ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ

Students Demonstration, at Utkal University

0 69

ଭୁବନେଶ୍ୱର, : ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୨୦ ଏକର ଜମିରେ ନିର୍ମାଣ ହେବ ପାନ୍ଥନିବାସ, ପାର୍କ ଓ ଫୁଡ୍‌ ଷ୍ଟଲ୍‌ । ଏଭଳି ଏକ ଯୋଜନା ହୋଇଥିବା ଅଭିଯୋଗ କରି ଏବିଭିପି ପ୍ରବଳ ବିରୋଧ କରିଥିଲା । କିନ୍ତୁ ଏ ସବୁ ପ୍ରକଳ୍ପ ସେଠାରେ ହେବାର ନାହିଁ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ବଲ୍‌ୱନ୍ତ ସିଂ । ବିଡିଏର ପ୍ରସ୍ତାବିତ ପ୍ରକଳ୍ପ କେବଳ ବିଦ୍ୟାର୍ଥୀଙ୍କ କାମରେ ଲାଗିବ ବୋଲି ସ୍ପଷ୍ଟ କରିଛନ୍ତି । ସୂଚନା ମୁତାବକ, ବାଣୀବିହାର ଭିତର ଦେଇ ଯାଇଥିବା ପ୍ରାକୃତିକ ନଳା ନଂ. ୪ର ବିକାଶ କରିବା ଯୋଜନା ହୋଇଥିଲା । କାରଣ ଏହା ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ଗଙ୍ଗୁଆକୁ ପାଣି ନିଷ୍କାସନ ହୋଇପାରୁନି । ସମଗ୍ର କ୍ୟାମ୍ପସ୍‌ ପରିସରରେ ପ• ପାଣିର ଦୁର୍ଗନ୍ଧ ଖେଳିଯାଉଛି । ଏଣୁ ଏହାକୁ ସଫା କରିବା ସହ ପାଖରେ ଥିବା ଅନ୍ୟ ଜାଗା ସବୁର ଉନ୍ନତୀକରଣ କରିବାକୁ ଯୋଜନା ହୋଇଥିଲା । ସ୍ମାର୍ଟ ସିଟି ଲିମିଟେଡ୍‌ ଏହାର ଡିପିଆର ପ୍ରସ୍ତୁତ କରିଥିବା ବେଳେ ବିଡିଏ ଏହାର ଉନ୍ନତୀକରଣ ଦାୟିତ୍ୱ ନେଇଥିଲା । ଏ ନେଇ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ଏପ୍ରିଲ ୨୬ ତାରିଖରେ ବସିଥିବା ସିଣ୍ଡିକେଟ୍‌ ବୈଠକରେ ବିଡିଏକୁ ସ୍ୱୀକୃତି (ଏନ୍‌ଓସି) ପ୍ରଦାନ କରିଥିଲେ । ଏଥିରେ ବିଡିଏ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିବା ସହ ଟେଣ୍ଡର ମଧ୍ୟ କରିସାରିଛି । ଡିପିଆର ମୁତାବକ ଏହି ଡ୍ରେନକୁ ଆବର୍ଜନାମୁକ୍ତ କରି ପାଣି ବିଶୋଧନ କରାଯିବ । ଡିଡିସିଇ, ୟୁନିଭରସିଟି ଅଫ୍‌ ଲ କଲେଜ୍‌ ଓ ୟୁନିଭରସିଟି ପ୍ରେସ୍‌ ବିଶ୍ୱବିଦ୍ୟାଳୟର ଅଙ୍ଗ ହୋଇଥିଲେ ମଧ୍ୟ ପରିସର ବାହାରେ ରହିଛି । ମଝିରେ ନଳା ଥିବାରୁ ବୁଲିବୁଲି ଯିବାକୁ ପଡ଼ୁଛି । ଏଣୁ ଏହି ଯୋଜନାରେ ଏହି ସବୁ ଅନୁଷ୍ଠାନକୁ ସଂଯୋଗ ବ୍ୟବସ୍ଥା କରାଯାଉଛି । ଆବଶ୍ୟକ ପଡ଼ିଲେ ଗୋଟିଏ କିମ୍ବା ଏକାଧିକ ପୋଲ କରାଯାଇ ବାଣୀବିହାର ଭିତରୁ ସିଧାସଳଖ ସଂଯୋଗ କରାଯିବ । ଏହା ସହ ଗୋବିନ୍ଦ ସାହୁ ମାର୍କେଟ୍‌ ପାଖରେ ଥିବା ଖାଲି ଜାଗାର ବିକାଶ ହେବ । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହାର ଯୋଗ୍ୟ ହେବ । ୧ ନମ୍ବର ଛାତ୍ରାବାସ ଓ କନଭୋକେସନ ହଲ୍‌ ନିକଟରେ ମଧ୍ୟ ଖାଲି ଜାଗାର ବିକାଶ ହେବ । ଏ ସବୁ କେବଳ ଛାତ୍ରଛାତ୍ରୀ ଓ କର୍ମ•ରୀଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ କୌଣସି ବାହାର ଲୋକଙ୍କର ଚଳପ୍ରଚଳ ହେବା ସୁଯୋଗ ରହିବ ନାହିଁ ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.