ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ: ୬ ନକ୍ସଲ ମୃତ

Gunfight between Naxals and security forces: 6 Naxals killed

0 89

ରାୟପୁର: ଛତିଶଗଡ଼ରେ ମଙ୍ଗଳବାରଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି । ଅର୍ଥାତ ରାଜ୍ୟରେ ଗୋଟିଏ ସମୟରେ ବାଲଟ ଓ ବୁଲେଟ ଲଢେଇ ଚାଲିଛି । ସୂଚନା ଅନୁସାରେ, ଛତିଶଗଡର କାଙ୍କେର ଜିଲ୍ଲାର ବାନ୍ଦେ ଥାନା ଅଞ୍ଚଳରେ ନକ୍ସଲ ଓ ବିଏସଏଫ ଓ ଡିଆରଜିର ଏକ ଟିମ୍‌ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରୁ ଏକେ-୪୭ ଜବତ କରାଯାଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏଥିରେ ୬ ନକ୍ସଲ ନିହତ ହୋଇଛନ୍ତି ବୋଲି ଛତିଶଗଡ଼ ପୁଲିସ କହିଛି । ଏହା ସହିତ ୨ ଯବାନ ଆହତ ହୋଇଛନ୍ତି । କାଙ୍କେରରେ ନକ୍ସଲମାନେ ଏକେ୪୭ ରାଇଫଲ ମଧ୍ୟ ବ୍ୟବହାର କରିଛନ୍ତି । ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ବାନ୍ଦେ ଥାନା ଅଞ୍ଚଳରେ ଥିବା ମତଦାନ କେନ୍ଦ୍ର ନିକଟରେ ସୁରକ୍ଷା କର୍ମୀଙ୍କ ଏକ ଟିମ୍‌ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ଅପରାହ୍ନ ପ୍ରାୟ ୧ଟା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେହିପରି ନାରାୟଣପୁର ଜିଲ୍ଲାର ତାଦେର ଜଙ୍ଗଲରେ ମଧ୍ୟ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.