ଏସବିଆଇ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

Caution Awareness Week by SBI

0 69

ଭୁବନେଶ୍ୱର,: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ୩୦/୧୦/୨୦୨୩ ରୁ ୦୫/ ୧୧/୨୦୨୩ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଇଥିଲା । କର୍ମଚାରୀମାନଙ୍କ ଦ୍ୱାରା ତ୍ରିଭାଷୀ ସଚ୍ଚୋଟତା ଶପଥ ପାଠ ସହ ସତର୍କତା ସଚେତନତା ସପ୍ତାହ ପାଳନ ଆରମ୍ଭ ହୋଇଥିଲା । ବ୍ୟାଙ୍କର ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟରେ ୩୦. ୧୦.୨୦୨୩ ରେ ମୁଖ୍ୟ ମହାପ୍ରବନ୍ଧକ, ଚନ୍ଦ୍ର ଶେଖର ଶର୍ମା ସଚ୍ଚୋଟତାର ଶପଥ ପାଠ କରାଇଥିଲେ । ଚଳିତ ବର୍ଷର ବିଷୟ ଅଛି ୩୯ ଦୁର୍ନୀତିର ବିରୋଧ କରନ୍ତୁ, ଦେଶ ପ୍ରତି ପ୍ରତିବଦ୍ଧ ରୁହନ୍ତୁ ୩୯ । ୩୦/୧୦/୨୦୨୩ ପୂର୍ବାହ୍ନ ୧୧ଟା ସମୟରେ ରାଜ୍ୟର ସମସ୍ତ ଶାଖାର ବ୍ୟାଙ୍କିଂ ହଲରେ ଉପସ୍ଥିତ ଥିବା ଗ୍ରାହକମାନଙ୍କ ସମେତ ସମସ୍ତଙ୍କୁ ସଚ୍ଚୋଟତା ଶପଥ ପାଠ କରାଯାଇଥିଲା । ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ବ୍ୟାଙ୍କ ପକ୍ଷରୁ ସଦସ୍ୟ କର୍ମଚାରୀ ଓ ସେମାନଙ୍କ ସନ୍ତାନ ମାନଙ୍କ ମଧ୍ୟରେ ଏହି ବିଷୟଉପରେ ବକ୍ତୃତା/ଚିତ୍ରାଙ୍କନ/ପ୍ରବନ୍ଧ/ ଅନଲାଇନ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୩୦.୧୦.୨୦୨୩ ରେ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ପରିସର ସମ୍ମୁଖରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ଶର୍ମା ସତର୍କତା ସଚେତନତା ସପ୍ତାହ ବିଷୟବସ୍ତୁ ସମ୍ବଳିତ ଏକ ବାଲୁକା କଳାକୁ ଉଦ୍ଘାଟନ କରିଥିଲେ । ସମସ୍ତ ଶାଖା/ କାର୍ଯ୍ୟାଳୟର ପ୍ରମୁଖ ସ୍ଥାନରେ ବ୍ୟାନର/ଷ୍ଟାଣ୍ଡି ପ୍ରଦର୍ଶିତ ହୋଇଥିଲା । ମଣ୍ଡଳରେ ଥିବା ଆମର ଅଧିକାଂଶ ବିସି/ସିଏସପି ମଧ୍ୟ ସିଭିସି ସାଇଟରେ ଅନଲାଇନ ଶପଥ ନେଇଥିଲେ । ରେଡିଓ ଜିଙ୍ଗଲ ରେଡିଓ ଚୋକଲାଟ ଏବଂ ସିଦ୍ଧାର୍ଥ ରେଡିଓରେ ସତର୍କତା ସଚେତନତା ସପ୍ତାହ ବିଷୟବସ୍ତୁ ଉପରେ ପ୍ରସାରିତ ହୋଇଥିଲା । ବିଭିନ୍ନ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ପକ୍ଷରୁ କର୍ମଚାରୀମାନଙ୍କ ଅଂଶଗ୍ରହଣରେ ୱାକାଥନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ/ ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା /ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୁର୍ନୀତି ଦୂରୀକରଣ ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶାଖା, ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ, ପ୍ରଶାସନିକ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମସଭା, ସ୍ୱୟଂ ସହାୟକ ଗୋଷ୍ଠୀ ମେଳା ଓ ଗ୍ରାହକ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯାଇଥିଲା । ୦୪.୧୧.୨୦୨୩ରେ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ପରିସରରେ କର୍ମଚାରୀମାନଙ୍କର ଏକ ସମାବେଶ ଆୟୋଜନ କରାଯାଇଥିଲା ଯେଉଁଥିରେ ମୁଖ୍ୟ ମହାପ୍ରବନ୍ଧକ, ଚନ୍ଦ୍ର ଶେଖର ଶର୍ମା ଏବଂ ଉପ ମହାପ୍ରବନ୍ଧକ, (ଏସବିଆଇ ସତର୍କତା ବିଭାଗ), ଲଡୁ ମାଧବ ମିଶ୍ର ବିଭିନ୍ନ ସତର୍କତା ସଚେତନତା ପ୍ରତିଷେଧକ ବ୍ୟବସ୍ଥା ଉପରେ ବକ୍ତବ୍ୟ ରଖିଥିଲେ । ଭୁବନେଶ୍ୱର-କଟକ ପୁଲିସ କମିଶନର ଆଇପିଏସ୍‌ ଏସ୍‌ କେ ପ୍ରିୟଦର୍ଶୀ ଯୋଗଦେଇ ନିଜର ମତ ବ୍ୟକ୍ତ କରିବା ସହ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ସତର୍କତା ବିଭାଗର ସହାୟକ ମହାପ୍ରବନ୍ଧକ ଜନ୍ମେଜୟ ଜେନା ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ କରିଥିଲେ ।

Leave A Reply

Your email address will not be published.