ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ

African lioness dies in Nandankanan

0 51

ବାରଙ୍ଗ,: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ । ଇସ୍ରାଏଲରୁ ଆସିଥିବା ସିଂହୀ ବିନିର ମୃତ୍ୟୁ ହୋଇଛି । ଗତ ୫ଦିନ ଧରି ଅସୁସ୍ଥ ରହିଥିଲା ବିନି । ଏମିତିକି ୩ଟି ଡାକ୍ତରୀଟିମ୍‌ ମଧ୍ୟ ବିନିର ଚିକିତ୍ସା କରୁଥିଲେ । ତେବେ ଗୁରୁବାର ତା’ର ମୃତ୍ୟୁ ହୋଇଛି । ଏହାପୂର୍ବରୁ ଅଗଷ୍ଟ ୨୬ରେ ୯ ମାସର ଅଣ୍ଡିରା ସିଂହ ଶାବକର ମୃତ୍ୟୁ ହୋଇଥିଲା । ସେହିଭଳି ଗତ ସେପ୍ଟେମ୍ବରରେ ନନ୍ଦନକାନନରେ ମାଈ ଭାଲୁ “ତାରିଣୀ’ର ମୃତ୍ୟୁ ଘଟିଥିଲା । ୮ ବର୍ଷର ଏହି ଭାଲୁର ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡ଼ିଥିଲା । ଆଉ ଚିକିତ୍ସା ସମୟରେ ହିଁ ତା’ର ମୃତ୍ୟୁ ହୋଇଥିଲା । “ତାରିଣୀ’କୁ ୨୦୧୫ରେ ବଲାଙ୍ଗୀରରୁ ଉଦ୍ଧାର କରାଯାଇଥିଲା । ବଲାଙ୍ଗୀର ଅଞ୍ଚଳରୁ ଉଦ୍ଧାର ପରେ ତାରିଣୀକୁ ନନ୍ଦନକାନନ ଭାଲୁ ସଫାରୀକୁ ଅଣାଯାଇଥିଲା ।

Leave A Reply

Your email address will not be published.