାଭ କ୍ଷେତ୍ରରେ ମଧ୍ୟ ବ୍ୟାଙ୍କ ଦ୍ୱିତୀୟ ତ୍ରୈୟ ମାସିକରେ ୯୮୨ କୋଟି ଟଙ୍କାର ପରିଚାଳନା ଲାଭ ସଂଗ୍ରହ କରି ଶତକଡା ୧୮.୩୪ ପ୍ରତିଶତ ଏବଂ ପ୍ରଥମ ୬ ମାସରେ ୨,୧୮୪ କୋଟି ଟଙ୍କାର ପରିଚାଳନା ଲାଭ ସଂଗ୍ରହ କରି ଶତକଡା ୩୪.୦୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି । ରିଟେଲ ଅଗ୍ରୀମ କ୍ଷେତ୍ରରେ ବ୍ୟାଙ୍କ ଶତକତା ୧୭.୦୯ ପ୍ରତିଶତ, କୃଷି ଅଗ୍ରୀମ କ୍ଷେତ୍ରରେ ଶତକଡା ୧୪.୩୨ ପ୍ରତିଶତ ଏବଂ ଏମ୍‌ଏସ୍‌ଏମ୍‌ଇ ଅଗ୍ରୀମ କ୍ଷେତ୍ରରେ ବ୍ୟାଙ୍କ ଶତକଡା ୨୦.୮୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଥିବା କଥା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱନୀ କୁମାର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.