ଧନତେରାସ ଓ ଦୀପାବଳି ପୂର୍ବରୁ ସୁନା ଓ ରୁପା ଦର ହ୍ରାସ!

Before Dhanteras and Diwali, gold and silver prices drop!

0 94

ନୂଆଦିଲ୍ଲୀ: ଧନତେରାସକୁ ଆଉ ଦୁଇଦିନ ବାକି ଅଛି । କିଛିଦିନ ହେବ ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର ହ୍ରାସ ପାଇଛି । ଯଦି ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬, ୫୦୦ଟଙ୍କା ହୋଇ ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୯୯୯୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାଦର ୬୧,୬୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି । ଯେମିତି କି ମୁମ୍ବାଇରେ ୨୨ କ୍ୟାରେଟ୍‌ ଓ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୫୦୦ଟଙ୍କା ଓ ୬୧,୬୪୦ ଟଙ୍କା ଥିବା ବେଳେ ନୂଆଦିଲ୍ଲୀରେ ଏହା ୫୬,୬୫୦ ଟଙ୍କା ଓ ୬୧,୭୯୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୨,୩୫୦ ଟଙ୍କା ଥିବା ରେକର୍ଡ ହୋଇଛି । ଏଥିସହିତ କୋଲକାତାରେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୬,୫୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୬୧,୬୪୦ ଟଙ୍କା ରହିଛି । ସେହିପରି ସେପ୍ଟେମ୍ୱର ୮ ତାରିଖରେ ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୦୦ଟଙ୍କା ହ୍ରାସ ପାଇଛି । ଏହି ମୂଲ୍ୟ ହ୍ରାସ ପାଇବା ଫଳରେ ପ୍ରତି ୧କିଲୋଗ୍ରାମ ରୂପ ମୂଲ୍ୟ ୭୫,୦୦୦ଟଙ୍କା ରେକର୍ଡ ହୋଇଛି ।

Leave A Reply

Your email address will not be published.