ଟେବୁଲ ଟେନିସ୍‌ ଏକାଡେମୀ ଉଦ୍‌ଘାଟିତ

Table Tennis Academy inaugurated

0 99

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଠାରେ ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଉଦଘାଟନ କରିଛନ୍ତି । ଏହି ଟେନିସ୍‌ ଏକାଡେମୀରେ ପ୍ରଶସ୍ତ ଟେବୁଲ ଟେନିସ୍‌ ସ୍ଥାନ ରହିଛି ଯେଉଁଠାରେ ୧୬ଟି ଟିଟି ଟେବୁଲ ରହିଛି । ଏହାସହ ଉନ୍ନତମାନର ଜିମ୍ନାସିୟମ୍‌, ୱେଟ୍‌ ଲିଫ୍ଟିଂ ରୁମ୍‌ ଓ ଚେସ୍‌ ଏରିଆ ରହିଛି । ଏହା ବ୍ୟତୀତ ଏଠାରେ ଯୋଗ ଓ ଜୁମ୍ବା ପାଇଁ ସ୍ଥାନ ରହିଛି । ଏହା ରାଜ୍ୟରୁ ନୂତନ ପିଢିର ପ୍ୟାଡଲର ଉତ୍ପାଦନ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟର ଇନଡୋର ହଲରେ ୩୩ଟି ଟେବୁଲ୍‌ ଟେନିସ୍‌ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଡିସେମ୍ବର ୨୦୨୩ ସୁଦ୍ଧା ଏହି କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ହେବ ଏବଂ ପ୍ରତ୍ୟେକରେ ତିନୋଟି ଟେବୁଲ୍‌ ଟେନିସ୍‌ ଟେବୁଲ୍‌ ରହିବ ।୧୬ ଟି ଟେବୁଲ୍‌ ସହିତ କଟକ ଟିଟି ଏକାଡେମୀ ମଧ୍ୟ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ୫ ଟି ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌, କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱରର ମେୟର ସୁଲୋଚାନା ଦାସ, ଉନ୍ନୟନ କମିଶନର ଅନୁ ଗର୍ଗ, ଓଏସଟିଟିଏ ସଭାପତି ସଞ୍ଜୟ ସିଂ ଓ ଭିନେଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

Leave A Reply

Your email address will not be published.