ରାଜଧାନୀରେ ବଧୂହତ୍ୟା ଅଭିଯୋଗ: ଥାନାରେ ସ୍ୱାମୀ ଅଟକ

Accused of murdering a dwarf in the capital: husband detained in police station

0 90

ଭୁବନେଶ୍ୱର,: ରାଜଧାନୀ ଭୁବନେଶ୍ୱରରେ ବଧୂହତ୍ୟା ଅଭିଯୋଗ ହୋଇଛି । ଝିଅକୁ ଶାଶୁଘରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏୟାରଫିଲ୍ଡ ଥାନା ଅରବିନ୍ଦ ନଗରରେ ପ୍ରିୟଙ୍କା ମିଶ୍ରଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଅଢେଇ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ାର ପ୍ରିୟଙ୍କା ମିଶ୍ରଙ୍କ ସହ ଅରବିନ୍ଦ ନଗରର ପ୍ରଦୀପ୍ତ ଦାଶଙ୍କ ପୁଅ ସୁରଜ ଦାଶଙ୍କ ବିବାହ ହୋଇଥିଲା । ବିବାହ ପରଠାରୁ ଶାଶୂଘର ଲୋକେ ପ୍ରିୟଙ୍କାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଏବଂ ପୂର୍ବରୁ ପ୍ରିୟଙ୍କାଙ୍କ ଗର୍ଭ ନଷ୍ଟ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ସ୍ୱାମୀ ସୁରଜଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଶାଶୂ, ଶ୍ୱଶୁର ଫେରାର ଥିବା କୁହାଯାଉଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିବା ଏହି ତିନି ଘଟଣାକୁ ନେଇ ସାରା ରାଜଧାନୀରେ ରାତିଅଧରେ ଚର୍ଚ୍ଚା । ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରିୟଙ୍କା ମିଶ୍ର (୨୬) ଅଢେଇ ବର୍ଷ ତଳେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ସୁରଜ ଦାଶଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ସବୁ ଠିକ୍‌ ଚାଲିଥିଲା । ତେବେ ପରେ ଶ୍ୱଶୁର ଘର ଲୋକ ୫ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ପ୍ରିୟଙ୍କାଙ୍କ ଉପରେ ଚାପ ପକାଇଥିଲେ । ସେଥିପାଇଁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ବି ଦେଉଥିଲେ । ନିର୍ଯାତନା ସୀମା ଟପିବା ପରେ ପ୍ରିୟଙ୍କା ତାଙ୍କ ବାପା ବିଦ୍ୟାଧର ମିଶ୍ରଙ୍କୁ ଜଣାଇଥିଲେ । ଉଭୟ ପରିବାର ବୁଝାମଣା ପରେ କିଛିଦିନ ଭଲରେ ବିତିଲା ସତ, ହେଲେ ଶ୍ୱଶୁର ଘର ଲୋକେ ସତରେ ବଦଳି ନଥିଲେ । ସୋମବାର ସନ୍ଧ୍ୟାରେ ଶାଶୂ ପ୍ରିୟଙ୍କାଙ୍କ ମାମୁ ରଂଜନ ତ୍ରିପାଠୀଙ୍କୁ ଫୋନକରି କହିଥିଲେ, ତମ ଭାଣିଜୀ ଆତ୍ମହତ୍ୟା କରିଛି । ଏହା ଶୁଣି ପରିବାର ଲୋକ ରାତାରାତି ଆସି ପୁରୁଣା ଭୁବନେଶ୍ୱରରେ ପହଞ୍ଚିଥିଲେ । ସେମାନେ ଆସିବା ବେଳକୁ ପ୍ରିୟଙ୍କାଙ୍କୁ ତଳେ ଶୁଆଇ ଦିଆ ଯାଇଥିଲା । ତାଙ୍କ ବେକରେ ଏକ ରଶିର ଦାଗ ଥିଲା । ସେମାନେ ତୁରନ୍ତ ପୁଲିସକୁ ଫୋନକରି ଘଟଣା ବିଷୟରେ ଜଣାଇଥିଲେ । ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ଏ ନେଇ ପୁଲିସ ସ୍ୱାମୀଙ୍କୁ ଅଟକ ରଖିବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.