ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ କଂଗ୍ରେସର ସତ୍ୟାଗ୍ରହ

Satyagraha of Congress demanding to open the shrimandir's four doors

0 52

ପୁରୀ,: ଭକ୍ତଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର •ରିଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ କରାଯାଇଛି ସଂକୀର୍ତ୍ତନ ସତ୍ୟାଗ୍ରହ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଶ୍ରୀମନ୍ଦିର ସମ୍ମୁଖରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସଂକୀର୍ତ୍ତନ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରାଜ୍ୟ ସରକାର ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ବାରମ୍ଭାର କୁଠାରଘାତ କରୁଛନ୍ତି । ପବିତ୍ର କାର୍ତ୍ତିକ ମାସରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ହବିଷ୍ୟାଳିମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଆସୁଛନ୍ତି । ଦିନ ଦିନ ଅପେକ୍ଷା କରିବା ପରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନାହାନ୍ତି । ଏହା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପ୍ରତି ଏକ ବଡ଼ କୁଠାରଘାତ । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟ ୩ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଦ୍ୟାବଧି ସମୁଦାୟ ପ୍ରକଳ୍ପର ୧୦ ଭାଗ କାମ ମଧ୍ୟ ହୋଇପାରିନାହିଁ । ପ୍ରକଳ୍ପ କାର୍ଯ୍ୟ •ଲିଥିବା ଆଳରେ ସରକାର ଭକ୍ତଙ୍କ ଭାବାବେଗକୁ କ୍ଷୂର୍ଣ୍ଣ କରୁଛନ୍ତି ବୋଲି ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି । ଆଜିର ସଂକୀର୍ତ୍ତନ ସତ୍ୟାଗ୍ରହରେ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ପିସିସି ଉପସଭାପତି ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟରାମ ପଟ୍ଟନାୟକ, ସୁଜିତ୍‌ ମହାପାତ୍ର, ରାଜେଶ ମିଶ୍ର, ବିନାୟକ ଦାସ ମହାପାତ୍ର, ପୁଷ୍କର ମହାପାତ୍ର, ମଞ୍ଜୁଲତା ବାରିକ, ଭୀମସେନ ପ୍ରଧାନ, ପିସିସି ସମ୍ପାଦକ ବିଶ୍ୱନାଥ ଦାଶ, ମିତ୍ରଭାନୁ ମହାପାତ୍ର, ସିତାକାନ୍ତ ମହାନ୍ତି, ନିରଞ୍ଜନ ରଥ, ଛବିନ୍ଦ୍ର ପଢ଼ିଆରି, ଅମରେନ୍ଦ୍ର ପାଇକରାୟ, କାଳୀପ୍ରାସାଦ ନାୟକ, ବିଦୁଲତା ଆ•ର୍ଯ୍ୟ, ସରସ୍ୱତୀ ପାତ୍ର, ସୁକାନ୍ତ ପ୍ରଧାନ, ପ୍ରେମଜିତ ମହାନ୍ତି, ନୂତନ ଦାସ ମହାପାତ୍ର, ଚେତନ ମିଶ୍ର, ରଜତ ସାହୁ, ଅବିନାଶ ମିଶ୍ର, ବିଶ୍ୱରଂଜନ ମହାପାତ୍ର, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର, ମାର୍କଣ୍ଡ ମହାନ୍ତି,ଉମାକାନ୍ତ ବେହେରା, ସସ୍ମିତା ସ୍ୱାଇଁ ଓ ସ୍ୱାଧୀନ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୬ରେ ଭକ୍ତମାନଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିରର •ରି ଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲାଯାଇ ଗଛିତ ଅଳଙ୍କାର ଗଣତି ଆଦି ୬ ଦଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଗଣଆନ୍ଦୋଳନ କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କୁ ସ୍ମାରକପତ୍ର ଦିଆଯାଇଥିଲା । ଅକ୍ଟୋବର ୨୮ସୁଦ୍ଧା ସେମାନଙ୍କ ଦାବି ଗ୍ରହଣ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଥିଲେ ।

Leave A Reply

Your email address will not be published.