ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ: ସୀମା ଜଗିବ ମହୁମାଛ

BSF's innovative way to prevent infiltration: Bees to guard the border

0 98

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା । ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଗୋରୁ ଚୋରା ଚାଲାଣ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମଧ୍ୟ ଚାଲାଣ ହେଉଛି । ଯାହା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି । ଭାରତବାଂଲାଦେଶ ସୀମା ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧୀକ କାର୍ଯ୍ୟକଳାପ ପାଇଁ ଏକ ଅଭିନବ ଉପାୟ ଅପଣାଇଛି ବିଏସ୍‌ଏଫ୍‌ । ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ମହୁମାଛିର ସାହାଯ୍ୟ ନେବ ସୀମା ସୁରକ୍ଷା ବାହିନୀ । ଏହା କେବଳ ଅନୁପ୍ରବେଶକାରୀଙ୍କୁ ଉପରେ ଲଗାମ ଲଗାଇବ ନାହିଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଦେବ । ସୀମାନ୍ତ ଗ୍ରାମ ଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶିତ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପାଇଲଟ ପ୍ରକଳ୍ପ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହା କେବଳ ସୀମା ଅନୁପ୍ରବେଶ ଏବଂ ଚୋରା ଚାଲାଣ ବନ୍ଦ କରିବ ନାହିଁ ବରଂ ଚାଷୀଙ୍କୁ ମଧ୍ୟ ଉପକୃତ କରିବ । ବିଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୀମାରେ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ମହୁମାଛି ସହିତ ଯୋଡ଼ିବା ପାଇଁ ନଦିଆ ଜିଲ୍ଲାର ସୀମାନ୍ତ ଅଂଚଳରେ ବିଏସଏଫର ୩୨ ତମ ବାଟାଲିୟନ ଦ୍ୱାରା ଏହାର ପ୍ରଥମ ପ୍ରକାର ଯୋଜନା ଅ ।ରମ୍ଭ ହୋଇଛି । ଏହି ପ୍ରକଳ୍ପ ମାଧ୍ୟମରେ ବିଏସ୍‌ଏଫ୍‌ ସୀମାରେ ରହୁଥିବା ଗ୍ରାମବାସୀଙ୍କୁ ମହୁଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବ । ଏଥିରେ ବିଏସ୍‌ଏଫ୍‌ କେନ୍ଦ୍ର ସରକାରଙ୍କ ସହାୟତା ନେଉଛି । ସୀମାବର୍ତ୍ତୀ ଗ୍ରାମବାସୀମାନେ ମହୁଚାଷରୁ ଆୟର ସେମାନଙ୍କ ଭାଗ ମଧ୍ୟ ପାଇବେ । ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ସୀମା ମଧ୍ୟରୁ ପ୍ରାୟ ୨୨୦୦ କିଲୋମିଟର ପଶ୍ଚିମବଙ୍ଗରେ ଅଛି । ପଶ୍ଚିମବଙ୍ଗର ନାଦିଅ । ଜିଲ୍ଲାର ବିଏସ୍‌ଏଫ୍‌ ବର୍ତ୍ତମାନ ମହୁମାଛି ମାଧ୍ୟମରେ ଅନୁପ୍ରବେଶ ଏବଂ ଚୋରା ଚାଲାଣ ରୋକିବା ଉପରେ କାମ କରୁଛି । ବିଏସ୍‌ଏଫ୍‌ ସୀମାରେ ଲାଗିଥିବା ତାରବାଡ଼ ନିକଟରେ ମହୁମାଛି ବସା ତିଆରି କରୁଛି । ଯଦି କୌଣସି ଅନୁପ୍ରବେଶକାରୀ କିମ୍ବା ଚୋରା ଚାଲାଣକାରୀ ବାଡକୁ ଛୁଇଁବେ ତେବେ ସେମାନେ ମହୁମାଛିଙ୍କ ଆକ୍ରମଣର ଶିକାର ହେବେ । ଏହି ଉପାୟରେ ମହୁମାଛିମାନେ ବର୍ତ୍ତମାନ ସୀମାରେ ବିଏସଏଫକୁ ସହାୟତା କରିବେ । ଯଦି ଏହି ଯୋଜନା ସଫଳ ହୁଏ, ତେବେ ସୀମା ସୁରକ୍ଷା କ୍ଷେତ୍ରରେ ବିଏସ୍‌ଏଫକୁ ଅତିରିକ୍ତ ସହାୟତା ମିଳିବ । କେବଳ ଏତିକି ନୁହେଁ, ବିଏସ୍‌ଏଫ୍‌ ଏକ ପାଦ ଅ ।ଗକୁ ଯାଇ ଅ ।ୟୁଷ ମନ୍ତ୍ରଣାଳୟକୁ ମହୁମାଛି ଏବଂ ମିଶ୍ରିତ ବାଡ଼କୁ ସଠିକ୍‌ ଭାବରେ ସ୍ଥାପନ କରିବା ପାଇଁ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦେବାକୁ ଅନୁରୋଧ କରିଛି । ଏଥି ସହିତ ଔଷଧୀୟ ଉଦ୍ଭିଦ ଯୋଗାଇ ଦେବାପାଇଁ ମଧ୍ୟ କହିଛି । ଯାହା ମହୁମାଛିମାନଙ୍କୁ ଅ ।ହୁରି ସକ୍ରିୟ କରିବ । ବିଏସ୍‌ଏଫ୍‌ ସୀମାରେ ଏପରି ଗଛ ଏବଂ ଫୁଲ ଲଗାଉଛି ଯାହା ସେଠାରେ ମହୁମାଛିଙ୍କୁ ଆକର୍ଷିତ କରିବ । ମହୁମାଛିରୁ ମିଳିଥିବା ମହୁକୁ ବିଏସ୍‌ଏଫ୍‌ “ୱାଇଭସ୍‌ ୱେଲଫେୟାର ଆସୋସିଏସନ୍‌’ କିଣିବେ ଏବଂ ପରେ ଏହାକୁ ବିକ୍ରି କରାଯିବ । ଏଥିରୁ ମିଳୁଥିବା ଲାଭାଂଶରୁ ଅଧା ଗ୍ରାମବାସୀମାନଙ୍କୁ ମଧ୍ୟ ଦିଆଯିବ । ଗୋଟିଏ କାର୍ଯ୍ୟରୁ ଦୁଇଟି ଲାଭ ହେବ । ସୀମାରେ ଅତିରିକ୍ତ ସୁରକ୍ଷା ମିଳିବା ସହ ସ୍ଥାନୀୟ ଲୋକେ ରୋଜଗାର ବି ପାଇବେ ।

Leave A Reply

Your email address will not be published.