ଜାତୀୟ କ୍ରୀଡ଼ା: ସ୍ୱସ୍ତିଙ୍କ ସ୍ୱର୍ଣ୍ଣ ସହ ଓଡ଼ିଶାର ଅର୍ଦ୍ଧଶତକ

National Sports: Swasti's gold and half century of Odisha

0 82

ପାଣାଜୀ, ୯ା୧୧: ଗୋଆରେ •ଲିଥିବା ଜାତୀୟ କ୍ରୀଡ଼ାର ଦ୍ୱିତୀୟ ଶେଷ ଦିବସରେ ଓଡ଼ିଶାକୁ ମୋଟ ୮ ପଦକ ମିଳିଛି । ସାଇକ୍ଲିଂରୁ ଅନ୍ତର୍ଜାତୀୟ-ଅଭିଜ୍ଞ ସ୍ୱସ୍ତି ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଖୋ ଖୋ ଦଳ ରୌପ୍ୟ ପଦକ ପାଇଛନ୍ତି । ସେହିଭଳି ସ୍କ୍ୱାଏ ମାର୍ଶାଲରୁ ୧ ରୌପ୍ୟ ଓ ୧ କାଂସ୍ୟ ମିଳିଛି । ଲନ୍ୱଲ୍‌ ଦଳ ଆଉ ଦୁଇଟି କାଂସ୍ୟ ପଦକ ଜିତିଛନ୍ତି । ଏଥିସହିତ ଓଡ଼ିଶାର ମୋଟ ପଦକ ୫୦ ଅତିକ୍ରମ କରିଛି । ଓଡ଼ିଶା ସାଇକ୍ଲିଂର ପ୍ରଚଣ୍ଡ ପ୍ରତିଭାଧାରିଣୀ ରାଉରକେଲା ଝିଅ ସ୍ୱସ୍ତି ସିଂହ ବୁଧବାର ସ୍ୱର୍ଣ୍ଣିମ ସଫଳତା ପାଇ ରାଜ୍ୟର ଗୌରବ ବାଇଛନ୍ତି । । ୭୫ କିଲୋଗ୍ରାମ ମାସ୍‌ ଷ୍ଟାର୍ଟ ରୋଡ୍‌ ରେସ୍‌ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ଜିତି ତାଙ୍କ ଜାଜୁଲ୍ୟମାନ ଖେଳ ଜୀବନରେ ଆଉ ଏକ ସ୍ୱର୍ଣ୍ଣିମ ସଫଳତା ଯୋଡ଼ିଛନ୍ତି । ସ୍ୱସ୍ତିଙ୍କ ସଫଳତା ସହିତ ଓଡ଼ିଶାକୁ ସାଇକ୍ଲିଂରୁ ଚତୁର୍ଥ ପଦକ ମିଳିଛି । ପୂର୍ବରୁ ୩ କାଂସ୍ୟ ପଦକ ମିଳିଥିଲା । ପୂର୍ବରୁ ଲନ୍‌ ବଲରେ ଓଡ଼ିଶା ମହିଳା ୪ ଜଣିଆ ଦଳ କାଂସ୍ୟ ପଦକ ଜିତିଥିବା ବେଳେ ବୁଧବାର ଏହି ଖେଳର ଶେଷ ଦିନରେ ପୁରୁଷ ୪ ଜଣିଆ ଦଳ ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି । ପୁରୁଷ ଦଳରେ କୌଳାଶ ମାଝୀ, ସୌରଭ ରଂଜନ ମହାରଣା, ତାରିଣୀ ପ୍ରସାଦ ନାୟକ ଓ ନରସିଂହ ରଣା ସାମିଲ ଥିଲେ । ପୁରୁଷ ଏକକରେ କିନ୍ତୁ ଲଳିତ ଶର୍ମା କାଂସ୍ୟ ପଦକ ଜିତି ଗୌରବ ବାଇଛନ୍ତି । ପୂର୍ବରୁ ମହିଳା ଦଳରେ ରୋଶନୀ ସାହୁ, ରାଜେଶ୍ୱରୀ ସେଠ୍‌, ବିଷ୍ଣୁପ୍ରିୟା ବହିଦାର ଓ ପଦ୍ମାସିନୀ ପଟେଲ୍‌ ପ୍ରଥମ କାଂସ୍ୟ ପଦକ ଜିତିଥିଲେ । ଏଥିସହିତ ଜାତୀୟ କ୍ରୀଡ଼ା ପଦାର୍ପଣରେ ଓଡ଼ିଶା ଲନ୍‌ ବଲ୍‌ ଦଳ ମୋଟ ୩ ପଦକ ଜିତି ରାଜ୍ୟର ଗୌରବ ବାଇଥିବାରୁ କ୍ରୀଡ଼ା ଓ ଯୁବସେବା ବିଭାଗର ସମର୍ଥନକୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଶା ରାଜ୍ୟ ବୋଲିଂ ସଂଘର ସଭାପତି ଅନଙ୍ଗ ଉଦୟ ସିଂହ ଦେଓ ଏବଂ ସମ୍ପାଦକ ସୁମିତ ରଂଜନ ପୁରୋହିତ । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ସାମିଲ ସ୍କ୍ୱାଏ ମାର୍ଶାଲ୍‌ ଆର୍ଟରେ ଓଡ଼ିଶା ପାଇଁ କୁନ୍ଧା ମାଝୀ ରୌପ୍ୟ ପଦକ ଜିତିବା ପରେ ମିନତି ସାହୁ ଓ ଡିଲାଫ୍ରଜ୍‌ ନିଜ ନିଜ ବର୍ଗରେ କାଂସ୍ୟ ପଦକ ଜିତି ନେଇଛନ୍ତି ।

Leave A Reply

Your email address will not be published.